ETV Bharat / state

Ambabhona PS Vandalism Case: ବିଧାୟକ ସୁଶାନ୍ତ ସିଂଙ୍କୁ ଘେରିଲେ ବିଜେପି ଓ କଂଗ୍ରେସ

author img

By ETV Bharat Odisha Team

Published : Nov 7, 2023, 8:32 PM IST

ରବିବାର ଏକ ବୋଲେରୋ ଗାଡିରେ ବରଗଡରୁ ଭଟଲି ଓ ଅମ୍ବାଭୋନା ପଟକୁ ଗଞ୍ଜେଇ ଚାଲାଣ ହେଉଥିବା ନେଇ ଅମ୍ବାଭୋନା ଥାନା ଆଇଆଇସିଙ୍କୁ ସୂଚନା ମିଳିଥିଲା। ଫଳରେ ସେ ସମ୍ପୃକ୍ତ ଗାଡ଼ିକୁ ପିଛା କରି ତାମଦେଇ ପର୍ଯ୍ୟନ୍ତ ପହଞ୍ଚିଥିଲେ । ତାମଦେଇ ଠାରେ ବିଜେଡି ଦଳର ବହୁ କର୍ମୀ ମାନେ ପିକନିକ ପାଇଁ ଆସିଥିବା ବେଳେ ଉକ୍ତ ଗାଡିରେ ଥିବା ଦୁଇଜଣ ସେହି ପିକନିକ ପାର୍ଟି ସହିତ ମିଶିଥିଲେ । ଅଧିକ ପଢନ୍ତୁ

Ambabhona PS Vandalism Case: ବିଧାୟକ ସୁଶାନ୍ତ ସିଂଙ୍କୁ ଘେରିଲେ ବିଜେପି ଓ କଂଗ୍ରେସ
Ambabhona PS Vandalism Case: ବିଧାୟକ ସୁଶାନ୍ତ ସିଂଙ୍କୁ ଘେରିଲେ ବିଜେପି ଓ କଂଗ୍ରେସ

Ambabhona PS Vandalism Case: ବିଧାୟକ ସୁଶାନ୍ତ ସିଂଙ୍କୁ ଘେରିଲେ ବିଜେପି ଓ କଂଗ୍ରେସ

ବରଗଡ: ବରଗଡ ଜିଲ୍ଲା ଆମ୍ବାଭୋନା ଥାନା ଭଙ୍ଗାରୁଜା ଘଟଣାକୁନେଇ ବରଗଡରେ ରାଜନୀତି ଜୋରଦାର । ଭଟଲି ବିଧାୟକ ସୁଶାନ୍ତ ସିଂଙ୍କ ନିର୍ଦେଶରେ ସମର୍ଥକ ଆମ୍ବାଭୋନା ଥାନା ଭଙ୍ଗାରୁଜା କରିଥିବା ନେଇ ବରଗଡ ଜିଲ୍ଲା ବିଜେପି ଅଭିଯୋଗ ଆଣିଥିବା ବେଳେ କଂଗ୍ରେସ ମଧ୍ୟ ବିଧାୟକ ସୁଶାନ୍ତ ସିଂ ଙ୍କୁ ଘେରିବାରୁ ବାଦ ପଡିନାହିଁ । ଘଟଣାକୁ ନେଇ ଆଜି ବରଗଡ ଏସପି ଅଫିସ ସମ୍ମୁଖରେ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଭିକ୍ଷୋଭ ପ୍ରଦର୍ଶନ କରାଯାଇ ଏସପିଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି ।

ଅଧିକ ପଢନ୍ତୁ- Ambabhona PS Vandalism Case: ପୋଲିସ DGଙ୍କୁ ଭେଟିଲା ବିଜେପି ପ୍ରତିନିଧୀ ମଣ୍ଡଳୀ

ରବିବାର ଏକ ବୋଲେରୋ ଗାଡିରେ ବରଗଡରୁ ଭଟଲି ଓ ଅମ୍ବାଭୋନା ପଟକୁ ଗଞ୍ଜେଇ ଚାଲାଣ ହେଉଥିବା ନେଇ ଅମ୍ବାଭୋନା ଥାନା ଆଇଆଇସିଙ୍କୁ ସୂଚନା ମିଳିଥିଲା। ଫଳରେ ସେ ସମ୍ପୃକ୍ତ ଗାଡ଼ିକୁ ପିଛା କରି ତାମଦେଇ ପର୍ଯ୍ୟନ୍ତ ପହଞ୍ଚିଥିଲେ । ତାମଦେଇ ଠାରେ ବିଜେଡି ଦଳର ବହୁ କର୍ମୀ ମାନେ ପିକନିକ ପାଇଁ ଆସିଥିବା ବେଳେ ଉକ୍ତ ଗାଡିରେ ଥିବା ଦୁଇଜଣ ସେହି ପିକନିକ ପାର୍ଟି ସହିତ ମିଶିଥିଲେ । ପୋଲିସ ଅଧିକାରୀ ଜଣକ ଗାଡିଟିକୁ ଯାଞ୍ଚ କରିଥିଲେ ଓ ସେଥିରୁ କିଛି ପାଇନଥିଲେ । ତେବେ ସେହି ଘଟଣାକୁ ନେଇ ପିକନିକ ସ୍ଥଳରେ ପ୍ରଥମେ ଗଣ୍ଡଗୋଳ ହୋଇଥିଲା । ପରେ କିଛିଲୋକ ଅମ୍ବାଭୋନା ଥାନାକୁ ଆସି ଭଙ୍ଗାରୁଜା କରିଥିଲେ। ଏନେଇ ଆମ୍ବାଭୋନା ଥାନାରେ ଏକ ମାମଲା ରୁଜୁ କରାଯିବା ସହିତ ସିସିଟିଭି ଫୁଟେଜକୁ ଆଧାର ଅନେକ ଲୋକଙ୍କୁ ଗତକାଲି ଗିରଫ କରିଥିଲା ପୋଲିସ । ମାତ୍ର ପୋଲିସର ଗିରଫଦାରୀ ପରେ ଏହାକୁ ବିରୋଧ କରି ଭଟଲି ଓ ସୋହେଲା ଠାରେ ଶତାଧିକ ବିଜେଡି ଦଳର କର୍ମୀ ମାନେ ରାସ୍ତାରୋକ ଆନ୍ଦୋଳନ କରିଥିଲେ ।

ସେପଟେ ଏହି ଘଟଣାକୁ ନେଇ ଉଭୟ ବିଜେପି ଓ କଂଗ୍ରେସ ଭଟଲି ବିଧାୟକ ସୁଶାନ୍ତ ସିଂ ଙ୍କୁ ଟାର୍ଗେଟ କରିଛନ୍ତି । ବିଜେପି ଏକ ସାମ୍ବାଦିକ ସମ୍ବିଳନୀ ଆୟୋଜନ କରି ଅମ୍ବାଭୋନା ଥାନାରେ ଭଙ୍ଗାରୁଜା ଘଟଣାରେ ଭଟଲି ବିଧାୟକଙ୍କ ସମର୍ଥକମାନଙ୍କ ସମ୍ପୃକ୍ତି ରହିଛି ଏବଂ ଯେତେବେଳେ ଘଟଣା ଘଟିଲା, ସେତେବେଳେ ବିଧାୟକ ସିଂ ନିଜେ ଅମ୍ବାଭୋନାରେ ଉପସ୍ଥିତ ଥିଲେ। ତେଣୁ ଏହି ଘଟଣାରେ ତାଙ୍କୁ ଗିରଫ କରାଯାଉ। ନଚେତ ମୁଖ୍ୟମନ୍ତ୍ରୀଙ୍କ ହାତରେ ଗୃହ ବିଭାଗ ଥିବାରୁ ସେ ଇସ୍ତଫା ଦିଅନ୍ତୁ ବୋଲି ଦଳର ରାଜ୍ୟ ସମ୍ପାଦକ ଇରାଶିସ ଆଚାର୍ଯ୍ୟ ଦାବି କରିଛନ୍ତି ।

ଅନ୍ୟପଟେ କଂଗ୍ରେସ ଦଳ ପକ୍ଷରୁ ଆଜି ବରଗଡ ଏସପି ଅଫିସ ସମ୍ମୁଖରେ ଧାରଣା ଦିଆଯିବା ସହିତ ବରଗଡ଼ ଜିଲ୍ଲାର ବିପନ୍ନ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ବରଗଡ ଆଡିସନାଲ ଏସପିଙ୍କୁ ଦାବିପତ୍ର ପ୍ରଦାନ କରିଛି ଜିଲ୍ଲା କଂଗ୍ରେସ କମିଟି । ଅମ୍ବାଭନା ଥାନାକୁ ଭଙ୍ଗା ଯାଇଥିବା ଘଟଣାରେ ପୋଲିସ କାହିଁକି ଚୁପ ରହିଛି ବୋଲି ପ୍ରଶ୍ନ କରିବା ସହ ଏ ପର୍ଯ୍ୟନ୍ତ ଜିଲ୍ଲା ପୋଲିସ ବିଭାଗ ଚୁପ କାହିଁକି ରହିଛି ବୋଲି ଏସପିଙ୍କୁ ମଧ୍ୟ ଦଳ ପ୍ରଶ୍ନ କରିଛନ୍ତି । ଏହାସହ ସମସ୍ତ ଦୋଷୀଙ୍କୁ ଗିରଫ କରିବା ପାଇଁ ଦାବି କରିଛି କଂଗ୍ରେସ କମିଟି ।

ଇଟିଭି ଭାରତ, ବରଗଡ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.