ବରଗଡ: ଏକ୍ସପାଇରୀ ମେଡିସିନକୁ ନେଇ ପୁଣି ଚର୍ଚ୍ଚାକୁ ଆସିଲା ବରଗଡର ପୁରୁଣା ଡାକ୍ତରଖାନା । ବରଗଡର ପୁରୁଣା ଡାକ୍ତରଖାନାରେ ବୁଧବାର ଜଣେ ରୋଗୀଙ୍କୁ ଏକ୍ସପାଇରି ମେଡିସିନ ଦିଆଯିବା ଘଟଣା ସାମ୍ମନାକୁ ଆସିଛି । ରୋଗୀ ଜଣକ ଅଭିଯୋଗ ଆଣିବା ପରେ ଘଟଣାଟି ଲୋକଲୋଚନକୁ ଆସିଛି ।
ରାଜ୍ୟ ସରକାରଙ୍କ ନିରାମୟ ଯୋଜନାରେ ରୋଗୀଙ୍କୁ ମାଗଣାରେ ବିତରଣ କରାଯାଉଥିବା ଔଷଧ କେନ୍ଦ୍ରରେ ଏକ୍ସପାଇରି ମେଡିସିନ ଦିଆଯାଇଥିବା ଅଭିଯୋଗ ହୋଇଛି ।
ବୁଧବାର ସକାଳରୁ ବରଗଡ଼ ସହର ନିକଟସ୍ଥ ଖଲିଆପାଲି ଗାଁର ସୁକାନ୍ତ ସୁନା ନାମକ ବ୍ୟକ୍ତିଙ୍କ ଗୋଡରେ ହୋଇଥିବା କ୍ଷତର ଉପଶମ ପାଇଁ ଡାକ୍ତରଖାନାକୁ ଆସି ଡାକ୍ତରଙ୍କୁ ଦେଖାଇଥିଲେ । ଡାକ୍ତରଙ୍କ ପରାମର୍ଶ କ୍ରମେ ସରକାରଙ୍କ ମାଗଣା ଔଷଧ ଯୋଜନାରେ ନିରାମୟରୁ ଏହି ବ୍ୟକ୍ତି ଜଣକୁ ମିଳିଥିଲା ମଲମ ।
ମାତ୍ର ମଲମଟି ଏକ୍ସପାଇରୀ ହୋଇଥିବା ଦେଖିବାକୁ ପାଇଥିଲେ ସୁକାନ୍ତ ସୁନା । ଏକ୍ସପାଇରୀ ମଲମକୁ ଦେଖି ନିରାମୟ ଔଷଧ ବିତରଣ କେନ୍ଦ୍ରରେ ଲାଗିରହିଥିଲା ହୋହାଲ୍ଲା । ତେବେ ଏହାର ଅଭିଯୋଗ କରିବା ପରେ CDMO ଘଟଣାର ତଦନ୍ତ କରାଯିବ ଓ ନିଶ୍ଚୟ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଥିଲେ ।
ବରଗଡରୁ ରାଜେଶ ସରାପ, ଇଟିଭି ଭାରତ