ବରଗଡ: ବଧୂହତ୍ୟା ଅଭିଯୋଗରେ ସ୍ବାମୀ, ଶ୍ବଶୁର, ଶାଶୁ ଓ ଦିଅରଙ୍କୁ ଥାନାରେ ଅଟକ ରଖିଲା ପୋଲିସ । ବରଗଡ଼ ଜିଲ୍ଲା ପଦ୍ମପୁର ଥାନା ଅଧିନସ୍ଥ ସିଂହନପୁର ଗ୍ରାମରେ ଜଣେ ବିବାହିତା ମହିଳାଙ୍କୁ ପୋଡ଼ି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି ।
ପୂର୍ବରୁ ଭଦ୍ରବ୍ୟକ୍ତିମାନଙ୍କ ଜରିଆରେ ବାରମ୍ବାର ବୁଝାମଣା କରାଇ ପାରିବାରିକ ସୁସମ୍ପର୍କ ରଖିବାକୁ ଚେଷ୍ଟା କରାଇଥିଲେ ମଧ୍ୟ କିଛି ଲାଭ ହୋଇ ନଥିଲା । ପରେ ନୀତୁ କିରାସିନି ଢାଳି ଆତ୍ମହତ୍ୟା ଉଦ୍ୟମ କରୁଥିଲେ ବୋଲି ଶ୍ଵଶୁର ଘର ଲୋକେ ଫୋନ କରିଥିଲେ । ବାପଘର ଲୋକେ ଏହି ଖବର ପାଇ ତୁରନ୍ତ ସେଠାକୁ ଯାଇଥିଲେ। ନୀତୁକୁ ପ୍ରଥମେ ବୁର୍ଲା ଡାକ୍ତରଖାନାକୁ ନିଆଯାଇଥିଲା। ପରିସ୍ଥିତିକୁ ଲକ୍ଷ୍ୟ କରି ସେଠାରୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ମାତ୍ର ଅଧା ବାଟରେ ତାଙ୍କର ମୃତ୍ୟୁ ହୋଇଥିଲା ।
ତାଙ୍କ ଭାଇ ଜୟଦେବ ମେହେର ଅଭିଯୋଗ କରିଛନ୍ତି ଯେ, ନୀତୁର ସ୍ଵାମୀ ରମେଶ ମେହେର, ଶାଶୂ ଚୁଡ଼ା ମେହେର, ଶ୍ଵଶୁର ସୁଶୀଳ ମେହେର, ଦିଅର ପିଙ୍କୁ ମେହେର, ଭଉଣୀକୁ କିରାସିନି ଢାଳି ପୋଡ଼ି ମାରିଛନ୍ତି । ଏହି ଘଟଣାରେ ଥାନା ଅଧିକାରୀ ରାଜେନ୍ଦ୍ର ସିଆଲ ୧୪୪/୨୧ ନମ୍ବର ମାମଲା ରୁଜୁ କରି ତଦନ୍ତ ଜାରି ରଖୁଛନ୍ତି । ଉପରୋକ୍ତ ୪ ଅଭିଯୁକ୍ତଙ୍କୁ ପୋଲିସ ଅଟକ ରଖିଥିବା ବେଳେ ମୃତ ମହିଳାଙ୍କ ବ୍ୟବଚ୍ଛେଦ କରାଇ ପରିବାରକୁ ହସ୍ତାନ୍ତର କରିଛି ।
ବରଗଡରୁ ରାଜେଶ ସରାପ, ଇଟିଭି ଭାରତ