ETV Bharat / state

ପଦ୍ମପୁର ଉପନିର୍ବାଚନ ପୂର୍ବରୁ ହିଂସା, ବିଜେପି ନେତାଙ୍କୁ ଅପହରଣ - ବିଜେପି ନେତା ଦିଲ୍ଲୀପ କୁମାର ସେନାପତିଙ୍କୁ ଅପହରଣ

ଲାଞ୍ଜିଗଡ଼ ବିଜେଡ଼ି ବିଧାୟକ ପ୍ରଦୀପ ଦିଶାରୀଙ୍କ ନାଁରେ ସାଂଘାତିକ ଅଭିଯୋଗ । ବିଜେପି ନେତା ଦିଲ୍ଲୀପ କୁମାର ସେନାପତିଙ୍କୁ ଅପହରଣ କରାଯାଇଥିବା ନେଇ ଥାନାରେ ଏତଲା । ଅଧିକ ପଢ଼ନ୍ତୁ

allegations of bjp leader kidnapped in padmapur
ପଦ୍ମପୁର ଉପନିର୍ବାଚନ ପୂର୍ବରୁ ହିଂସା, ବିଜେପି ନେତାଙ୍କୁ ଅପହରଣ
author img

By

Published : Nov 29, 2022, 8:07 AM IST

ବରଗଡ଼: ପଦ୍ମପୁର ଉପନିର୍ବାଚନ ପୂର୍ବରୁ ପଦ୍ମପୁରରେ ଦେଖାଦେଲାଣି ରାଜନୈତିକ ଆକ୍ରୋଶ ଓ ହିଂସା କାଣ୍ଡ । ସୋମବାର ଦିନ ତମାମ ଆଇଟି ଓ ଜିଏସ୍‌ଟି ରେଡ୍‌କୁ ନେଇ ଉଭୟ ବିଜେଡ଼ି ଓ ବିଜେପି ଦଳ ମଧ୍ୟରେ ଝଡ଼ ଲାଗିରହିଥିବାବେଳେ, ରାତିରେ ଜଣେ ବିଜେପି ନେତାଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ଆସିଛି । ଲାଞ୍ଜିଗଡ଼ ବିଜେଡି ବିଧାୟକ ପ୍ରଦୀପ ଦିଶାରୀଙ୍କ ନାଁରେ ଆସିଛି ଅପହରଣ ପରି ସାଙ୍ଘାତିକ ଅଭିଯୋଗ ।

ସୋମବାର ସନ୍ଧ୍ୟାରେ ପଦ୍ମପୁର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଝାରବନ୍ଧ ବ୍ଲକ୍‌ ଗୋଠୁଗୁଡା ପଞ୍ଚାୟତ ସନଦାଦର ଛକରୁ ବିଜେପି ନେତା ଦିଲ୍ଲୀପ କୁମାର ସେନାପତିଙ୍କୁ ଅପହରଣ କରାଯାଇଥିବା ନେଇ ଅଭିଯୋଗ ହୋଇଛି । ଲାଞ୍ଜିଗଡ ବିଜେଡି ବିଧାୟକ ପ୍ରଦୀପ ଦିଶାରୀ ଓ ତାଙ୍କର ସହଯୋଗୀ ଦୁଇଟି ଇନୋଭା ଗାଡ଼ିରେ ବସାଇ ତାଙ୍କୁ ଅପହରଣ କରିଥିବା ଅଭିଯୋଗ ଆସିଛି । ଝାରବନ୍ଧ ବିଜେପିର ମଣ୍ଡଳ ସଭାପତି ମିଳନ ପାଣ୍ଡେ ଏନେଇ ଝାରବନ୍ଧ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।

ଏତଲା ମୁତାବକ, ସୋମବାର ସନ୍ଧ୍ୟା ପ୍ରାୟ ସାଢ଼େ ୭ଟା ସମୟରେ ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ ଦିଶାରୀ ଓ ତାଙ୍କ ସହଯୋଗୀ ବନ୍ଧୁକ ଦେଖାଇ ଦିଲ୍ଲୀପ କୁମାର ସେନାପତିଙ୍କୁ ଅପହରଣ କରିଥିଲେ । ଏଥିସହ ତାଙ୍କ ମୋବାଇଲକୁ ଛଡ଼ାଇ ନେଇଥିଲେ । ତାଙ୍କୁ ବର୍ତ୍ତମାନ କେଉଁ ଏକ ଅଜଣା ସ୍ଥାନରେ ରଖାଯାଇଥିବା ଏତଲାରେ ଦର୍ଶାଯାଇଛି । ତେଣୁ ତାଙ୍କୁ ତୁରନ୍ତ ଉଦ୍ଧାର କରିବାକୁ ଝାରବନ୍ଧ ଥାନା ପୋଲିସକୁ ନିବେଦନ କରିଛନ୍ତି ଝାରବନ୍ଧ ବିଜେପିର ମଣ୍ଡଳ ସଭାପତି ।

ଇଟିଭି ଭାରତ, ବରଗଡ଼

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.