ETV Bharat / state

ସରପଞ୍ଚଙ୍କ ବିରୋଧରେ ନିମ୍ନମାନର ଖାଦ୍ୟ ଯୋଗାଣ ଅଭିଯୋଗ - ସରପଞ୍ଚ ବିରୋଧରେ ନିମ୍ନମାନର ଖାଦ୍ୟ ଯୋଗାଉଥିବା ଅଭିଯୋଗ

ମହାମାରୀ କୋରୋନା ନେଇ ଲକଡାଉନ ଚାରିଆଡେ ଆତଙ୍କ । ଏହାର ମୁକାବିଲା ପାଇଁ ପ୍ରତି ପଞ୍ଚାୟତରେ ସରକାର 5 ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି କିନ୍ତୁ ବରଗଡ ଜିଲ୍ଲାରେ ବରାହଗୁଡା ପଞ୍ଚାୟତର ସରପଞ୍ଚ ନିମ୍ନମାନର ଖାଦ୍ୟ ଯୋଗାଉ ଥିବା ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ...

allegations-against-sarpanch-for-providing-low-quality-food-in-bargarh
ସରପଞ୍ଚ ବିରୋଧରେ ନିମ୍ନମାନର ଖାଦ୍ୟ ଯୋଗାଉଥିବା ଅଭିଯୋଗ
author img

By

Published : Apr 3, 2020, 11:17 AM IST

Updated : Apr 3, 2020, 12:34 PM IST

ବରଗଡ: ନିମ୍ନମାନର ଖାଦ୍ୟ ବାଣ୍ଟି ଅପଦସ୍ତ ହେଲେ ସରପଞ୍ଚ । ମହାମାରୀ କୋରୋନା ନେଇ ଲକଡାଉନ ପାଇଁ ଚାରିଆଡେ ଆତଙ୍କ । ଏହି ସମୟରେ ଗରିବ ଲୋକେ ଭୋକ ଉପାସରେ ନରହିବେ ସେନେଇ ରାଜ୍ୟ ସରକାର ପକ୍ଷରୁ ସମସ୍ତ ପ୍ରକାରର ବ୍ୟବସ୍ଥା କରାଯାଇଛି । ରାଜ୍ୟ ସରକାର ପ୍ରତ୍ୟକ ପଞ୍ଚାୟତ ପାଇଁ ୫ ଲକ୍ଷ ଟଙ୍କା ଲେଖାଏଁ ପ୍ରଦାନ କରିଛନ୍ତି । କିନ୍ତୁ ସରପଞ୍ଚ ମାନେ ଏହି ଅର୍ଥକୁ ଜନସେବାରେ ନ ଲଗାଇ ତାହାର ଦୂରୁପଯୋଗ କରୁଥିବା ପରିଲକ୍ଷିତ ହୋଇଛି |

ସରପଞ୍ଚଙ୍କ ବିରୋଧରେ ନିମ୍ନମାନର ଖାଦ୍ୟ ଯୋଗାଣ ଅଭିଯୋଗ

ବରଗଡ ଜିଲ୍ଲା ବରାହଗୁଡା ପଞ୍ଚାୟତର ସରପଞ୍ଚ ଚତୁର୍ଭୁଜ ମେହେର ବରାହଗୁଡା ଠାରେ ଲୋକଙ୍କୁ ଅତି ନିମ୍ନ ମାନର ଖାଦ୍ୟ ଦେଉଥିବା ଅଭିଯୋଗ ହୋଇଛି | ମାତ୍ର ୩୦ ଜଣଙ୍କ ପାଇଁ ରନ୍ଧା ଖାଦ୍ୟ ପ୍ରସ୍ତୁତ କରି ସମସ୍ତଙ୍କୁ ଅଳ୍ପ ମାତ୍ରାରେ ଭାତ ଓ ଡାଲି ନାମରେ ହଳଦିଆ ପାଣି ଦିଆଯାଉଛି । ସରପଞ୍ଚ ୨୦୦ ଲୋକଙ୍କ ଖାଦ୍ୟ ବିତରଣ ବିଲ କରୁଥିବା ଅଭିଯୋଗ ହୋଇଛି | ବାହାରୁ ନିଜ ଗ୍ରାମକୁ ଫେରୁଥିବା ଲୋକଙ୍କୁ 14 ଦିନ ପର୍ଯ୍ୟନ୍ତ କ୍ବାରେଣ୍ଟାଇନରେ ରଖାଯିବାର ବ୍ୟବସ୍ଥା ରହିଛି କିନ୍ତୁ ତାହାବି କରାଯାଉନାହିଁ । ସେମାନଙ୍କୁ ଖାଇବାକୁ ନଦେବାରୁ ସମସ୍ତେ ନିଜ ନିଜ ଘରକୁ ଫେରିଯାଇଛନ୍ତି | ସରାକାର ମାହାମାରୀ କୋରୋନାରୁ ରୋକିବା ପାଇଁ ଜରୁରୀ ପରିସ୍ଥିତିରେ କାର୍ଯ୍ୟ କରୁଛନ୍ତି କିନ୍ତୁ ଏମାନଙ୍କୁ ସଠିକ ଭାବରେ ପ୍ରଦାନ କରାଯାଉଛ ।

ମହାମାରୀ କୋରୋନାରୁ ଲୋକଙ୍କୁ ବଞ୍ଚାଇବା ପାଇଁ ରାଜ୍ୟ ସରକାରଙ୍କ ସମସ୍ତ ପ୍ରୟାସ ଜାରି ରଖିଛନ୍ତି । ରାଜ୍ୟରେ ଲୋକଙ୍କୁ ସମସ୍ତ ପ୍ରକାରର ସହାୟତାର ବ୍ୟବସ୍ଥା କରୁଛନ୍ତି । ଏପରି ଦୁର୍ନୀତି ଖୋର ସରପଞ୍ଚ ମାନଙ୍କ ପାଇଁ ବିଫଳ ହୋଇନଯାଉ ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

Last Updated : Apr 3, 2020, 12:34 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.