ETV Bharat / state

ଭାତହାଣ୍ଡିରେ ଦୁର୍ନୀତିର ଗନ୍ଧ, ନକଲି ଚାଷୀ ନାମରେ ଧାନବସ୍ତା ବିକ୍ରି ଅଭିଯୋଗ - ଦୁର୍ନୀତି

ବରଗଡର ତୋରା ସୋସାଇଟି ନାମରେ ସଙ୍ଗୀନ ଅଭିଯୋଗ । ନକଲି ଚାଷୀ ନାମରେ ହଜାର ହଜାର ଧାନ ବସ୍ତା ବିକ୍ରି ହୋଇଥିବା ଅଭିଯୋଗ ହୋଇଛି । ଏପଟେ ସମବାୟ ସମିତିରେ ହୋଇଥିବା ଦୁର୍ନୀତିର ତଦନ୍ତ ପାଇଁ ଦାବି ହୋଇଛି ।

ଡିଜାଇନ ଫଟୋ
author img

By

Published : Sep 4, 2019, 8:46 AM IST

ବରଗଡ: ଓଡିଶାର ଭାତହାଣ୍ଡିରେ ଦୁର୍ନୀତିର ଗନ୍ଧ । ଚାଷୀଙ୍କ ଭାଗ୍ୟ ସହ ସାଙ୍ଘାତିକ ଖେଳ । ନକଲି ଚାଷୀଙ୍କ ନାଁରେ ବିକ୍ରି ହୋଇଛି ହଜାର ହଜାର ବସ୍ତା ଧାନ । ବରଗଡ ତୋରା ସୋସାଇଟି ନାଁରେ ଆସିଛି ଏଭଳି ସାଙ୍ଘାତିକ ଅଭିଯୋଗ । ଆଉ ଧାନ ବିକ୍ରିରେ ହୋଇଥିବା ମହାଦୁର୍ନୀତିର ଦସ୍ତାବିଜ୍ ଲାଗିଛି ଇଟିଭି ଭାରତ ହାତରେ । ସରକାରୀ ଜମିକୁ ନକଲି ଚାଷୀ ନାମରେ ପଞ୍ଜିକୃତ କରି ବିକ୍ରି ହୋଇଛି ହଜାର ହଜାର ବସ୍ତାଧାନ । ଖାଲି ସରକାରୀ ଜମି ନୁହେଁ ନଦୀ, ନାଳ, ରାସ୍ତାଘାଟ ବି ବର୍ତ୍ତି ପାରିନି ଦୁର୍ନୀତିରୁ । ଅସଲି ଚାଷୀଙ୍କ ଧାନ ବିକ୍ରି ହେଉନଥିବା ବେଳେ ନଦୀନାଳକୁ ଜମି ଦର୍ଶାଇ ନକଲି ଚାଷୀଙ୍କ ଧାନ ବିକ୍ରି ହୋଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦଦାତା, ବରଗଡ

ଚଳିତ ବର୍ଷ ଖରିଫ୍ ଧାନ ବିକ୍ରି ପାଇଁ ତୋରା ସୋସାଇଟିରେ 232ଏକର ସରକାରୀ ଜମି ପଞ୍ଜିକୃତ ହୋଇଛି । ବେଆଇନ ଭାବେ 12 ହଜାରରୁ ଊର୍ଦ୍ଧ୍ବ ଧାନ ବସ୍ତା ବିଭିନ୍ନ ମିଲ୍‌କୁ ଯାଇଛି । ପ୍ରକୃତ ଚାଷୀଙ୍କ ଘରେ ଧାନ ଗଚ୍ଛିତ ହୋଇରହିଥିବା ବେଳେ ମିଲ୍‌କୁ ଏତେ ପରିମାଣରେ ଧାନ କେଉଁଠି ଆସିଲା ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ସେପଟେ ଦୁର୍ନୀତି ସମ୍ପର୍କରେ କିଛି ଜଣାନାହିଁ ବୋଲି କହିଛନ୍ତି ତୋରା ସୋସାଇଟିର ସମ୍ପାଦକ ।

ତେବେ ଏହା ପ୍ରଥମ ଘଟଣା ନୁହେଁ ପୂର୍ବରୁ ମଧ୍ୟ ଜିଲ୍ଲାରେ ଦୁର୍ନୀତି ହୋଇଥିଲା । ସେତେବେଳେ ଭିଜିଲାନ୍ସ ବିଭାଗ ଘଟଣାର ତଦନ୍ତ କରିଥିଲା । ହେଲେ ପରେ ହଠାତ୍ ଫାଇଲ ବନ୍ଦ ହୋଇଯାଇଥିଲା । ଏବେ ମଧ୍ୟ ଚାଷୀଙ୍କ ନାମରେ ହରିଲୁଟ୍ ହୋଇଥିବା ଅଭିଯୋଗ ପରେ ପ୍ରଶାସନ କଣ ପଦକ୍ଷେପ ନେଉଛି ତାହା ଉପରେ ସମସ୍ତଙ୍କ ନଜର ।

ପେଟକୁ ମୁଠାଏ ଦାନା ଯୋଗାଇବା ପାଇଁ ଦିନରାତି ଏକ କରିଦେଉଛନ୍ତି ଚାଷୀ । ହେଲେ କିଛି ଅଧିକାରୀଙ୍କ ମଧୁଚନ୍ଦ୍ରିକା ଯୋଗୁଁ ଚାଷୀ ପାଉନି ପରିଶ୍ରମର ଉଚିତ୍ ମୂଲ୍ୟ । ବରଗଡରେ ଧାନ ବିକ୍ରିରେ ହୋଇଥିବା ଘୋଟଲାରେ ଫର୍ଦ୍ଦାଫାସ କରିବାକୁ ସାଧାରଣରେ ଦାବି ହୋଇଛି ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.