ETV Bharat / state

କୋଭିଡ ଯୋଦ୍ଧାଙ୍କୁ ଚିକିତ୍ସାରେ ଅବହେଳା ଅଭିଯୋଗ - ବରଗଡରେ ଚିକିତ୍ସାରେ ଅବହେଳା ଅଭିଯୋଗ

ବରଗଡର ପଦ୍ମପୁର ହସ୍ପିଟାଲରେ କୋଭିଡ ଚିକିତ୍ସାରେ ଅବହେଳା ହେଉଥିବା ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ...

ଅଙ୍ଗନୱାଡି କୋଭିଡ ଆକ୍ରାନ୍ତଙ୍କୁ ଚିକିତ୍ସାରେ ଅବହେଳା ଅଭିଯୋଗ

author img

By

Published : May 21, 2021, 8:09 AM IST

ବରଗଡ଼: ଜିଲ୍ଲାର ପଦ୍ମପୁର ହସ୍ପିଟାଲରେ ଜଣେ ଅଙ୍ଗନବାଡି କର୍ମୀଙ୍କୁ ଚିକିତ୍ସାରେ ଅବହେଳା କରାଯାଇଛି । ତେବେ ତାଙ୍କୁ ଆବଶ୍ୟକ ଚିକିତ୍ସା ନ ଯୋଗାଇ ଦିଆଯାଇ ଡାକ୍ତର ଆସିବା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ କହିବାରୁ ସେ ରାତିସାରା ଗଛ ମୂଳେ ବସିଥିବା ଦେଖିବାକୁ ମିଳିଛି ।

ଅଙ୍ଗନୱାଡି କୋଭିଡ ଆକ୍ରାନ୍ତଙ୍କୁ ଚିକିତ୍ସାରେ ଅବହେଳା ଅଭିଯୋଗ

ମିଳିଥିବା ସୂଚନା ଅନୁସାରେ ରାତି ସାରା ପଦ୍ମପୁର ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ବରଗଛ ମୂଳେ ବସି ରହିଲେ କୋଭିଡ ସଙ୍କ୍ରମିତ ଅଙ୍ଗନବାଡି କର୍ମୀ । ଏହି କୋରୋନା ଯୋଦ୍ଧାଙ୍କ ଘର ଅଏଁଲାଭଟା ଗ୍ରାମରେ ବୋଲି ଜଣାପଡିଛି । ତେବେ ତାଙ୍କର ଗତ ୨ ଦିନ ଆଗରୁ ଗୋଡ ଭାଙ୍ଗି ଯାଇଥିବା ବେଳେ ବୁଧବାର ସନ୍ଧ୍ୟା ସମୟରେ ସେ ଅସୁସ୍ଥତା ଅନୁଭବ କରିଥିଲେ । ତାଙ୍କ ସ୍ବାମୀଙ୍କ ସହ ପଦ୍ମପୁର ମୁଖ୍ୟ ଚିକିତ୍ସାଳୟକୁ ଆସିଥିବା ବେଳେ ତାଙ୍କର କୋଭିଡ ରିପୋର୍ଟ ପଜିଟିଭ ବାହାରିଥିଲା ।

ଏହା ପରେ କିନ୍ତୁ ତାଙ୍କୁ କୋଭିଡ କେୟାର ସେଣ୍ଟର କି ହୋମ ଆଇସୋଲେସନ ପାଇଁ ଘରକୁ ଯିବାକୁ ନ କହି ଡକ୍ଟର ଆସିବା ଯାଏଁ ଅପେକ୍ଷା କରିବା ପାଇଁ ଅନ୍ୟ ସ୍ବାସ୍ଥ୍ୟକର୍ମୀମାନେ କହିଥିଲେ । ଫଳରେ ସେ ସାରା ରାତି ତାଙ୍କ ସ୍ବାମୀଙ୍କ ସହ ଗଛ ତଳେ ବସି ରହିଥିଲେ । ଗୋଟିଏ ପଟେ ସରକାର ଅଙ୍ଗନବାଡି କର୍ମୀଙ୍କୁ କୋରୋନା ଯୋଦ୍ଧାର ମାନ୍ୟତା ଦେଇଥିବା ବେଳେ ତାଙ୍କ ସହ ଏପରି ବ୍ୟବହାର କେତେ ଦୂର ଠିକ ତାକୁ ନେଇ ବର୍ତ୍ତମାନ ଚର୍ଚ୍ଚା ଜୋର ଧରିଛି ।

ବରଗଡ଼ରୁ ରାଜେଶ ସରାପ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.