ETV Bharat / state

ବରଗଡ: ମକ୍‌ପୋଲିଂ ଶେଷ, ଭୋଟିଂ ଆରମ୍ଭ - district adminstration

ମକ୍‌ପୋଲି୍‌ଂ ସରିବା ପରେ ବରଗଡ ଜିଲ୍ଲାରେ ଆରମ୍ଭ ହୋଇଯାଇଛି ଭୋଟିଂ। ଏଥର ଜିଲ୍ଲାରେ ମୋଟ 1378ଟି ବୁଥ ରହିଥିବା ବେଳେ, ସେଥିମଧ୍ୟରୁ 217ଟି ଉତ୍ତେଜନା ପ୍ରବଣ ଚିହ୍ନଟ କରାଯାଇଛି।

ଫାଇଲ ଫଟୋ
author img

By

Published : Apr 18, 2019, 8:01 AM IST

Updated : Apr 18, 2019, 9:33 AM IST

ବରଗଡ: ଗୁରୁବାର ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପାଇଁ ଭୋଟଗ୍ରହଣ ଆରମ୍ଭ ହୋଇଯାଇଛି। ଆଜି ରାଜ୍ୟର 5 ଲୋକସଭା ଏବଂ 35 ବିଧାନସଭା ପାଇଁ ଭୋଟଗ୍ରହଣ ଆରମ୍ଭ ହୋଇଯାଇଛି। ଯାହା ମଧ୍ୟରେ ରହିଛି ବରଗଡ ସଂସଦୀୟ କ୍ଷେତ୍ର ଏବଂ ଏହା ଅଧିନସ୍ଥ ବିଧାନସଭା । ଏଥିପାଇଁ ସମସ୍ତ ପ୍ରକାରର ପ୍ରସ୍ତୁତି ସରିଛି।

ଚଳିତ ନିର୍ବାଚନକୁ ନେଇ ପ୍ରଶାସନର ପ୍ରସ୍ତୁତି କେମିତି ରହିଛି ସେ ନେଇ ପ୍ରତିକ୍ରିୟା ରଖିଛନ୍ତି ବରଗଡ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଇନ୍ଦ୍ରମଣି ତ୍ରୀପାଠୀ। ଏନେଇ ସେ କହିଛନ୍ତି ଜିଲ୍ଲାରେ ମୋଟ 1378ଟି ବୁଥରେ ମକ୍‌ପୋଲିଂ କାର୍ଯ୍ଯ ଶେଷ ହୋଇଛି। ନିର୍ବାଚନରେ ପ୍ରାୟ 10 ହଜାର ପୋଲିଂ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବରଗଡ

ଏଥର ଜିଲ୍ଲାରେ 217ଟି ବୁଥ୍ ଉତ୍ତେଜନା ପ୍ରବଣ ଥିବାର ଚିହ୍ନଟ କରାଯାଇଛି। ସେହିପରି ବିଜେପୁରର ନିର୍ବାଚନଣ୍ଡଳୀର 196 ନମ୍ବର ବୁଥରେ ଇଭିଏମ୍‌ ମେସିନ ଖରା ବାହାରିବା ପରେ ସେଠାରେ ନୂଆ ମେସିନ ଲାଗଯାଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ଯାହା ଅଭିଯୋଗ ଆସିଛି ସେ ନେଇ ଆବଶ୍ୟକୀୟ ପଦକ୍ଷେପ ନିଆଯାଇଛି।

ବରଗଡରୁ ରାଜେଶ ସରାପ୍, ଈଟିଭି ଭାରତ

Last Updated : Apr 18, 2019, 9:33 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.