ETV Bharat / state

ପେଟ୍ରୋଲ-ଡିଜେଲ ଦର ବୃଦ୍ଧିକୁ ନେଇ ଆପର ବିକ୍ଷୋଭ - ବରଗଡ ଆପ

ଦେଶରେ ଅହେତୁକ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧିକୁ ନେଇ ବରଗଡ ଜିଲ୍ଲା ଆମ ଆଦମୀ ଦଳ ପକ୍ଷରୁ ବିକ୍ଷୋଭ । ଏଥିସହ ଜିଲ୍ଲାପାଳଙ୍କ ନିକଟରେ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଅଧିକ ପଢନ୍ତୁ...

AAP protests against petrol-diesel price hike
ପେଟ୍ରୋଲ-ଡିଜେଲ ଦର ବୃଦ୍ଧିକୁ ନେଇ ଆପର ବିକ୍ଷୋଭ
author img

By

Published : Jul 2, 2020, 6:16 PM IST

ବରଗଡ: ଦିନକୁ ଦିନ ଦେଶରେ ଅହେତୁକ ଭାବେ ବଢିଚାଲିଛି ପେଟ୍ରୋଲ ଓ ଡିଜେଲ ଦର । ଏହି ଦର ବୃଦ୍ଧି ସାଧାରଣ ଜନତାଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଥିବା ବେଳେ ଗୁରୁବାର ବରଗଡ ଜିଲ୍ଲା ଆମ ଆଦମୀ ଦଳ ପକ୍ଷରୁ ଏନେଇ ଜିଲ୍ଲାପାଳଙ୍କ ନିକଟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି ।

କୋରୋନା ପରି ମହାମାରୀ ସମୟରେ ଡିଜେଲର ମାତ୍ରାଧିକ ଦର ବୃଦ୍ଧି କାରଣରୁ ଜନସାଧାରଣଙ୍କ ପକେଟ ଓ ପେଟକୁ ମାଡ଼ ପଡ଼ୁଛି । ତେବେ ଜନସାଧାରଣଙ୍କ ପକେଟରୁ ଟଙ୍କା ଚୋରି କରି କୋରୋନା ସହିତ ଲଢ଼ିବାର ହୀନ ପ୍ରୟାସ ବନ୍ଦ କରାଯାଉ ବୋଲି ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଆପ୍ ପକ୍ଷରୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା ।

ପେଟ୍ରୋଲ-ଡିଜେଲ ଦର ବୃଦ୍ଧିକୁ ନେଇ ଆପର ବିକ୍ଷୋଭ

ତେବେ ଅଶୋଧିତ ତୈଳ ଦର କମ ରହିଥିବା ବେଳେ ଦିନକୁ ଦିନ କେଉଁ କାରଣରୁ ପେଟ୍ରୋଲ ଓ ଡିଜେଲର ଦର ବୃଦ୍ଧି ପାଉଛି ବୋଲି ବିରୋଧୀ ଦଳ ପକ୍ଷରୁ ବାରମ୍ବାର ପ୍ରଶ୍ନ ଉଠୁଛି । ବରଗଡ଼ କଂଗ୍ରେସ ଦଳ ପକ୍ଷରୁ କିଛି ଦିନ ତଳେ ତୈଳ ଦର ବୃଦ୍ଧିକୁ ନେଇ ପ୍ରତିବାଦ ସ୍ବରୂପ ଧର୍ମେନ୍ଦ୍ର ପ୍ରଧାନଙ୍କ କୁଶପୁତ୍ତଳିକା ଦାହ କରାଯାଇଥିବା ବେଳେ ଆଜି ଆପ ପୁଣି ପ୍ରତିବାଦ କରି ବିକ୍ଷୋଭ ପ୍ରଦର୍ଶନ କରିଛି ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.