ETV Bharat / state

ଆମ ଆଦମି ପାର୍ଟିର ଆକ୍ରୋଶ ରାଲି ଓ ଜିଲ୍ଲାପାଳ ଅଫିସ ଘେରାଉ

ବରଗଡର ବିଭିନ୍ନ ସମସ୍ୟା ନେଇ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଆନ୍ଦୋଳନ ଓ ବିକ୍ଷୋଭ ପ୍ରଦର୍ଶନ କରିଛି ଆମ ଆଦମୀ ପାର୍ଟି । ଅଧିକ ପଢନ୍ତୁ...

aam admi party protest in front of bargarh collectorate
ଆମ ଆଦମି ପାର୍ଟୀର ଆକ୍ରୋଶ ରାଲି ଓ ଜିଲ୍ଲାପାଳ ଅଫିସ ଘେରାଉ
author img

By

Published : Dec 1, 2020, 10:05 PM IST

ବରଗଡ: ଆମ ଆଦମି ପାର୍ଟି ଘେରିଲା ଜିଲ୍ଲାପାଳ ଅଫିସ | ବରଗଡର ବିଭିନ୍ନ ସମସ୍ୟାର ସମାଧାନ ଦାବିରେ ବରଗଡ ଲୋକମଣ୍ଡପ ପଡିଆ ଠାରୁ ଏକ ବିରାଟ ରାଲିରେ ବାହାରିଥିଲା ଆମ ଆଦମି ପାର୍ଟି | ଏହି ରାଲି ବରଗଡ ଜିଲ୍ଲାପାଳ ଅଫିସକୁ ପହଞ୍ଚିବା ପରେ ଆନ୍ଦୋଳନ ଜୋରଦାର କରିଥିଲେ |

ଆମ ଆଦମି ପାର୍ଟୀର ଆକ୍ରୋଶ ରାଲି ଓ ଜିଲ୍ଲାପାଳ ଅଫିସ ଘେରାଉ

ବରଗଡ ଜିଲ୍ଲାପାଳ କାର୍ଯ୍ୟ।ଳୟ ସମୁଖରେ ୧୨ ଦଫା ଦାବି ନେଇ ଧାରଣାରେ ବସିଛନ୍ତି । ଏହା ସହ ବରଗଡ ଜିଲ୍ଲାର ବିଭିନ୍ନ ମୁଖ୍ୟ ସମସ୍ୟା ଯେପରି ଡାକ୍ତରଖାନାରେ ଡାକ୍ତର ଅଭାବ, ଉପଯୁକ୍ତ ସ୍ୟାସ୍ଥ୍ୟବ୍ୟବସ୍ଥା, ସହରମଝିରେ ଥିବା ଜେଲ ସ୍ଥାନାନ୍ତରୀକରଣ ଦାବି କରାଯାଇଛି । ସେହିଭଳି ଜିଲ୍ଲାରେ ବନ୍ଦ ହେବାକୁ ଯାଉଥିବା ୨୭୩ ଗୋଟି ସ୍କୁଲ ବନ୍ଦ ନ କରିବା, ଭୂମିହୀନ ଓ ବାସହୀନ ପରିବାରବର୍ଗଙ୍କୁ ଘର ଓ ଜମିପଟ୍ଟା ପ୍ରଦାନ,ବନ୍ଦ ପଡିଥିବା କଳ କାରଖାନାର ପୁନରୁଦ୍ଧାର ଆଦି ଦ।ବି କୁନେଇ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ସମସ୍ୟାର ସମାଧାନ ନ ହେଲେ ଆଗାମୀ ଦିନରେ ଏକ ବଡଧରଣର ଆନ୍ଦୋଳନ ହେବ ବୋଲି ଚେତାବନୀ ଦେଇଛନ୍ତି ।

ବରଗଡରୁ ରାଜେଶ ସରାପ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.