ETV Bharat / state

'2024ରେ ମଜଭୁତ ବିକଳ୍ପ ହେବ ଆପ୍' - 2024 ନିର୍ବାଚନ ପାଇଁ ଆପ ପ୍ରସ୍ତୁତି

ରାଜ୍ୟରେ ମିଳିତ ଶାସନ ଚାଲିଛି ବିରୋଧୀ ଦଳ ନାହିଁ । 2024ରେ ଆପ୍ ମଜଭୁତ ବିକଳ୍ପ ହୋଇ ଲୋକଙ୍କ ପାଖକୁ ଯିବ ବୋଲି କହିଛନ୍ତି ଆପ୍ ରାଜ୍ୟ ସଭାପତି ନିଶିକାନ୍ତ ମହାପାତ୍ର । ଅଧିକ ପଢନ୍ତୁ

ବରଗଡରେ ଆପ୍ ରାଲି
aam aadmi party rally in bargarh
author img

By

Published : Jul 18, 2023, 2:05 PM IST

ବରଗଡ: ଆଗାମୀ 2024 ନିର୍ବାଚନ ପାଇଁ ସଜବାଜ ଆରମ୍ଭ କରିଛନ୍ତି ବିଭିନ୍ନ ରାଜନୈତିକ ଦଳ । ସମସ୍ତ ଦଳ ନିଜ ନିଜର ସ୍ଥିତି ସୁଧାରିବାକୁ ଲାଗି ପଡ଼ିଛନ୍ତି । ବରଗଡ଼ ଜିଲ୍ଲାକୁ ବିଜେଡି ଦଳ ପକ୍ଷରୁ 5T ସଚିବ ଭି.କେ ପଣ୍ଡିଆନ ଦୁଇ ଦିନିଆ ଗସ୍ତ କରି ବିଭିନ୍ନ ଯୋଜନାର ଘୋଷଣା କରିସାରିଥିବା ବେଳେ ବିଜେପି ଦଳ ମଧ୍ୟ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଜନସମ୍ପର୍କ ଅଭିଯାନ ଜାରି ରଖିଛି । ଅନ୍ୟପଟେ କଂଗ୍ରେସ ଦଳ ପକ୍ଷରୁ କୌଣସି ଆଖି ଦୃଶିଆ କାର୍ଯ୍ୟକ୍ରମ କରାଯାଉ ନଥିବାବେଳେ ଆମ ଆଦମି ପାର୍ଟି ତରଫରୁ ବରଗଡ଼ରେ ଏକ ରାଲି କରିଛି । ରାଜ୍ୟରେ ପାୱାରଫୁଲ ହେବାକୁ ବରଗଡ଼ରୁ ବଳ ଗୋଟାଉଛି ଆପ୍ ।

୨୦୦ ୟୁନିଟ ମାଗଣା ବିଜୁଳି ପାଇଁ ପଦଯାତ୍ରା ଓ ସଭା କାର୍ଯ୍ୟକ୍ରମ ସହିତ କାର୍ଯ୍ୟକର୍ତ୍ତା ସମ୍ମିଳନୀ ଆୟୋଜନ ଆରମ୍ଭ କରି ଦେଇଛି । ଆପ୍ ରାଜ୍ୟ ଆବାହକ ନିଶିକାନ୍ତ ମହାପାତ୍ର ବରଗଡ଼ ଗସ୍ତରେ ଆସିଥିବା ବେଳେ ଏକ ପଦଯାତ୍ରାରେ ସାମିଲ ହୋଇଥିଲେ । 25 ବର୍ଷର ଶାସନ କରିଥିବା ଭ୍ରଷ୍ଟାଚାର ସରକାରକୁ ହଟାଇ ଦିଲ୍ଲୀ ପରି ବିକାଶ ଆଣିବାକୁ ଆମ୍ ଆଦମୀ ପାର୍ଟି ସରକାର ଗଠନ କରିବାକୁ ବରଗଡ଼ବାସୀଙ୍କୁ ଆହ୍ଵାନ କରିଥିଲେ । ବରଗଡ଼ବାସୀଙ୍କୁ ଜାଗ୍ରତ ହେବାକୁ ଏକ ପଦଯାତ୍ରା ମାଧ୍ୟମରେ ରାଜ୍ୟ ସଭାପତି ନିଶିକାନ୍ତ ମହାପାତ୍ର ଲୋକଙ୍କୁ ସଚେତନ କରିଥିଲେ ।

ଆପ୍ ରାଜ୍ୟ ଆବାହକ ନିଶିକାନ୍ତ ମହାପାତ୍ର କହିଛନ୍ତି, ''ବିଡେଡିର 50 ବର୍ଷ ଶାସନ ଭିତରେ ବିରୋଧୀ ଶୂନ୍ୟତା ରହିଛି । ରାଜ୍ୟରେ କଂଗ୍ରେସର ସ୍ଥିତି ନାହିଁ । ଭାରତୀୟ ଜନତା ଦଳ ବିଜୁ ଜନତା ଦଳ ସହିତ ମିଶି କରି ଶାସନ କରୁଛି । ଓଡିଶାର ସବୁ ଦୁର୍ନୀତିରେ ବିଜେପି ଚୁପ୍‌ ରହୁଛି । ପିସି କାରବାର, ଖଣି ଲୁଟ୍‌ ସବୁଥିରେ କେବେ ସିବିଆଇ ରେଡ୍‌ ହେବ । ରାଜ୍ୟରେ ମିଳିତ ଶାସନ ଚାଲିଛି ବିରୋଧୀ ଦଳ ନାହିଁ । ଆପ୍ ନୂଆ ପାର୍ଟି ହିସାବରେ ରାଷ୍ଟ୍ରୀୟ ମାନ୍ୟତା ପାଇଛି । ଦିଲ୍ଲୀ ପଞ୍ଜାବରେ ସରକାର ଗଢିଛୁ । ଓଡ଼ିଶାରେ ଲୋକଙ୍କ ସମର୍ଥନ ବଢିଛି । 2024ରେ ମଜଭୁତ ବିକଳ୍ପ ହେବ ଆପ୍ ।''

ଏହା ବି ପଢନ୍ତୁ...ବ୍ୟାପକ ହେବ ଜନଜାତିଙ୍କ ଭାଷା, ସଂସ୍କୃତି ସଂପର୍କିତ ଗବେଷଣା ଓ ପ୍ରୟୋଗ

ଜିଲ୍ଲାର ଚିନିକଳ ପୁନଃରୁଦ୍ଧାର, ଲେଙ୍ଗୁ ମିଶ୍ର ଛକରୁ ଜିରା ବ୍ରିଜ ପର୍ଯ୍ୟନ୍ତ ରାସ୍ତା ପ୍ରଶସ୍ତିକରଣ, ଜିଲ୍ଲାର ବନ୍ଦ ଥିବା ୨୫୦ ସରକାରୀ ସ୍କୁଲ ଖୋଲିବାକୁ ଆପ୍ ଦାବି କରିଛି । ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବାକୁ ଠିକ କରିବା ପାଇଁ ଡାକ୍ତର ଓ ଷ୍ଟାଫ ନିଯୁକ୍ତି କରିବା, ଚାଷୀଙ୍କ ସମସ୍ତ ଧାନ କିଣିବା ସହ ସହାୟକ ମୂଲ୍ୟ ବୃଦ୍ଧି କରିବାକୁ ଆପ୍ ଦାବି କରିଛି । ବରଗଡ଼ରେ ରହିଥିବା ଏହି ସମସ୍ତ ମୁଦ୍ଦା ଉପରେ ଆମ ଆଦମୀ ପାର୍ଟି ଆଗାମୀ ନିର୍ବାଚନରେ ଲଢ଼େଇ କରିବା ପାଇଁ ପ୍ରସ୍ତୁତି ଚଳାଇଛି ।

ଇଟିଭି ଭାରତ, ବରଗଡ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.