ETV Bharat / state

କ୍ଷେତ ନିକଟରୁ ଯୁବକଙ୍କ ମୃତଦେହ ଉଦ୍ଧାର, ପୋଲିସର ତଦନ୍ତ ଜାରି

କ୍ଷେତ ନିକଟରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର । ଘଟଣା ଘଟିଛି ବରଗଡ ଜିଲ୍ଲା ଭୋଡୋନ ଥାନା ଅନ୍ତର୍ଗତ ବୁର୍ଦା ଗ୍ରାମରେ । ଅଧିକ ପଢନ୍ତୁ...

A young man's deadbody was recovered near the field
କ୍ଷେତ ନିକଟକୁ ଯୁବକଙ୍କ ମୃତଦେହ ଉଦ୍ଧାର, ପୋଲିସର ତଦନ୍ତ
author img

By

Published : Jul 18, 2020, 7:30 PM IST

ବରଗଡ: କ୍ଷେତ ନିକଟରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର । ଘଟଣା ଘଟିଛି ବରଗଡ ଜିଲ୍ଲା ଭୋଡୋନ ଥାନା ଅନ୍ତର୍ଗତ ବୁର୍ଦା ଗ୍ରାମରେ । ଉଦ୍ଧାର ମୃତଦେହ ୨୩ ବର୍ଷୀୟ ଜିତୁ ନାଏକର ବୋଲି ଜଣାପଡିଛି ।

କ୍ଷେତ ନିକଟରୁ ଯୁବକଙ୍କ ମୃତଦେହ ଉଦ୍ଧାର, ପୋଲିସର ତଦନ୍ତ ଜାରି

ସୂଚନାନୁଯାୟୀ, ଶନିବାର ସକାଳେ ବୁର୍ଦା ଗ୍ରାମର ଜିତୁ ନାଏକ ନିଜ ଘରୁ ଦୌଡି ଦୌଡି କୁଆଡେ ଯାଉଥିବା ଦେଖିଥିଲେ ଗ୍ରାମବାସୀ । ପରେ ଗାଁ ମୁଣ୍ଡରେ ଜିତୁର ବେକରେ ଗଭୀର କ୍ଷତ ସହ ମୃତଦେହ ଦେଖିବାକୁ ମିଳିଥିଲା । ଏହାପରେ ଗ୍ରାମବାସୀ ସଙ୍ଗେ ସଙ୍ଗେ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରି ଦେଇଥିଲା ।

ଏହାପରେ ବରଗଡ଼ ଏସପି ପଦ୍ମିନୀ ସାହୁ ଘଟଣାସ୍ଥଳ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଥିଲେ । ଅନ୍ୟପଟେ ସାଇଣ୍ଟିଫିକ ଦଳ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରିଥିଲା । ତେବେ ଏହା ହତ୍ୟା ନାଁ ଆତ୍ମହତ୍ୟା ତାହା ଜଣାପଡିନଥିବା ବେଳେ ସତ୍ୟତା ଜାଣିବାକୁ ପୋଲିସ ତଦନ୍ତ କରୁଛି । ଜିତୁର ପାରିବାରିକ ଗଣ୍ଡଗୋଳ ରହିଥିଲା କି ନା ସେ ନେଇ ପୋଲିସ ପରିବାର ଲୋକଙ୍କୁ ମଧ୍ୟ ପଚରାଉଚରା କରିଥିଲା ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.