ETV Bharat / state

ମୃତଦେହ ଦାହ ପାଇଁ ଗୋଟିଏ ଟ୍ରକ କାଠ ଦାନ - ବରଗଡ କାଠ ଦାନ

ବରଗଡରେ ମୃତ୍ୟୁସଂଖ୍ୟା ବୃଦ୍ଧି ନେଇ ମୃତଦେହ ଦାହ ପାଇଁ କାଠର ଅଭାବ ସୃଷ୍ଟି ହୋଇଛି । ଏନେଇ ସହରର ଲାୟନ୍ସ କ୍ଲବ ମୃତଦେହ ଦାହ ପାଇଁ ଗୋଟିଏ ଟ୍ରକ କାଠ ଦାନ କରିଛି । ଅଧିକ ପଢନ୍ତୁ...

ମୃତଦେହ ଦାହ ପାଇଁ ଗୋଟିଏ ଟ୍ରକ କାଠ ଦାନ
ମୃତଦେହ ଦାହ ପାଇଁ ଗୋଟିଏ ଟ୍ରକ କାଠ ଦାନ
author img

By

Published : Apr 25, 2021, 9:39 PM IST

ବରଗଡ଼: ସହରରେ ଦିନକୁ ଦିନ କୋରୋନାରେ ମୃତ୍ୟୁ ସଂଖ୍ୟା ବଢି ଚାଲିଥିବାବେଳେ ମୃତଦେହ ସତ୍କାର ପାଇଁ କାଠର ଅଭାବ ଦେଖାଦେଇଛି । ବରଗଡର ଗୋଶାଳା ଠାରେ ଦୀର୍ଘ 50 ବର୍ଷରୁ ଦାହ କାର୍ଯ୍ୟ ପାଇଁ କାଠ ଯୋଗେଇ ଆସୁଥିଲେ ମଧ୍ୟ ଏପରି ମହାମାରୀ ସମୟରେ କୌଣସି କାରଣରୁ କାଠ ଯୋଗାଣ ହଠାତ ବନ୍ଦ କରିଦିଆଯାଇଥିଲା । ଫଳରେ କୋଭିଡ଼ ମୃତକଙ୍କ ସତ୍କାର ପାଇଁ କାଠ ନପାଇ ବହୁ ଅସୁବିଧାର ସମ୍ମୁଖୀନ ହୋଇଥିଲେ ବରଗଡବାସୀ । ଏପରି ପରିସ୍ଥିତିରେ ସମାଜସେବୀ ସଙ୍ଗଠନ ସଂକଳ୍ପ ପରିବାର ଦ୍ଵାରା କାଠ ସମସ୍ୟା ବିଷୟରେ ସୋସିଆଲ ମିଡ଼ିଆରେ ଉପସ୍ଥାପନ କରାଯାଇଥିଲା ଏବଂ କାଠ ଦାନ ପାଇଁ ଲୋକଙ୍କୁ ଅନୁରୋଧ କରାଯାଇଥିଲା । ତେବେ ବରଗଡର ଏହି ସମସ୍ୟାକୁ ଦୂର କରିବାକୁ ଆଜି(ରବିବାର) ଥୁଆପାଲି ଲାୟନ୍ସ କ୍ଲବ ଆଗେଇ ଆସି ଏକ ଟ୍ରକ ଭର୍ତ୍ତି କାଠ ବରଗଡ ପିପଲମୁଣ୍ଡାସ୍ଥିତ କୋଭିଡ଼ ସ୍ଵର୍ଗଦ୍ଵାର ଠାରେ ଦାନ କରିଛନ୍ତି । ଏହି କାଠ ପହଞ୍ଚିବା ମାତ୍ରେ କାଠ ପାଇଁ ଅପେକ୍ଷାରତ ମୃତଦେହକୁ ସତ୍କାର କରାଯାଇଥିଲା |

ମୃତଦେହ ଦାହ ପାଇଁ ଗୋଟିଏ ଟ୍ରକ କାଠ ଦାନ

ନିଜସ୍ୱ ଖର୍ଚ୍ଚରେ ଲାୟନ୍ସ କ୍ଳବ ସଦସ୍ୟ ସୁନୀଲ ବାଙ୍କା, ସୁଶୀଲ କେଡ଼ିଆ ଓ ହିମାଂଶୁ ହୋତା ଏତେ ପରିମାଣର କାଠ ଦାନ କରିଛନ୍ତି । ଏହି ମହାମାରୀ ସମୟରେ ବରଗଡ଼ ସହରରେ ହେଉଥିବା ସମସ୍ୟାକୁ ନିଜର ସମସ୍ୟା ଭାବି ଥୁଆପାଲିରୁ ବରଗଡକୁ ଆସି ସାହାଯ୍ୟର ହାତ ବଢାଇଥିବା ବେଳେ ମହାମାରୀ ସଙ୍କଟ ସମୟରେ ଅନ୍ୟମାନେ ମଧ୍ୟ ଏପରି ସମସ୍ୟାର ସମାଧାନ ନିମନ୍ତେ ଆଗେଇ ଆସିବାକୁ ସେମାନେ ନିବେଦନ କରିଛନ୍ତି ।

ବରଗଡରୁ ରାଜେଶ ସରାପ୍, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.