ETV Bharat / state

ଦିଅରର ଟାଙ୍ଗିଆ ଚୋଟରେ ଭାଉଜ ମୃତ - ଦିଅରର ଟାଙ୍ଗିଆ ଚୋଟରେ ଭାଉଜ ମୃତ

ଦିଅରର ଟାଙ୍ଗିଆ ଚୋଟରେ ଭାଉଜଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏପରି ଅଘଟଣ ଘଟିଛି ବରଗଡ଼ ଜିଲ୍ଲା ଅତାବିରା ଥାନା ଅନ୍ତର୍ଗତ ପାହାଡ଼ ଶ୍ରୀଗୀଡା ଗ୍ରାମରେ । ଅଧିକ ପଢନ୍ତୁ...

ଦିଅରର ଟାଙ୍ଗିଆ ଚୋଟରେ ଭାଉଜ ମୃତ
ଦିଅରର ଟାଙ୍ଗିଆ ଚୋଟରେ ଭାଉଜ ମୃତ
author img

By

Published : Nov 15, 2020, 7:09 PM IST

ବରଗଡ: ଦିଅରର ଟାଙ୍ଗିଆ ଚୋଟରେ ଭାଉଜଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏପରି ଅଘଟଣ ଘଟିଛି ବରଗଡ଼ ଜିଲ୍ଲା ଅତାବିରା ଥାନା ଅନ୍ତର୍ଗତ ପାହାଡ଼ ଶ୍ରୀଗୀଡା ଗ୍ରାମରେ । ଏହି ହତ୍ୟା ଘଟଣାର ଅତାବିରା ଥାନାରେ ଅଭିଯୋଗ ହେବାପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଦେଇଛି ।

ଦିଅରର ଟାଙ୍ଗିଆ ଚୋଟରେ ଭାଉଜ ମୃତ

ସୂଚନାନୁଯାୟୀ, ଶ୍ରୀଗିଡା ଗ୍ରାମର ଅର୍ଜୁନ ଖଡିଆଙ୍କ ସ୍ତ୍ରୀ ବୃନ୍ଦାବତୀ ଖଡିଆଙ୍କ ମୃତଦେହ ଆଜି(ରବିବାର) ରକ୍ତାକ୍ତ ଅବସ୍ଥାରେ ନିକଟସ୍ଥ ଦଶହାଣ୍ଡି କେନାଲରେ ପଡିଥିବା ଲୋକେ ଦେଖିଥିଲେ ଓ ପୋଲିସକୁ ଖବର ଦେଇଥିଲେ । ତେବେ ମୃତ ମହିଳାଙ୍କ ସ୍ଵାମୀ ଏହି ଘଟଣାରେ ଅତାବିରା ଥାନାରେ ଅଭିଯୋଗ ଆଣିଥିଲେ ଯେ ତାଙ୍କର ନିଜ ଭାଇ ଅଜେଷ ଟାଙ୍ଗିଆରେ ହାଣି ହତ୍ୟା କରିଛି ।

ପୂର୍ବ କଳହକୁ ନେଇ ଏହି ହତ୍ୟାକାଣ୍ଡ ହୋଇଥିବା ସ୍ଵାମୀ କହୁଥିବାବେଳେ କେଉଁ କାରଣରୁ ହତ୍ୟା ହୋଇଛି ତାକୁ ନେଇ ତଦନ୍ତ ଚଳେଇଛି ଅତାବିରା ପୋଲିସ । ମୃତଦେହକୁ ଉଦ୍ଧାର କରି ପୋଲିସ ବରଗଡ ପୁରୁଣା ଡାକ୍ତରଖାନାକୁ ମୃତଦେହ ବ୍ୟବଛେଦ ପାଇଁ ପଠାଇଛି ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.