ETV Bharat / state

ଜନ୍ମମାଟିକୁ ଫେରିଲେ ୟୁକ୍ରେନରେ ଫସିଥିବା ଡାକ୍ତରୀ ଛାତ୍ର

author img

By

Published : Mar 3, 2022, 6:53 AM IST

ୟୁକ୍ରେନରୁ ଉଦ୍ଧାର ହେଲେ ବରଗଡର ଯୁବ ଡ଼ାକ୍ତରୀ ଛାତ୍ର । ୟୁକ୍ରେନକୁ ଡ଼ାକ୍ତରୀ ପାଠ ପଢିବାକୁ ଯାଇ ଫସିଯାଇଥିଲେ ବରଗଡ ସହର ତଳିପଡାର ଜୟ ପ୍ରକାଶ କର ଓ ଦୀପ୍ତି କରଙ୍କ 20 ବର୍ଷର ପୁଅ ଅନୁପମ କର । ଅଧିକ ପଢନ୍ତୁ

ନିଜ ଜନ୍ମ ମାଟିକୁ ଫେରିଲେ ୟୁକ୍ରେନରେ ଫଶିଥିବା ଡାକ୍ତରୀ ଛାତ୍ର

ବରଗଡ: ୟୁକ୍ରେନରୁ ଉଦ୍ଧାର ହେଲେ ବରଗଡର ଯୁବ ଡ଼ାକ୍ତରୀ ଛାତ୍ର । ୟୁକ୍ରେନକୁ ଡ଼ାକ୍ତରୀ ପାଠ ପଢିବାକୁ ଯାଇ ଫସିଯାଇଥିଲେ ବରଗଡ ସହର ତଳିପଡାର ଜୟ ପ୍ରକାଶ କର ଓ ଦୀପ୍ତି କରଙ୍କ 20 ବର୍ଷର ପୁଅ ଅନୁପମ କର । ୟୁକ୍ରେନରେ ଗତ ଦୁଇ ବର୍ଷ ହେଲା ସେ ଡ଼ାକ୍ତରୀ ପାଠ ପଢୁଥିବା ବେଳେ ବର୍ତ୍ତମାନ ୟୁକ୍ରେନ ଓ ରୁଷ ମଧ୍ୟରେ ହଠାତ ଯୁଦ୍ଧ ପରିସ୍ଥିତି ଉପୁଜିବାରୁ ହଜାର ହଜାର ଭାରତୀୟ ଛାତ୍ରଛାତ୍ରୀ ଫସିଯାଇଛନ୍ତି ।

ଉଦ୍ଧାର ପାଇଁ ଭାରତ ସରକାରଙ୍କୁ ଗୁହାରୀ କରିଥିଲେ ୟୁକ୍ରେନରେ ଫସିଥିବା ଛାତ୍ରଛାତ୍ରୀ । ତେବେ ଭାରତ ସରକାର ପକ୍ଷରୁ ‘ଅପରେସନ ଗଙ୍ଗା’ ମାଧ୍ୟମରେ ୟୁକ୍ରେନରୁ ଅନେକ ଭାରତୀୟଙ୍କୁ ଉଦ୍ଧାର କରାଯାଇଛି । ତେବେ ବରଗଡ ସହର ତଳିପଡାର ବାସିନ୍ଦା ଅନୁପମ କର ମଧ୍ୟ ୟୁକ୍ରେନରୁ ଉଦ୍ଧାର ହୋଇ ବୁଧବାର ନିଜ ଜନ୍ମ ମାଟି ବରଗଡକୁ ଫେରିଛନ୍ତି । ୟୁକ୍ରେନରେ ସ୍ଥିତି ଅତ୍ୟନ୍ତ ଖରାପ ରହିଥିବା ବେଳେ ପ୍ରତି ମୁହୂର୍ତ୍ତରେ ବୋମା ମାଡରେ ସାଧାରଣ ଲୋକଙ୍କ ମୃତ୍ୟୁ ହେଉଛି ଏପରି ପରିସ୍ଥିତିରେ ନିଜ ପୁଅକୁ ଫେରିପାଇ ଅନୁପମଙ୍କ ପରିବାର ଲୋକେ ବେଶ ଖୁସି ଅନୁଭବ କରିଛନ୍ତି ଏବଂ ସରକାରଙ୍କୁ ଧନ୍ୟବାଦ ଦେଇଛନ୍ତି ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.