ETV Bharat / state

ହୃଦୟ ବିଦାରକ ଚିତ୍ର: ରାସ୍ତା କଡରୁ କାଦୁଅ ପାଣି ପିଇଲେ ତୃଷାର୍ତ୍ତ ପଥିକ - bargarh rain water drinking

କୋରୋନା ମହାମାରୀର ପୁଣି ଏକ କରୁଣ କାହାଣୀ ସାମ୍ନାକୁ ଆସିଛି ବରଗଡ ଜିଲ୍ଲାରୁ । ଯେଉଁଠି ଲକଡାଉନ ଯୋଗୁଁ ଖାଇବାକୁ ନ ପାଇ ଜଣେ ବ୍ୟକ୍ତି ରାସ୍ତାକଡରେ ଜମିଥିବା ବର୍ଷା ପାଣି ପିଇ ନିଜ ତୃଷାର୍ତ୍ତ ମେଣ୍ଟାଇଥିବା ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ...

ଭୋକ ଉପାସରେ ରାସ୍ତାକଡ ବର୍ଷା ପାଣି ପିଇଲେ ପଥିକ, ସହାୟ ହେଲା ସଂକଳ୍ପ ପରିବାର

author img

By

Published : May 19, 2021, 12:19 PM IST

ବରଗଡ: କୋରୋନା ମହାମାରୀ ଆଜି ମଣିଷକୁ ତଳିତଳାନ୍ତ କରି ପକାଇଛି । ଅନେକ ସଂସାର ଉଜୁଡି ଯାଇଥିବାବେଳେ ଚାରିଆଡେ ମୃତ୍ୟୁର ହାହାକାର ମଚିଯାଇଛି । ସୃଷ୍ଟିରେ ଶ୍ରେଷ୍ଠ ମଣୁଥିବା ମନୁଷ୍ୟ ଆଜି ଅଦୃଶ୍ୟ ଭୂତାଣୁ ସମ୍ମୁଖରେ ହତାଶ ହୋଇପଡିଛି । କୋରୋନା କାଳର ଅନେକ ହୃଦୟବିଦାରକ ଦୃଶ୍ୟ ଆଜି ମଣିଷର ମାନସପଟକୁ ଦୋହାଲାଇ ଦେଇଥିବାବେଳେ ବରଗଡ ଜିଲ୍ଲାରୁ ଏପରି ଏକ ସମ୍ବେଦନଶୀଳ ଘଟଣା ଦେଖିବାକୁ ମିଳିଛି, ଯାହା ହୁଏତ ମଣିଷ ଜାତି ପାଇଁ ଏକ ବିରଳ ଘଟଣା । ଯେଉଁଥିରେ ଜଣେ ଭୋକ ଉପାସରେ ଆଉଟପାଉଟ ବ୍ୟକ୍ତି ରାସ୍ତାକଡରେ ଜମିଥିବା ବର୍ଷା ପାଣିକୁ ଆଣ୍ଠେଇ ହୋଇ ପିଉଛନ୍ତି ।

ଭୋକ ଉପାସରେ ରାସ୍ତାକଡ ବର୍ଷା ପାଣି ପିଇଲେ ପଥିକ, ସହାୟ ହେଲା ସଂକଳ୍ପ ପରିବାର

ଆପଣ ଭାବୁଥିବେ ନିଜର ଶୋଷ ମେଣ୍ଟାଇବା ପାଇଁ ଉକ୍ତ ବ୍ୟକ୍ତି ଜଣକ ରାସ୍ତାରେ ଜମି ରହିଥିବା କାଦୁଅ ପାଣିକୁ ଏପରି ଭାବରେ ପିଉଛନ୍ତି କିନ୍ତୁ ଘଟଣା ତା ନୁହେଁ, ଲକଡାଉନ ପାଇଁ ପଥିକ ଜଣକ ଖାଇବାକୁ ନପାଇ କ୍ଷୁଧାରେ ଛଟପଟ ହେଉଥିଲେ ଏବଂ ଶେଷରେ ଅନ୍ୟ କୌଣସି ଉପାୟ ନପାଇ ସେ ରାସ୍ତା କଡରେ ପଡିଥିବା ବର୍ଷା ପାଣି ସାହାଯ୍ୟରେ ନିଜର ତୃଷାର୍ତ୍ତ ମେଣ୍ଟାଇବାକୁ ଚେଷ୍ଟା କରୁଥିଲେ । ମଣିଷର ଏପରି ଅସହାୟତାର ଦୃଶ୍ୟରେ ବୋଧହୁଏ ଭଗବାନ ମଧ୍ୟ ତରଳି ଯାଇଥିଲେ ଏବଂ ସତେ ଯେପରି ସଙ୍ଗେ ସଙ୍ଗେ ଦେବଦୂତ ପଠାଇ ଖାଦ୍ୟ ଏବଂ ସ୍ବଚ୍ଛ ପାଣି ଯୋଗାଇ ଦେଇଥିଲେ ପଥିକ ଜଣଙ୍କୁ ।

ଏହି ରାସ୍ତା ଦେଇ ଯାଉଥିବା ବରଗଡର ସମାଜସେବୀ ସଂଗଠନ ସଂକଳ୍ପ ପରିବାରର ସଦସ୍ୟମାନେ ଗୋଟେ ମଣିଷର ଏପରି ସମ୍ବେଦନଶୀଳ ଏବଂ ବିରଳ ଦୃଶ୍ୟ ଦେଖି ଆଚମ୍ବିତ ହୋଇପଡିଥିଲେ ଏବଂ ଗାଡିରୁ ଓହ୍ଲାଇ ଉକ୍ତ ପଥିକଙ୍କୁ ପ୍ରଥମେ ସ୍ଵଚ୍ଛ ପାଣି ଦେଇଥିଲେ ପିଇବାକୁ । ପରେ ଜଣାପଡିଲା ଯେ ପଥିକ ଜଣକ ନିଜର ତୃଷାର୍ତ୍ତ ମେଣ୍ଟାଇବାକୁ ଯାଇ ରାସ୍ତାକଡର ପାଣି ପିଉଥିଲେ । ତେବେ ସଂକଳ୍ପ ପରିବାର ନିଜ ଗାଡିରେ ଥିବା ସୁସ୍ଵାଦୁ ଖାଦ୍ୟ ଆଣି ପଥିକ ଜଣଙ୍କୁ ଖାଇବାକୁ ଦେଇଥିଲେ । ବ୍ୟକ୍ତି ଜଣକ ହିନ୍ଦୀରେ କଥାବାର୍ତ୍ତା କରୁଥିବାବେଳେ ସେ କେଉଁ ସ୍ଥାନର ଜଣାପଡିନଥିଲା । ତେବେ ଭଗବାନଙ୍କ ଦୂତ ସାଜି ଠିକ ସମୟରେ କ୍ଷୁଧାରେ ଥିବା ବ୍ୟକ୍ତିଙ୍କୁ ଖାଦ୍ୟ ଯୋଗାଇ ସଂକଳ୍ପ ପରିବାର ''ମାନବ ସେବା ହିଁ ମାଧବ ସେବା '' ବୋଲି ପ୍ରମାଣିତ କରିଦେଇଛନ୍ତି ।

ବରଗଡରୁ ରାଜେଶ ସରାପ୍, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.