ବରଗଡ: ବରଗଡ ମୁଖ୍ୟ ଚିକିତ୍ସାଳୟର ନିକଟରେ ଅସହାୟ ରୋଗୀ ଗୁରୁତର ଅବସ୍ଥାରେ ପଡି ରହିଥିଲେ ବି ଦେଖୁ ନାହାନ୍ତି କେହି । ମେଡିକାଲ କର୍ତ୍ତୃପକ୍ଷଙ୍କ ନଜର ମଧ୍ୟ ପଡୁନି । ସାଧାରଣ ଲୋକ କୋରୋନା ଭୟରେ କେହି ପାଖ ବି ମାଡୁ ନାହାଁନ୍ତି ।
ତେବେ ଏହି ଘଟଣାର ଖବର ପାଇ ବରଗଡର ସଂକଳ୍ପ ପରିବାର ସେଠାକୁ ପହଞ୍ଚି ଗୁରୁତର ଅବସ୍ଥାରେ ବୃଦ୍ଧାଙ୍କୁ ଉଦ୍ଧାର କରିଥିଲା । ଆଉ ଚିକିତ୍ସା ମଧ୍ୟ କରାଇଥିଲେ । କୋରୋନା ମହାମାରୀ ସମୟରେ ସଂକଳ୍ପ ପରିବାରର ନିଃସ୍ଵାର୍ଥପର ଜନସେବାକୁ ପ୍ରଶଂସା କରୁଛନ୍ତି ବହୁ ବୁଦ୍ଧିଜୀବୀ । ପ୍ରକୃତରେ ମଣିଷର ମଣିଷତ୍ଵକୁ ବଞ୍ଚାଇ ରଖିଛନ୍ତି ଏହି ସ୍ଵେଚ୍ଛାସେବୀ ସଂଗଠନ ସଂକଳ୍ପ ପରିବାର ।
ବରଗଡରୁ ରାଜେସ ସରାପ ଇଟିଭି ଭାରତ