ETV Bharat / state

କୁନି ହାତରେ ମୃଦଙ୍ଗ, ଲୋକଙ୍କୁ କରୁଛି ଆକୃଷ୍ଟ - bargarh child artist

ଅନର୍ଗଳ ଶ୍ଲୋକ ଓ ଛନ୍ଦ ସାଙ୍ଗକୁ ବିଚକ୍ଷଣ ମୃଦଙ୍ଗ ବଜାଉଛି 4 ବର୍ଷର ଶିଶୁ । ପିଲାଟିର ମୃଦଙ୍ଗ ବାଦନରେ ବିମୋହିତ ଲୋକେ । ଲକଡାଉନ ସଟଡାଉନ ଯୋଗୁଁ ସ୍କୁଲ କଲେଜ ବନ୍ଦ ହୋଇଥିବାବେଳେ ଏହାକୁ ସୁଯୋଗରେ ପରିଣତ କରିଛନ୍ତି 4 ବର୍ଷର ଲକ୍ଷ୍ମୀକାନ୍ତ । ନିଜ ବାପା, ଦାଦା ଓ ବଡବାପା ଠାରୁ ପାରମ୍ପରିକ ମୃଦଙ୍ଗ ବାଦନ ଶିଖି ଏବେ ସେ ପାରଙ୍ଗମ ମୃଦଙ୍ଗ ବାଦକ ସାଜିଛନ୍ତି । ଅଧିକ ପଢନ୍ତୁ...

କୁନି ହାତରେ ମୃଦଙ୍ଗ, ଲୋକଙ୍କୁ କରୁଛି ଆକୃଷ୍ଟ
କୁନି ହାତରେ ମୃଦଙ୍ଗ, ଲୋକଙ୍କୁ କରୁଛି ଆକୃଷ୍ଟ
author img

By

Published : Jun 14, 2021, 7:43 PM IST

ବରଗଡ: କାନ୍ଧରେ ମୃଦଙ୍ଗ, ପାଦରେ ଘୁଙ୍ଗୁର । ଆଉ ମୁହଁରୁ ବାହାରୁଛି ଅନର୍ଗଳ ଶ୍ଲୋକ । ଗୀତରେ ତାଳେ ତାଳେ କୁନି ହାତରୁ ସୃଷ୍ଟି ହେଉଛି ତାକ୍ ଧିନା ଧିନ୍ ଧା..ର ସୁମଧୁର ଧ୍ବନି । ଯାହାକୁ ଶୁଣି ଅଟକି ଯାଉଛି ବାଟଚଲା ପାଦ । ଆମେ କହୁଛୁ ବରଗଡ ଜିଲ୍ଲା ଅଇଁଠାପାଲି ଗାଁର 4 ବର୍ଷର ଶିଶୁ ଲକ୍ଷ୍ମୀକାନ୍ତ ବାରିକ କଥା । ଯେଉଁ ବୟସରେ ପିଲା ଠିକ୍ ଭାବେ କଥା କହି ପାରେନି, ସେହି ବୟସରେ ବିଚକ୍ଷଣ ପ୍ରତିଭାର ଅଧିକାରୀ ହୋଇଛି ଏହି ଶିଶୁ ଜଣକ । ଲକଡାଉନ କାଳରେ ଅନେକ ପ୍ରତିଭା ନିଜ ନିଜ ଅନ୍ଦାଜରେ ସାମ୍ନାକୁ ଆସୁଥିବାବେଳେ ଲକ୍ଷ୍ମୀକାନ୍ତ ମୃଦଙ୍ଗ ବଜାଇ ଲୋକଙ୍କୁ ବିମୋହିତ କରୁଛନ୍ତି ।

କୁନି ହାତରେ ମୃଦଙ୍ଗ, ଲୋକଙ୍କୁ କରୁଛି ଆକୃଷ୍ଟ

ଭେଡ଼େନ ବ୍ଲକ ଅଇଁଠାପାଲି ଗ୍ରାମର ସୁକଦେବ ବାରିକ ଏବଂ ସୁଚିତ୍ରା ବାରିକଙ୍କ ପୁଅ ହେଉଛି ଲକ୍ଷ୍ମୀକାନ୍ତ । ଯିଏ କି ଗାଁରେ ଥିବା ଅଙ୍ଗନବାଡି କେନ୍ଦ୍ରରେ ପାଠ ପଢେ । ମହାମାରୀ ଯୋଗୁଁ ସରକାର ଲକଡାଉନ ସଟଡାଉନ କରି ସମସ୍ତ ସ୍କୁଲ କଲେଜ ବନ୍ଦ କରିଦେଇଛନ୍ତି । ଆଉ ଏହି ସଙ୍କଟ ସମୟର ସୁଦୁପଯୋଗ କରି ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି ଲକ୍ଷ୍ମୀକାନ୍ତ । ଘରେ ବାପା, ବଡବାପା ଓ କାକା ମୃଦଙ୍ଗ ବାଦକ ହୋଇଥିବାବେଳେ ସେମାନଙ୍କ ଠାରୁ ଅଭିପ୍ରେରିତ ହୋଇଥିଲା ଶିଶୁଟି । ଫଳରେ ମନୋବଳ ଆଉ ନିଷ୍ଠା ଆଗରେ ହାର ମାନିଯାଇଛି କୋମଳ ବୟସ । ସ୍କୁଲ ବନ୍ଦ ହେବା ଦିନରୁ ଲକ୍ଷ୍ମୀକାନ୍ତ ମୃଦଙ୍ଗ ବାଦନ ଅଭ୍ୟାସ ଜାରି ରଖି ବର୍ତ୍ତମାନ ପାରଙ୍ଗମ ମୃଦଙ୍ଗ ବାଦକରେ ପରିଣତ ହୋଇଛନ୍ତି । ମୃଦୁଙ୍ଗର ତାଳେ ତାଳେ 'କୃଷ୍ଣ ଗୋବିନ୍ଦ ହରେ ମୁରାରୀ' ତ କେତେବେଳେ 'ଧୀରେ ଘେନ କାନନରେ କୃଷ୍ଣ ବିଳମ୍ବିତ ବାତ୍ସଲ୍ୟ ମମତା ଘେନି ଯାଉଛନ୍ତି ମାତା' ଭଳି ଅନେକ ଜଟିଳ ଛନ୍ଦ, ଶ୍ଳୋକ ବୋଲୁଛି ପିଲାଟି । ପୁଅର ଏଭଳି ପ୍ରତିଭା ଦେଖି ବାପାମାଆ ଖୁବ୍ ଖୁସି ଅନୁଭବ କରୁଛନ୍ତି । ସେପଟେ ଶିଶୁଟିକୁ ଗାଁର ଗର୍ବ ଓ ଗୌରବ ବୋଲି କହୁଛନ୍ତି ଗ୍ରାମବାସୀ ।

ପଶ୍ଚିମ ଓଡିଶାର କଳା, ସଂସ୍କୃତି, ଐତିହ୍ୟ କ୍ଷେତ୍ରରେ ବରଗଡ ଜିଲ୍ଲାର କଳକାରଙ୍କ ନାମ ଆଗରେ ଥିବାବେଳେ ଲକ୍ଷ୍ମୀକାନ୍ତଙ୍କ ମୃଦଙ୍ଗ ବାଦନ କଳା ଦେଖି ସମସ୍ତେ ହେଉଛନ୍ତି ଆଶ୍ଚର୍ଯ୍ୟ । କୌଣସି ପାରଙ୍ଗମ କଳାକାର ପରି ଏହି କୁନି ମୃଦଙ୍ଗ ବାଦକଙ୍କ ମୃଦଙ୍ଗ ବାଦନ ସମସ୍ତଙ୍କୁ ବିମୋହିତ କରୁଛି । ମୃଦଙ୍ଗ ସାଙ୍ଗକୁ ଝାଞ୍ଚ ଆଉ ଗିନିକୁ ମଧ୍ୟ ଖୁବ୍ ସୁନ୍ଦର ଭାବେ ବଜାଉଛି ଲକ୍ଷ୍ମୀକାନ୍ତ । କେବଳ ସେତିକି ନୁହେଁ ଶିଶୁଟି ନିଜର ଏହି କଳା ମାଧ୍ୟମରେ ଲୋକଙ୍କୁ କୋରୋନା ସମ୍ପର୍କରେ ସଚେତନ ମଧ୍ୟ କରୁଛି । ଯାହାକୁ ନେଇ ଖୁବ୍ ଗର୍ବ କରୁଛନ୍ତି ଅଞ୍ଚଳବାସୀ ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.