ETV Bharat / state

ଧନୁଯାତ୍ରାର ଷଷ୍ଠ ଦିନ; ଶ୍ରୀକୃଷ୍ଣଙ୍କୁ ଷଡଯନ୍ତ୍ରରେ ମାରିବାକୁ ଯୋଜନା ପ୍ରସ୍ତୁତ - dhanu yatra in bargarh

ସର୍ବବୃହତ ଖୋଲା ରଙ୍ଗମଞ୍ଚ ବରଗଡ ଧନୁଯାତ୍ରାର ଷଷ୍ଠ ଦିନ ଥିଲା ଗୁରୁତ୍ବପୂର୍ଣ୍ଣ ଦିନ । ଗୋପପୁରରେ ଭଗବାନ ଶ୍ରୀକୃଷ୍ଣଙ୍କ ଲୀଳାଖେଳା ଚାଲିଥିବାବେଳେ ଦୈବବାଣୀରେ ବ୍ୟସ୍ତବିବ୍ରତ ହୋଇପଡୁଥିବା ମହାରାଜ କଂସ, ଭଣଜା କୃଷ୍ଣଙ୍କୁ ମାରିବା ପାଇଁ ରଚିଛି ଷଡଯନ୍ତ୍ର । ଅଧିକ ଖବର ପଢନ୍ତୁ...

dhanu yatra in bargarh
ଧନୁଯାତ୍ରାର ଷଷ୍ଠ ଦିନ; ଶ୍ରୀକୃଷ୍ଣଙ୍କୁ ଷଡଯନ୍ତ୍ରରେ ମାରିବାକୁ ଯୋଜନା ପ୍ରସ୍ତୁତ
author img

By

Published : Jan 6, 2020, 7:22 PM IST

ବରଗଡ: ସର୍ବବୃହତ ଖୋଲା ରଙ୍ଗମଞ୍ଚ ବରଗଡ ଧନୁଯାତ୍ରାର ଷଷ୍ଠ ଦିନ ଥିଲା ଗୁରୁତ୍ବପୂର୍ଣ୍ଣ ଦିନ । ଗୋପପୁରରେ ଭଗବାନ ଶ୍ରୀକୃଷ୍ଣଙ୍କ ଲୀଳାଖେଳା ଚାଲିଥିବାବେଳେ ଦୈବବାଣୀରେ ବ୍ୟସ୍ତବିବ୍ରତ ହୋଇପଡୁଥିବା ମହାରାଜ କଂସ, ଭଣଜା କୃଷ୍ଣଙ୍କୁ ମାରିବା ପାଇଁ ରଚିଛି ଷଡଯନ୍ତ୍ର । ଆୟୋଜନ କରିଛି ରଙ୍ଗସଭା ।

ବିଶ୍ବ ପ୍ରସିଦ୍ଧ ବରଗଡ ଧନୁଯାତ୍ରାର ଷଷ୍ଠ ଦିନ ଥିଲା ଅତି ରୋମାଞ୍ଚଭରା । ମଥୁରା ନରେଶ ମହାରାଜ କଂସଙ୍କୁ ବିବ୍ରତ କରି ପକାଉଛି ସେହି ଦୈବବାଣୀ । ‘ତତେ ମାରିବ ଯିଏ ଗୋପରେ ବଢୁଛି ସିଏ’, ଏହି ଦୈବବାଣୀ ମନେ ପଡିଯାଉଛି କଂସର । ଆଉ ଏହାପରେ ମହାରାଜ କଂସ, ଭଣଜା କୃଷ୍ଣଙ୍କୁ ମାରିବା ପାଇଁ ରଚିଛି ଷଡଯନ୍ତ୍ର ଏବଂ ଆୟୋଜନ କରିଛି ରଙ୍ଗସଭା । ପାତ୍ର ମନ୍ତ୍ରୀଙ୍କ ସହ ଆଲୋଚନା କରି ଆୟୋଜନ କରିଛି ଏହି ରଙ୍ଗସଭା ।

ଧନୁଯାତ୍ରାର ଷଷ୍ଠ ଦିନ; ଶ୍ରୀକୃଷ୍ଣଙ୍କୁ ଷଡଯନ୍ତ୍ରରେ ମାରିବାକୁ ଯୋଜନା ପ୍ରସ୍ତୁତ

ଏହି ରଙ୍ଗସଭାରେ ମହାରାଜଙ୍କ ନିମନ୍ତ୍ରଣ ପାଇ ମିତ୍ରପକ୍ଷ ରାଜ୍ୟର ବହୁ ରାଜା ଆସିଛନ୍ତି ମଥୁରା ରାଜଦରବାରକୁ । ମଗଧ ରାଜା ଜରାସନ୍ଧଙ୍କ ସହ ଶିଶୁପାଳ, ନରକାସୁର ପରି ବଡ ବଡ ଯୋଦ୍ଧାମାନେ ମହାରାଜ କଂସଙ୍କୁ ଆଶ୍ବାସନା ଦେଇଛନ୍ତି । କୃଷ୍ଣଙ୍କୁ ମାରିବା ପାଇଁ ପ୍ରେରିତ ହୋଇଥିବା ରାକ୍ଷସ ଗୋପପୁରରେ ଶ୍ରୀକୃଷ୍ଣଙ୍କ ହାତରେ ଗୋଟିଏ ପରେ ଗୋଟିଏ ନିହତ ହେବା ଖବର କଂସକୁ ଚିନ୍ତାରେ ପକାଇ ଦେଇଛି । ବାରମ୍ବାର କୃଷ୍ଣ ନାମ ଶୁଣିବାକୁ କଂସ ବାରଣ କରି ଭଣଜାକୁ କଳେବଳେ କୌଶଳେ ମାରିବାକୁ ଯୋଜନା କରିଛି ।

ପଡୋଶୀ ରାଜ୍ୟର ରାଜା ମାନେ କଂସଙ୍କୁ ଆଶ୍ବାସନା ଦେବା ସହ କୃଷ୍ଣଙ୍କୁ ମାରିବାକୁ ପ୍ରତିଶୃତି ଦେଇଛନ୍ତି । ଏମାନଙ୍କ ଆଶ୍ବାସନାରେ ଉତଫୁଲ୍ଲିତ ହୋଇ ମହାରାଜ କଂସ ରାଜ ଦରବାରରେ ନୃତ୍ୟଗୀତର ଆୟୋଜନ କରିଛନ୍ତି । କୃଷ୍ଣଙ୍କୁ ପରାସ୍ତ ନକରି ଛଳନାରେ ମଥୁରା ନିମନ୍ତ୍ରଣ କରିବା ପ୍ରସ୍ତାବ ଦେବା ପରେ ଧନୁଯାତ୍ରା ଆୟୋଜନ ପାଇଁ କଂସ ମହାରାଜ ନିର୍ଦ୍ଦେଶ ଦେଇଛନ୍ତି ।

ସେପଟେ ଧନୁଯାତ୍ରାର ସପ୍ତମ ଦିନରେ ମଥୁରାରେ ଧନୁଯାତ୍ରା ପାଇଁ କୃଷ୍ଣବଳରାମଙ୍କୁ ଧରି ଆସିବା ପାଇଁ ନନ୍ଦରାଜାଙ୍କ ଉଦ୍ଦେଶ୍ୟରେ ମହାରାଜ କଂସଙ୍କ ଚିଟାଉ ପ୍ରସ୍ତୁତ କରିବେ । ଚିଟାଉ ନେଇ ମନ୍ତ୍ରୀ ଅକୃରଙ୍କ ଗୋପପୁର ଗମନ କରିବେ । ଏହାସହ ରାଧାକୃଷ୍ଣଙ୍କ ନାବକେଳି ଦୃଶ୍ୟ ଅଭିନୀତ ହେବ ବୋଲି ଜଣାପଡିଛି |

ବରଗଡରୁ ରାଜେଶ ସରାପ୍‌, ଇଟିଭି ଭାରତ

Intro: ସର୍ବବୃହତ ଖୋଲା ରଂଗମଂଚ ବରଗଡ଼ ଧନୁଯାତ୍ରାର ଷଷ୍ଠ ଦିନ ଥିଲା ଗୁରୁତ୍ୱପୂଣ୍ଣ ଦିନ । ଗୋପପୁରରେ ଭଗବାନ ଶ୍ରୀକୃଷ୍ଣ ଙ୍କ ଲିଳାଖେଳା ଚାଲିଥିବା ବେଳେ ଦୈବବାଣୀରେ ବ୍ୟସ୍ତବିବ୍ରତ ହୋଇପଡ଼ୁଥିବା ମହାରାଜ କଂସ , ଭଣଜା କୃଷ୍ରଙ୍କୁ ମାରିବା ପାଇଁ ରଚିଛନ୍ତି ଷଢ଼ଯନ୍ତ୍ର ଏବଂ ଆୟୋଜନ କରିଛନ୍ତି ରଂଗସଭା ।
ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାର ଷଷ୍ଠ ଦିନ ଥିଲା ଅତି ରୋମାଂଚଭରା । ମଥୁରା ନରେଶ ମହାରାଜ କଂସ ଙ୍କୁ ବିବ୍ରତ କରି ପକାଉଛି ସେଇ ଦୈବବାଣୀ । ତତେ ମାରିବ ଯିଏ ଗୋପରେ ବଢ଼ୁଛି ସିଏ , ଏହି ଦୈବ ବାଣୀ ମନେପଡ଼ିଯାଉଛି କଂସର । ଆଉ ଏହାପରେ ମହାରାଜ କଂସ , ଭଣଜା କୃଷ୍ରଙ୍କୁ ମାରିବା ପାଇଁ ରଚିଛନ୍ତି ଷଢ଼ଯନ୍ତ୍ର ଏବଂ ଆୟୋଜନ କରିଛନ୍ତି ରଂଗସଭା । ପାତ୍ରମନ୍ତ୍ରୀ ଙ୍କ ସହ ଆଲୋଚନା କରି ଆୟୋଜନ କରିଛନ୍ତି ଏହି ରଂଗସଭା ।
Body:ଏହି ରଂଗସଭାରେ ମହାରାଜ ଙ୍କ ନିମନ୍ତ୍ରଣ ପାଇ ମିତ୍ରପକ୍ଷ ରାଜ୍ୟର ବହୁ ରାଜା ଆସିଛନ୍ତି ମଥୁରା ରାଜଦରବାରକୁ । ମଗଧ ରାଜା ଜରାସନ୍ଧ ଙ୍କ ସହ ଶିଶୁପାଲ , ନରକାସୁର, ପରି ବଡ଼ ବଡ଼ ଯୋଦ୍ଧା ମାନେ ମହାରାଜ କଂସଙ୍କୁ ଆଶ୍ୱାସନା ଦେଇଛନ୍ତି । କୃଷ୍ଣଙ୍କୁ ମାରିବା ପାଇଁ ପ୍ରେରିତ ହୋଇଥିବା ରାକ୍ଷସ ଗୋପପୁରରେ ଶ୍ରୀକୃଷ୍ଣଙ୍କ ହାତରେ ଗୋଟିଏ ପରେ ଗୋଟିଏ ନିହତ ହେବା ଖବର କଂସ କୁ ଚିନ୍ତାରେ ପକାଇ ଦେଇଛି । ବାରମ୍ବାର କୃଷ୍ଣ ନାମ ଶୁଣିବାକୁ କଂସ ବାରଣ କରି ଭଣଜାକୁ କଳେ ବଳେ କୌଶଳେ ମାରିବାକୁ ଯୋଜନା କରିଛନ୍ତି । ପଡ଼ୋଶୀ ରାଜ୍ୟର ରାଜା ମାନେ କଂସ ଙ୍କୁ ଆଶ୍ୱାସନା ଦେବା ସହ କୃଷ୍ଣଙ୍କୁ ମାରିବାକୁ ପ୍ରତିଶୃତି ଦେଇଛନ୍ତି । ଏମାନଙ୍କ ଆଶ୍ୱାସନାରେ ଉତଫୁଲ୍ଲିତ ହୋଇ ମହାରାଜ କଂସ ରାଜଦରବାର ରେ ନୃତ୍ୟଗୀତର ଆୟୋଜନ କରିଛନ୍ତି । କୃଷ୍ଣଙ୍କୁ ପରାସ୍ତ ନକରି ଛଳନାରେ ମଥୁରା ନିମନ୍ତ୍ରଣ କରିବା ପ୍ରସ୍ତାବ ଦେବା ପରେ ଧନୁଯାତ୍ରା ଆୟୋଜନ ପାଇଁ କଂସ ମହାରାଜ ନିର୍ଦେଶ ଦେଇଛନ୍ତି ପରିଷଦ ବର୍ଗଙ୍କୁ । ଏହି ଛଳନାର ଧନୁଯାତ୍ରାରେ କୃଷ୍ଣ ବଳରାମ ଦୁଇ ଭାଇଙ୍କୁ ମଲ୍ଲ ଯୁଦ୍ଧରେ ହତ୍ୟା କରିବାର ଯୋଜନା କରିଛନ୍ତି ରଙ୍ଗସଭାରେ |
ଧନୁଯାତ୍ରାର ସପ୍ତମ ଦିନରେ ମଥୁରାରେ ଧନୁଯାତ୍ରା ପାଇଁ କୃଷ୍ଣବଳରାମଙ୍କୁ ଧରି ଆସିବା ପାଇଁ ନନ୍ଦରାଜାଙ୍କ ଉଦ୍ଦେଶ୍ୟରେ ମହାରାଜ କଂସଙ୍କ ଚିଟାଉ ପ୍ରସ୍ତୁତ , ଚିଟାଉ ନେଇ ମନ୍ତ୍ରୀ ଅକୃରଙ୍କ ଗୋପପୁର ଗମନ । ଏବଂ ରାଧାକୃଷ୍ଣଙ୍କ ନାବକେଳି ଦୃଶ୍ୟ ଅଭିନୀତ ହେବ |
ବାଇଟ ୧ - ମର୍କଟ ରାଜା
ବାଇଟ ୨- ରାଜା ଜରାସନ୍ଧ
ବାଇଟ ୩- କୌରସ ରାଜା
ବାଇଟ ୪- କଂସ Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.