ETV Bharat / state

ଫେବୃୟାରୀ ୫ରେ ପଶ୍ଚିମ ଓଡିଶା ବନ୍ଦ ଡାକରା

author img

By

Published : Jan 26, 2020, 2:25 PM IST

ଏହାର ପ୍ରତିବାଦ କରି ଆସନ୍ତା ଫେବୃୟାରୀ 5ରେ ପଶ୍ଚିମ ଓଡିଶା ବନ୍ଦ ଡାକରା ଦେଇଛନ୍ତି ପଶ୍ଚିମ ଓଡିଶାର ଆଇନଜୀବୀ ସଂଗଠନ ।

bargarh band
ପଶ୍ଚିମ ଓଡିଶା ବନ୍ଦ ଡାକରା

ବରଗଡ: ଆସନ୍ତା ଫେବୃୟାରୀ 5ରେ ପଶ୍ଚିମ ଓଡିଶାର ଆଇନଜୀବୀ ପକ୍ଷରୁ ପଶ୍ଚିମ ଓଡିଶା ବନ୍ଦ ଡାକରା ଦିଆଯାଇଛି । ପଶ୍ଚିମ ଓଡିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ସ୍ଥାପନ ଦାବିରେ ଓକିଲମାନେ ଜାରି ରଖିଥିବା କାର୍ଯ୍ୟବନ୍ଦ ଆନ୍ଦୋଳନକୁ ବାର କାଉନସିଲ ଅଫ ଇଣ୍ଡିଆ ବେଆଇନ କହି ଆନ୍ଦୋଳନରତ ଆଇନଜୀବୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ରାଜ୍ୟ ବାର କାଉନସିଲକୁ ନିର୍ଦ୍ଦେଶ ଦେଇଛି ।

ପଶ୍ଚିମ ଓଡିଶା ବନ୍ଦ ଡାକରା

ଏହାର ପ୍ରତିବାଦ କରି ଆସନ୍ତା ଫେବୃୟାରୀ 5ରେ ପଶ୍ଚିମ ଓଡିଶା ବନ୍ଦ ଡାକରା ଦେଇଛନ୍ତି ପଶ୍ଚିମ ଓଡିଶାର ଆଇନଜୀବୀ ସଂଗଠନ । ଏହି ବନ୍ଦ ଡାକରାକୁ କୋଶଳ ରାଜ୍ୟ ସମନ୍ବୟ ସମିତି ସମ୍ପୂର୍ଣ୍ଣ ସମର୍ଥନ କରିବ ବୋଲି ଏକ ସାମ୍ବାଦିକ ସମ୍ବିଳନୀରେ ସୂଚନା ଦିଆଯାଇଛି ।

ତେବେ ଆସନ୍ତା ମାସରେ ଭୁବନେଶ୍ବରରେ ବଡ ଧରଣର ଆନ୍ଦୋଳନ କରାଯିବ ବୋଲି ମଧ୍ୟ ସୂଚନା ଦିଆଯାଇଛି । ତେଲେଙ୍ଗାନା ମୁକ୍ତି ସଂଗ୍ରାମରେ ସାମିଲ ଥିବା କେ.ଭେଙ୍କଟସ୍ବାମୀ କୋଶଳ ରାଜ୍ୟ ଆନ୍ଦୋଳନରେ ସହଯୋଗ ପୂର୍ବକ ଏହି କୋଶଳ ସଙ୍ଗଠନକୁ ନିଜର ଅଭିଜ୍ଞତା ଜଣାଇଥିଲେ ।

ତେଲେଙ୍ଗାନାରେ ଯେପରି ସାଂସ୍କୃତିକ ଆନ୍ଦୋଳନ ପରବର୍ତ୍ତୀ ସମୟରେ ରାଜନୈତିକ ଆନ୍ଦୋଳନରେ ପରିବର୍ତ୍ତନ ହୋଇଥିଲା ଏବଂ ପରେ ସଫଳତା ମିଳିଥିଲା । ସେହିପରି କୋଶଳ ରାଜ୍ୟ ପାଇଁ ମଧ୍ୟ ଏଠାରେ ରାଜନୈତିକ ଆନ୍ଦୋଳନର ସମୟ ଆସି ଯାଇଛି ଏବଂ ଏଠାକାର ନେତା ଓ ମନ୍ତ୍ରୀଙ୍କ ଉପରେ ଚାପ ପକାଇବାକୁ ପଡିବ ବୋଲି କହିଛନ୍ତି କେ ଭେଙ୍କଟାସ୍ଵାମୀ ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

Intro:ଆସନ୍ତା ଫେବୃୟାରୀ 5 ତାରିଖରେ ପଶ୍ଚିମ ଓଡିଶା ବନ୍ଦ ଡାକରା ଦେଇଛନ୍ତି ପଶ୍ଚିମ ଓଡିଶାର ଆଇନଜୀବୀ |ପଶ୍ଚିମ ଓଡିଶାରେ ହାଇକୋର୍ଟ ର ସ୍ଥାୟୀ ବେଞ୍ଚ ସ୍ଥାପନ ଦାବିରେ ଓକିଲ ମାନେ ଜାରି ରଖିଥିବା କାର୍ଯ୍ୟବନ୍ଦ ଆନ୍ଦୋଳନକୁ ବାର କାଉନ୍ସିଲ ଅଫ ଇଣ୍ଡିଆ ବେଆଇନ କହି ଆନ୍ଦୋଳନରତ ଆଇନଜୀବୀ ମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ରାଜ୍ୟ ବାର କାଉନସିଲକୁ ନିର୍ଦେଶ ଦେଇଛି | ତେବେ ଏହାର ପ୍ରତିବାଦରେ ଆସନ୍ତା ଫେବୃୟାରୀ 5 ତାରିଖରେ ପଶ୍ଚିମ ଓଡିଶା ବନ୍ଦ ଡାକରା ଦେଇଛନ୍ତି ପଶ୍ଚିମ ଓଡିଶାର ଆଇନଜୀବୀ ସଂଗଠନ |ଏହି ବନ୍ଦ ଡାକରାକୁ କୋଶଳ ରାଜ୍ୟ ସମନ୍ମୟ ସମିତି ସମ୍ପୂର୍ଣ ସମର୍ଥନ କରିବ ବୋଲି ଏକ ସାମ୍ବାଦିକ ସମ୍ବିଳନୀରେ ସୂଚନା ଦେଇଛି |
Body:ପଶ୍ଚିମାଞ୍ଚଳର ବିକାଶ ପାଇଁ କୋଶଳ ରାଜ୍ୟ ଏକ ମାତ୍ର ସମାଧାନ , ଏବଂ ଏବେ କେବଳ ହାଇକୋର୍ଟର ବେଞ୍ଚ ନୁହେଁ ବରଂ କୋଶଳ ରାଜ୍ୟ ପାଇଁ ମଧ୍ୟ ସମର୍ଥନ କରିଥିବାରୁ ଆଇନଜୀବୀ ମାନଙ୍କୁ କୋଶଳ ସମନ୍ମୟ ସମିତିର ଅଧ୍ୟକ୍ଷ ପ୍ରମୋଦ ମିଶ୍ର ଧନ୍ୟବାଦ ଜଣାଇଥିଲେ | ତେବେ ଆସନ୍ତା ମାସରେ ଭୁବନେଶ୍ବରରେ ବଡ ଧରଣର ଆନ୍ଦୋଳନ କରାଯିବ ବୋଲି ମଧ୍ୟ ସୂଚନା ଦିଆଯାଇଥିଲା | ତେଲେଙ୍ଗାନା ମୁକ୍ତି ସଂଗ୍ରାମରେ ସାମିଲ ଥିବା କେ ଭେଙ୍କଟସ୍ବାମୀ କୋଶଳ ରାଜ୍ୟ ଆନ୍ଦୋଳନରେ ସହଯୋଗ ପୂର୍ବକ ଏହି କୋଶଳ ସଙ୍ଗଠନ କୁ ନିଜର ଅଭିଜ୍ଞତା ଜଣାଇଥିଲେ | ତେଲେଙ୍ଗାନାରେ ଯେପରି ସଂସ୍କୃତିକ ଆନ୍ଦୋଳନ ପରବର୍ତ୍ତୀ ସମୟରେ ରାଜନୈତିକ ଆନ୍ଦୋଳନରେ ପରିବର୍ତନ ହୋଇଥିଲା ଏବଂ ପରେ ସଫଳତା ମିଳିଥିଲା ସେହିପରି କୋଶଳ ରାଜ୍ୟ ପାଇଁ ମଧ୍ୟ ଏଠାରେ ରାଜନୈତିକ ଆନ୍ଦୋଳନର ସମୟ ଆସିଯାଇଛି ଏବଂ ଏଠାକାର ନେତା ଓ ମନ୍ତ୍ରୀ ମାନଙ୍କ ଉପରେ ଚାପ ପକାଇବାକୁ ପଡିବ ବୋଲି କହିଥିଲେ କେ ଭେଙ୍କଟାସ୍ଵାମୀ |
ବାଇଟ 1- ପ୍ରମୋଦ ମିଶ୍ର ( କୋଶଳ ସମନ୍ମୟ ସମିତିର ଅଧ୍ୟକ୍ଷ )
ବାଇଟ 2 - କେ ଭେଙ୍କଟସ୍ବାମୀ ( ତେଲେଙ୍ଗାନା )
Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.