ETV Bharat / state

ବରଗଡରେ 5 ଜୀବନ ନେଲାଣି ସ୍କ୍ରବ ଟାଇଫସ, ଭୟଭୀତ ନହେବାକୁ ଜିଲ୍ଲା ପ୍ରଶାସନର ପରାମର୍ଶ - ବଢୁଛି ସ୍କ୍ରବ ଆକ୍ରାନ୍ତଙ୍କ ସଂଖ୍ୟା

ରାଜ୍ୟରେ ଭୟ ବଢାଇଲା ସ୍କ୍ରବ ଟାଇଫସ । ବଢୁଛି ସ୍କ୍ରବ ଆକ୍ରାନ୍ତଙ୍କ ସଂଖ୍ୟା । ବରଗଡରେ ଗଲାଣି 5 ଜୀବନ । ଅଧିକ ପଢନ୍ତୁ

ରାଜ୍ୟରେ ଭୟ ବଢାଇଲା ସ୍କ୍ରବ ଟାଇଫସ
ରାଜ୍ୟରେ ଭୟ ବଢାଇଲା ସ୍କ୍ରବ ଟାଇଫସ
author img

By ETV Bharat Odisha Team

Published : Sep 13, 2023, 7:40 PM IST

Updated : Sep 14, 2023, 10:18 AM IST

ରାଜ୍ୟରେ ଭୟ ବଢାଇଲା ସ୍କ୍ରବ ଟାଇଫସ

ବରଗଡ: ରାଜ୍ୟରେ ବିଷାକ୍ତ କୀଟର ଆତଙ୍କ । ସ୍କ୍ରବ ଟାଇଫସ ନାମକ ଏକ ବିଷାକ୍ତ କୀଟ କମାଡାରେ ବରଗଡରେ ଗଲାଣୀ 5 ଜୀବନ । ଆଖିକୁ ଦେଖାଯାଉନଥିବା ପରି ଛୋଟିଆ କୀଟ ମଣିଷକୁ କାମୁଡିବା ପରେ 15 ଦିନ ମଧ୍ୟରେ ଯାଉଛି ଆକ୍ରାନ୍ତଙ୍କ ଜୀବନ । ବରଗଡରେ ଏପରି ଅନେକ ମାମଲା ସାମ୍ନାକୁ ଆସିବା ପରେ ଜିଲ୍ଲାରେ ଭୟର ବାର୍ତ୍ତାବରଣ ଖେଳିଯାଇଛି । ତେବେ ଏହାକୁ ନେଇ ଲୋକଙ୍କୁ ଭୟଭୀତ ନହେବାକୁ ଅନୁରୋଧ କରିଛି ବରଗଡ ସ୍ୱାସ୍ଥ୍ୟ ବିଭାଗ ।

ସ୍ୱାସ୍ଥ୍ୟ ବିଭାଗ କହିଛି, ‘‘ସ୍କ୍ରବ ଟାଇଫସ ଏକ ଜୀବାଣୁ ଜନିତ ରୋଗ । 'ଚିଗାର' ନାମକ କୀଟ କାମୁଡ଼ିଲେ ଏହି ରୋଗ ହୋଇଥାଏ । 'ଚିଗାର' ଦେଖିବାକୁ ନାଲି ରଙ୍ଗର ଟିଙ୍କ ଭଳି । ଚାଷୀ କିମ୍ୱା ବିଲ ବା ଜଙ୍ଗଲ ଯାଉଥିବା ଲୋକ ଏଥିରେ ଅଧିକ ଆକ୍ରାନ୍ତ ହେଉଥିବା ଦେଖିବାକୁ ମିଳିଛି । ଏହି ରୋଗକୁ ଚିହ୍ନଟ କରିବା କଷ୍ଟକର ଅଟେ । ହେଲେ ସ୍କ୍ରବ୍ ଟାଇଫସ ନାମକ କୀଟ କାମୁଡିବା ଦ୍ଵାରା ଯେଉଁ ମାରାତ୍ମକ ରୋଗ ହେଉଛି ତାହାର ସଠିକ ସମୟରେ ଚିହ୍ନଟ କରାଗଲେ ଚିକିତ୍ସା ନିଶ୍ଚୟ ଅଛି । ଅଳ୍ପ ଖର୍ଚ୍ଚରେ ଔଷଧ ଖାଇ ରୋଗୀ 14 ଦିନ ମଧ୍ୟରେ ଏହି ରୋଗରୁ ସୁସ୍ଥ ହୋଇପାରିବ । ତେବେ ନିଜ ଘର ଆଖ ପାଖ ଅଞ୍ଚଳକୁ ସଫା ସୁତୁରା ରଖିବା । ବିଲକୁ କାମ କରିବାକୁ ଯାଉଥିବା କୃଷକମାନଙ୍କୁ ପୁରା ଶରୀରକୁ ଘୋଡାଇ ରଖି ବିଲରେ କାମ କରିବା ଉଚିତ୍ ।’’

ସ୍କ୍ରବ ଟାଇଫସ ଲକ୍ଷଣ: ମୁଖ୍ୟତଃ ଜ୍ଵର, ଆଣ୍ଠୁ ଗଣ୍ଠି ଗୋଳାବିନ୍ଧା, ମୁଣ୍ଡବିନ୍ଧା ହେବା ଏହାର ମୁଖ୍ୟ ଲକ୍ଷଣ । ଯେଉଁସ୍ଥାନରେ କୀଟ କାମୁଡିଥାଏ ସେହି ସ୍ଥାନଟିରେ କଳା ରଙ୍ଗର ଦାଗ ହୋଇଯାଇଥାଏ । ତେବେ ଏହି ସ୍କ୍ରବ୍ ଟାଇଫସ କୀଟ ବିଶେଷ କରି ସନ୍ତସନ୍ତିଆ ସ୍ଥାନ, ପାଣି ଜମା ହେଉଥିବା ସ୍ଥାନ, ବଗିଚା, ଘର ଛାତକୁ ମାଡିଥିବା ଗଛ ଏବଂ ବୁଦାମାନଙ୍କରେ ବିଶେଷ କରି ଦେଖାଯାଇଥାନ୍ତି ।

ଏହା ମଧ୍ୟ ପଢନ୍ତୁ... ରାଜ୍ୟରେ ବଢ଼ୁଛି ସ୍କ୍ରବ ଟାଇଫସ ରୋଗ, କେନ୍ଦୁଝରରେ ସର୍ବାଧିକ ମାମଲା

ବରଗଡ ସରକାରୀ ଡାକ୍ତରଖାନାରେ ଗତ ଅଗଷ୍ଟ ମାସରେ 178 ଜଣ ରୋଗୀଙ୍କର ସ୍କର୍ବ ଟାଇଫସ ପରୀକ୍ଷା କରାଯାଇଥିବାବେଳେ ସେମାନଙ୍କ ମଧ୍ୟରୁ 3 ଜଣ ରୋଗୀଙ୍କ ରିପୋର୍ଟ ପୋଜିଟିଭ ଆସିଥିଲା । ସେହିପରି ସେପ୍ଟେମ୍ବର ମାସ 12 ତାରିଖ ପର୍ଯ୍ୟନ୍ତ ସରକାରୀ ଡାକ୍ତରଖାନାରେ 165 ଜଣଙ୍କର ସ୍କ୍ରବ ଟାଇଫସ ପରୀକ୍ଷା କରାଯାଇଥିବା ବେଳେ 4 ଜଣଙ୍କର ନମୁନା ପୋଜିଟିଭ ଆସିଛି । ତେବେ ସରକାରୀ ଆକଳନ ହିସାବରେ ବରଗଡ ଜିଲ୍ଲାରେ ଏହି ସ୍କ୍ରବ ଟାଇଫସ ରୋଗରେ ସମୁଦାୟ 5 ଜଣଙ୍କର ମୃତ୍ୟୁ ହୋଇଛି । କୁହାଯାଉଥିବାବେଳେ ବେସରକାରୀ ଆକଳନ ହିସାବରେ ଏହାର ସଂଖ୍ୟା ଅଧିକ ରହିଛି । ଅନେକ ରୋଗୀ ଗୁରୁତର ଅବସ୍ଥାରେ ଘରୋଇ ହସ୍ପିଟାଲମାନଙ୍କରେ ଏବଂ ବୁର୍ଲା ବଡମେଡିକାଲରେ ମଧ୍ୟ ମୃତ୍ୟୁବରଣ କରିଛନ୍ତି ।

ବୁର୍ଲାର ଡାକ୍ତର ଶଙ୍କର ରାମଚାନ୍ଦିନୀ ବା ଟଙ୍କିକିଆ ଡାକ୍ତର ସୋସିଆଲ ମିଡିଆ ମାଧ୍ୟମରେ ଏହି କ୍କ୍ରବ ଟାଇଫସ ରୋଗର ଲକ୍ଷଣ ଏବଂ ନିରାକରଣ ଉପରେ ସଚେତନ କରିଥିଲେ । ସେ କହିଥିଲେ ଯେ, ଏ ରୋଗ ରାଜ୍ୟରେ ପୂର୍ବରୁ ମଧ୍ୟ ଦେଖାଦେଇଛି । ବିଲ ବା ଜଙ୍ଗଲ ଯାଉଥିବା ଲୋକଙ୍କୁ ଏହା ଅଧିକ ହୋଇଥାଏ । ଶରୀରର ଯେଉଁ ସ୍ଥାନକୁ କାମୁଡେ ସେଠାରେ ସ୍କିନ ଡେଡ ହୋଇଯାଏ । ଯାହାକୁ ଏଚାର ବୋଲି କୁହାଯାଏ । ଏହାର ପରୀକ୍ଷା ସବୁ ଜିଲ୍ଲା ହସ୍ପିଟାଲରେ ଏଲିସା ପଦ୍ଧତିରେ ହେବାର ବ୍ୟବସ୍ଥା ରହିଛି । ରୋଗ ଚିହ୍ନଟ ହେଲେ ଚିକିତ୍ସା ସହଜ ଅଟେ । ଯାହାକୁ ଜ୍ୱର କମୁନି, ସେ ପରୀକ୍ଷା କରନ୍ତୁ ।

ଇଟିଭି ଭାରତ, ବରଗଡ

Last Updated : Sep 14, 2023, 10:18 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.