ETV Bharat / state

ବରଗଡ ପୋଲିସକୁ ସଫଳତା:72 ଘଣ୍ଟା ଭିତରେ 3 ଡକାୟତ ଗିରଫ ଓ ଟଙ୍କା ଅଳଙ୍କାର ଜବତ - Within 72 hours millions of rupees seized

ବରଗଡ଼ ଟାଉନ ପୋଲିସକୁ ମିଳିଲା ବଡ ଧରଣର ସଫଳତା । 72 ଘଣ୍ଟା ଭିତରେ 3 ଜଣ ଡକାୟତକୁ ଗିରଫ କରିବା ସହିତ ଲକ୍ଷାଧିକ ଟଙ୍କା ଏବଂ ଅଳଙ୍କାର ଡକାୟତଙ୍କ ଠାରୁ ଜବତ କରିଛି । ଅଧିକ ପଢନ୍ତୁ...

72 ଘଣ୍ଟା ଭିତରେ 3 ଡକାୟତ ସହିତ ଲକ୍ଷାଧିକ ଟଙ୍କା ଓ ଅଳଙ୍କାର ଜବତ

author img

By

Published : Jan 16, 2021, 6:24 AM IST

ବରଗଡ଼:ଟାଉନ ପୋଲିସକୁ ମିଳିଲା ବଡ ଧରଣର ସଫଳତା । ବରଗଡ଼ ସହରରେ ଦିବା ଲୋକରେ ହୋଇଥିବା ଡକାୟତି ଘଟଣାରେ ବରଗଡ ଟାଉନ ପୋଲିସ 72 ଘଣ୍ଟା ଭିତରେ 3 ଜଣ ଡକାୟତାକୁ ଗିରଫ କରିବା ସହିତ ଲକ୍ଷାଧିକ ଟଙ୍କା ଏବଂ ଅଳଙ୍କାର ଡକାୟତଙ୍କ ଠାରୁ ଜବତ କରିଛି । ସହରରେ ଗତ ଦୁଇ ସପ୍ତାହ ମଧ୍ୟରେ ଲଗାତାର ଚୋରି ଓ ଡକାୟତି ଘଟଣା ଘଟୁଥିବା ବେଳେ ଟାଉନ ପୋଲିସ ମଧ୍ୟ ତତ୍ପରତା ଦେଖାଇ ଲଗାତାର ଡକାୟତଙ୍କୁ କାବୁ କରିବାରେ ସଫଳତା ପାଇଛି ।

72 ଘଣ୍ଟା ଭିତରେ 3 ଡକାୟତ ସହିତ ଲକ୍ଷାଧିକ ଟଙ୍କା ଓ ଅଳଙ୍କାର ଜବତ

ଜିଲ୍ଲାର ସହଁରାପଡ଼ା ନିବାସୀ ଅଙ୍କିତ ରେଖାନୀଙ୍କ ଘରେ ଗତ 12 ତାରିଖରେ ଡକାୟତ ଦଳ ଦିନବେଳେ ଡକାୟତି କରିଥିଲେ । ସେହି ସାହିର ବିକାଶ ମଟାରୀ ଓରଫ ବିଟୁ, ବେହେରା ଟିକ୍ରାର ଅଶୋକ ରଣା ଓ ସୁଶାନ୍ତ ଭୁଏ ଏହି ମାମଲାରେ ସମ୍ପୃକ୍ତ ଥିବାରୁ ପୋଲିସ ସେମାନଙ୍କୁ ଗିରଫ କରିବା ସହ ତାଙ୍କଠାରୁ ନଗଦ 18 ଲକ୍ଷ 24 ହଜାର ଟଙ୍କା ଜବତ କରିଛି । ସେହିପରି ହୀରା ଚୁଡି, ହୀରା ଚେନ, ସୁନା ରୁପା ଗହଣା, ଛୁରୀ, ମୋବାଇଲ ଫୋନ ସହିତ ଡକାୟତି ଘଟଣାରେ ବ୍ଯବହୃତ ବାଇକ, ଘଣ୍ଟା ଓ ଅନେକ ସାମଗ୍ରୀ ଜବତ କରାଯାଇଛି ।

ତେବେ ଏନେଇ ବରଗଡ଼ ଏସପି ପଦ୍ମିନୀ ସାହୁ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ଘଟଣାର ପର୍ଦ୍ଦାଫାସ କରିଛନ୍ତି ।

ବରଗଡ଼ରୁ ରାଜେଶ ସରାପ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.