ବରଗଡ଼: ଜିଲ୍ଲାରେ ଗୁରୁବାର କୋରୋନା ସଂକ୍ରମଣର ସଂଖ୍ୟା ରେକର୍ଡ଼ ସୃଷ୍ଟି କରିଛି । ପ୍ରଥମଥର ପାଇଁ ବରଗଡରେ ଆଜି 238 ସଂଖ୍ୟକ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା 2634ରେ ପହଞ୍ଚିଛି । ଅନ୍ୟପଟେ ଦୋକାନ ବଜାର ଖୋଲିବାର କଟକଣା ଗତକାଲିଠାରୁ କୋହଳ କରାଯାଇଥିବାବେଳେ ପୁଣି ଜିଲ୍ଲା ପ୍ରଶାସନକୁ ଚିନ୍ତାରେ ପକାଇଦେଇଛି କୋରୋନା ।
ବରଗଡ ଜିଲ୍ଲାରେ ଆଜି ପର୍ଯ୍ୟନ୍ତ ସମୁଦାୟ 2634 ଜଣ ସଂକ୍ରମିତ ହୋଇଥିବାବେଳେ ସେଥିମଧ୍ୟରୁ 1355 ଜଣ ସୁସ୍ଥ ହୋଇସାରିଛନ୍ତି । ଏବଂ 1270 ଜଣ ସକ୍ରିୟ ରହିଥିବାବେଳେ 9 ଜଣଙ୍କର ମୃତ୍ୟୁ ହୋଇଥିବା ଜିଲ୍ଲା ସୂଚନା ଅଧିକାରୀ ଜଣାଇଛନ୍ତି ।
ଜିଲ୍ଲାପାଳ ଗତକାଲି ଜିଲ୍ଲାରେ ଦୋକାନ ବଜାର ଖୋଲିବାକୁ ନେଇ ରହିଥିବା କଟକଣାକୁ ହଟାଇଥିବାବେଳେ ଆଜି ଜିଲ୍ଲାରେ ପୁଣି ରେକର୍ଡ଼ ସଂଖ୍ୟକ କୋରୋନା ସଂକ୍ରମିତ ଚିହ୍ନଟ ହେବା ଚିନ୍ତାର କାରଣ ପାଲଟିଛି । ଜିଲ୍ଲାରେ କେବଳ ଶତାଧିକ ସଂଖ୍ୟକ ସଂକ୍ରମିତ ପ୍ରତିଦିନ ଚିହ୍ନଟ ହେଉଥିବା ଘଟଣା ବରଗଡବାସୀଙ୍କୁ ଭୟଭୀତ କରିପକାଇଛି ।
ବରଗଡ଼ରୁ ରାଜେଶ ସରାପ, ଇଟିଭି ଭାରତ