ବରଗଡ:ପୋଲ ତଳକୁ ଖସିଲା ଅଟୋ । ବରଗଡ ଜିଲ୍ଲା ରୁହୁଣିଆ ଗ୍ରାମରୁ ବାହାଘରରେ ଯୋଗ ଦେଇ ଫେରୁଥିବା ବେଳେ ଅଟୋଟି ପୋଲ ତଳକୁ ଖସି ପଡିଛି । ଦୁର୍ଘଟଣାରେ ଦୁଇଜଣଙ୍କର ମୃତ୍ୟୁ ହୋଇଛି ।
ସୂଚନାଅନୁସାରେ, ବରଗଡ଼ ରୁହୁଣିଆ ଗ୍ରାମରୁ ବିଜେପୁର ଚମାରପଡ଼ାକୁ ଏକ ବାହାଘରରେ ଯୋଗ ଦେଇ ସାତଜଣ ଗୋଟିଏ ଅଟୋରେ ଫେରୁଥିଲେ । ବରଗଡ ରାସ୍ତାରେ ସୋର୍ଣ୍ଣାପାଲି ଗ୍ରାମର ପାଖରେ ଏକ ପୋଲ ନିକଟରେ ଅଟୋଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ପୋଲ ଉପରୁ 15ଫୁଟ ତଳକୁ ଖସି ଯାଇଥିଲା ଅଟୋ ।
ଅଟୋରେ ଥିବା ସାତଜଣଙ୍କ ମଧ୍ୟରୁ ଦୁଇଜଣଙ୍କର ମୃତ୍ୟୁ ହୋଇଛି । ଅନ୍ୟ ପାଞ୍ଚଜଣଙ୍କ ଅବସ୍ଥା ଗୁରୁତର ରହିଛି । ସେମାନଙ୍କୁ ବୁର୍ଲା ବଡ ଡାକ୍ତରଖାନାକୁ ପଠାଯାଇଛି । ବିଜେପୁର ପୋଲିସ ଅଟୋଟିକୁ ଜବତ କରିବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛି ।
ବରଗଡରୁ ରାଜେଶ ସରାପ, ଇଟିଭି ଭାରତ