ETV Bharat / state

ବରଗଡ଼ରେ ମାତିଛି ରକ୍ତମୁଖା ଦନ୍ତା, ଦୁଇ ଜଣଙ୍କ ନେଲା ଜୀବନ

author img

By ETV Bharat Odisha Team

Published : Dec 17, 2023, 10:08 PM IST

Elephant attack: ବରଗଡ଼ ଅତାବିରା ଅଞ୍ଚଳରେ ହାତୀ ଆତଙ୍କ । ଗୋଟେ ଦିନରେ ଦୁଇ ଜଣଙ୍କ ଜୀବନ ନେଲା ଦନ୍ତା । ଘଟଣାସ୍ଥଳରେ ଚାପା ଉତ୍ତେଜନା ସହ ବନ ବିଭାଗ କର୍ମଚାରୀଙ୍କୁ ଘେରିଲେ ଲୋକେ । ଅଧିକ ପଢନ୍ତୁ

ବରଗଡ଼ରେ ମାତିଛି ରକ୍ତମୁଖା ଦନ୍ତା, ଦୁଇ ଜଣଙ୍କ ନେଲା ଜୀବନ
ବରଗଡ଼ରେ ମାତିଛି ରକ୍ତମୁଖା ଦନ୍ତା, ଦୁଇ ଜଣଙ୍କ ନେଲା ଜୀବନ
ବରଗଡ଼ରେ ମାତିଛି ରକ୍ତମୁଖା ଦନ୍ତା, ଦୁଇ ଜଣଙ୍କ ନେଲା ଜୀବନ

ବରଗଡ଼: ରକ୍ତମୁଖା ହେଲା ଦନ୍ତାହାତୀ । ଗୋଟେ ଦିନରେ ଦୁଇ ଜଣଙ୍କୁ ଦଳିଚକଟି ମାରିଲା ହାତୀ । ଅତାବିରା ଥାନା ଝିଲିମିଣ୍ଡା ପଞ୍ଚାୟତ ଅନ୍ତର୍ଗତ ଝର୍ନିଆଟିକ୍ରା ଏବଂ ଭେଡେନ ଥାନା ବିଶିପାଲି ଗ୍ରାମରେ । ସମ୍ବଲପୁର ପଟୁ ଆସିଥିବା ଏକ ଦନ୍ତା ଗୋଟିଏ ଗ୍ରାମରେ ପ୍ରଥମେ ଜଣଙ୍କୁ ଦଳି ମାରିବା ପରେ ପୁଣି ଅନ୍ୟ ଗ୍ରାମକୁ ଯାଇ ଆଉ ଜଣେ ବ୍ୟକ୍ତିଙ୍କୁ ଦଳି ମାରିଥିଲା ।

ସୂଚନା ଅନୁଯାୟୀ ଆଜି (ରବିବାର) ସକାଳେ ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଅନ୍ତର୍ଗତ ଝରାପାଳି ଝର୍ନିଆପାଲି ଠାରେ ଶ୍ୟାମଲାଲ ସୁନା ନାମକ ଜଣେ 50 ବର୍ଷୀୟ ବ୍ୟକ୍ତିଙ୍କୁ ଏକ ଦନ୍ତା ହାତୀ ଆକ୍ରମଣ କରିଥିଲା । ତେବେ ବ୍ୟକ୍ତି ଜଣଙ୍କର ଘଟଣା ସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା । ମୃତକ ଜଣକ ଗାଇସିଲେଟ ବ୍ଲକ କଠଉମାଲ ଗାଁର ୫୦ବର୍ଷୀୟ ଶ୍ୟାମଲାଲ ସୁନା କେନାଲ କାମ ପାଇଁ ଝର୍ନିଆପାଲି ଗ୍ରାମକୁ ଆସିଥିଲେ । ସେ ସକାଳ ସମୟରେ ଶୌଚ ପାଇଁ ଯାଇଥିବା ବେଳେ ତାଙ୍କୁ ହାତୀଟି ଆକ୍ରମଣ କରିଥିଲା । ଫଳରେ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ଘଟଣା ବିଷୟରେ ଖବର ପାଇବା ପରେ ବନ ବିଭାଗ କର୍ମଚାରୀ ଘଟଣା ସ୍ଥଳକୁ ପହଞ୍ଚିବା ବେଳକୁ ଭେଡ଼େନ ବ୍ଲକରୁ ପୁଣି ହାତୀ ଆକ୍ରମଣରେ ଅନ୍ୟ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ଖବର ପହଞ୍ଚିଥିଲା ।

ଦନ୍ତାହାତୀଟି ଭେଡେନ ଥାନା ଅନ୍ତର୍ଗତ ବିଶିପାଲି ଗ୍ରାମର ବଲଦେବ ସାହୁ ନାମକ ଏକ ଚାଷୀଙ୍କୁ ଗୋଡାଇ ଗୋଡାଇ ଧାନ ବିଲରେ ହତ୍ୟା କରିଛି । ମୃତ ବଲଦେବ ସାହୁ ଧାନ କାଟିବା ପାଇଁ ନିଜ କ୍ଷେତକୁ ଯାଇଥିଲେ ଓ ସେଠାରେ ଦନ୍ତା ହାତୀଟି ତାଙ୍କୁ ପଛପଟୁ ଗୋଡାଇ ଥିଲା ।ପରେ ଧାନ ବିଲ ଭିତରେ ହିଁ ହାତୀଟି ବଳଦେବଙ୍କୁ ଦଳି ଦେଇଥିଲା । ଫଳରେ ଘଟଣା ସ୍ଥଳରେ ହି ବଳଦେବଙ୍କର ମୃତ୍ୟୁ ହୋଇଥିଲା ।ତେବେ ବନ ବିଭାଗ କର୍ମଚାରୀ ଘଟଣା ସ୍ଥଳକୁ ପହଞ୍ଚିବା ମାତ୍ରେ ଉତ୍ୟକ୍ତ ଲୋକେ ସମସ୍ତ କର୍ମଚାରୀଙ୍କୁ ଘେରି ରଖିଥିଲେ । ଫଳରେ ଘଟଣା ସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା ।

ଏହା ମଧ୍ୟ ପଢନ୍ତୁ....ହାତୀ ଘଉଡାଇବା ଯାଇଥିଲେ ରେଞ୍ଜର, ଦଳିଦେଲା ଦନ୍ତା

ଗତ କିଛି ଦିନ ହେଲା 17 ଗୋଟି ହାତୀଙ୍କ ପଲ ଏହି ଅଞ୍ଚଳରେ ଯାତାୟାତ କରୁଥିବାବେଳେ ଗୋଟେ ଦନ୍ତା ହାତୀ ହାତୀପଲରୁ ବିଚ୍ଛିନ୍ନ ହୋଇ ବରଗଡ଼ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଆତଙ୍କ ସୃଷ୍ଟି କରୁଛି । ବନ ବିଭାଗ ଲୋକଙ୍କୁ ସଚେତନା କରୁନଥିବା ଲୋକେ ଅଭିଯୋଗ କରିଛନ୍ତି । ତେବେ ପୋଲିସ ମଧ୍ୟ ଘଟଣାସ୍ଥଳକୁ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି । ଗୋଟିଏ ଦିନରେ ୨ଜଣକୁ ହାତୀ ଦଳିଦେବା ପରେ ଅଞ୍ଚଳରେ ଆତଙ୍କ ଖେଳିଯାଇଛି । ତେବେ ନୃଶଂସ ହୋଇପଡ଼ିଥିବା ହାତୀକୁ ଘଉଡାଇବା ପାଇଁ ବନ ବିଭାଗକୁ ବଡ ଚେଲେଞ୍ଜ ହୋଇପଡିଛି ।

ଇଟିଭି ଭାରତ,ବରଗଡ଼

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.