ବରଗଡ଼: ଜିଲ୍ଲାରେ ଜାରି ରହିଛି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଭୋଟ ଗଣତି। ପ୍ରଥମ ଦିନରେ ବରଗଡ଼ ଜିଲ୍ଲାର ୧୨ଟି ବ୍ଲକ ଅନ୍ତର୍ଗତ ଜୋନ୧ରେ ଭୋଟ ଗଣନା ଚାଲିଥିବାବେଳେ ଜିଲ୍ଲାର 12ଟି ଜୋନରୁ 10 ଗୋଟି ଜୋନରେ ବିଜେଡି ବାଜିମାତ କରିଛି | ଅନ୍ୟପଟେ କେବଳ 2 ଗୋଟି ବ୍ଲକରେ BJP ବିଜୟୀ ହୋଇଛି | ବରଗଡ଼ ଜିଲ୍ଲା ରାଜବୋଡାସମ୍ବର ବ୍ଲକ ଏବଂ ପାଇକମାଳ ବ୍ଲକର ଦୁଇଟି ଜୋନରେ ବିଜେପି ବିଜୟୀ ହୋଇଥିବାବେଳେ 10ଟି ଜୋନରେ ପରାଜିତ ହୋଇଛି | ପ୍ରଥମ ପର୍ଯ୍ୟାୟ ଭୋଟ ଗଣତି ଶେଷ ହେବାପରେ ଜିଲ୍ଲାର ସମସ୍ତ ବ୍ଲକର ଫଳାଫଳ ପ୍ରକାଶ ପାଇଛି। ସମୁଦାୟ 2,98,736 ଖଣ୍ଡ ଭୋଟ ଗଣତି କରାଯାଇଥିବା ବେଳେ 9582 ଗୋଟି ଭୋଟ ନାକଜ ହୋଇଛି |
- ଅମ୍ବାଭୋନା ବ୍ଲକରେ ବିଜେଡି ଦଳରର ନିଲକୁମାରୀ ନାୟକ ବିଜୟୀ ହୋଇଛନ୍ତି। ବିଜେପି ଦଳର ପ୍ରଫୁଲ୍ଲ ପ୍ରଧାନଙ୍କୁ 6446 ଭୋଟରେ ବିଜେଡି ପ୍ରାର୍ଥୀ ନିଲକୁମାରୀ ନାଏକ ପରାଜିତ କରିଛନ୍ତି ।
BJD- 13687
BJP- 7241
CONG - 779
- ଅତାବିରା ବ୍ଲକରେ ବିଜେଡି ଦଳର ସୁଦାମ ଜାଲ ବିଜୟୀ ହୋଇଛନ୍ତି । ବିଜେପି ଦଳର ବିରେନ୍ଦ୍ର ହୋତାଙ୍କୁ 5500 ଭୋଟରେ କଲେ ପରାଜିତ ।
BJD- 11352
BJP- 5852
CONG- 3190
- ବରଗଡ଼ ବ୍ଲକରେ ବିଜେଡି ଦଳର ପୁଷ୍ପା ଭୋଇ ବିଜୟୀ ହୋଇଛନ୍ତି । ବିଜେପି ଦଳର ମୁକ୍ତା ସାହୁଙ୍କୁ 1076 ଭୋଟରେ କଲେ ପରାଜିତ ।
BJD- 10700
BJP- 9201
CONG- 1231
- ବରପାଲି ବ୍ଲକରେ ବିଜେଡି ଦଳର ଗୋବିନ୍ଦ ସାହୁ ବିଜୟୀ ହୋଇଛନ୍ତି । ବିଜେପି ଦଳର ସଂଗ୍ରାମ କେଶରୀ ବାରିକଙ୍କୁ 2127 ଭୋଟରେ କଲେ ପରାଜିତ ।
BJD- 10910
BJP- 8783
CONG- 3120
- ଭଟଲି ବ୍ଲକରେ ବିଜେଡି ଦଳର ଭାରତୀ ଭୋଇ ହେଲେ ବିଜୟୀ । ବିଜେପି ଦଳର ତିଳୋତମା ଭୋଇଙ୍କୁ 9410 ଭୋଟରେ କଲେ ପରାଜିତ ।
BJD- 18309
BJP- 8899
CONG- 1041
- ଭେଡେନ ବ୍ଲକରେ ବିଜେଡି ଦଳର ପଦ୍ମିନୀ ଗଡତିଆ ବିଜୟୀ। ବିଜେପି ଦଳର ଉଲ୍ଲାସ ଛୁରିଆଙ୍କୁ 6364 ଭୋଟରେ କଲେ ପରାଜିତ ।
BJD- 15590
BJP- 9226
CONG- 2690
- ବିଜେପୁର ବ୍ଲକରେ ବିଜେଡି ଦଳର ମାନିନୀ ଭୋଇ ହେଲେ ବିଜୟୀ । ବିଜେପି ଦଳର ଆଲ୍ଲାଦିନୀ ମହାପାତ୍ରଙ୍କୁ 559 ଭୋଟରେ କଲେ ପରାଜିତ ।
BJD- 11130
BJP- 10571
CONG- 1456
- ଗାଇସିଲେଟ ବ୍ଲକରେ ବିଜେଡି ଦଳର ନୀଳମଣି ବରିହା ବିଜୟୀ | ବିଜେପି ଦଳର ନେହେରୁ ବରିହାଙ୍କୁ 1118 ଭୋଟ ରେ କଲେ ପରାଜିତ ।
BJD- 12969
BJP- 11851
CONG- 4634
- ଝାରବନ୍ଦ ବ୍ଲକରେ ବିଜେଡି ଦଳର ସୁଶୀଲ ମରେଇ ହେଲେ ବିଜୟୀ । ବିଜେପି ଦଳର ଗରିବ ଭୋଇଙ୍କୁ 726 ଭୋଟରେ କଲେ ପରାଜିତ ।
BJD- 11411
BJP- 10685
CONG- 2503
- ପାଇକମାଲ ବ୍ଲକରେ ବିଜେପି ଦଳର ତ୍ରିପୁରା ବରିହା ବିଜୟୀ | ବିଜେଡି ଦଳର ଗୀତାଞ୍ଜଳି ପୁଟାଙ୍କୁ 585 ଭୋଟରେ କଲେ ପରାଜିତ |
BJD- 8393
BJP- 8978
CONG- 2115
- ପଦ୍ମପୁର ବ୍ଲକରେ ବିଜେପି ଦଳର ସରସ୍ଵତୀ ସାହୁ ବିଜୟୀ | ବିଜେଡି ଦଳର ରଜନୀ ସାହୁଙ୍କୁ 129 ଭୋଟରେ କଲେ ପରାଜିତ |
BJD- 9882
BJP- 10011
CONG- 741
AAP- 1097
- ସୋହେଲା ବ୍ଲକରେ ବିଜେଡି ଦଳର ଜାଇଫୁଲ ସିଂ ବରିହା ହେଲେ ବିଜୟୀ । ବିଜେପି ଦଳର ଭୂମିସୂତା ସାବତଙ୍କୁ 12535 ଭୋଟରେ କଲେ ପରାଜିତ ।
BJD- 19931
BJP- 7396
CONG- 689
ବରଗଡ଼ରୁ ରାଜେଶ ସରାପ, ଇଟିଭି ଭାରତ