ETV Bharat / state

ବିନା ନୋଟିସରେ ବସ୍ତି ଉଚ୍ଛେଦ, ବାସହୀନ ହେଲେ 15 ପରିବାର

author img

By ETV Bharat Odisha Team

Published : Dec 15, 2023, 6:52 AM IST

Eviction without notice in Baragarh, ବିନା ନୋଟିସରେ ଘର ଭାଙ୍ଗିଲେ ରେଳ ବିଭାଗ । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆନ୍ଦୋଳନ । ଆଗକୁ ପଢ଼ନ୍ତୁ,

ବାସହୀନ ହେଲେ 15 ପରିବାର
ବାସହୀନ ହେଲେ 15 ପରିବାର
ବାସହୀନ ହେଲେ 15 ପରିବାର

ବରଗଡ: ବିନା ନୋଟିସରେ ଘର ଭାଙ୍ଗିଲେ ରେଳ ବିଭାଗ । ବାସହୀନ ହୋଇଗଲେ 15 ଗରିବ ପରିବାର । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆନ୍ଦୋଳନ କଲେ ବସ୍ତିବାସିନ୍ଦା । ଶେଷରେ ତ୍ରିପାଖିକ ଆଲୋଚନା । ଥଇଥାନ ପରେ ବସ୍ତି ଉଚ୍ଛେଦ କରାଯିବ ବୋଲି ନିଷ୍ପତ୍ତି ।

ବିନା ନୋଟିସରେ ରେଳ ବିଭାଗ ପୋଲିସ ପ୍ରଶାସନର ସହଯୋଗରେ ଭାଙ୍ଗିଦେଲା ଗରିବଙ୍କ 15 ଗୋଟି ଘର । ପ୍ରବଳ ଶୀତ କାକରରେ ବାସହୀନ ହୋଇଗଲେ 15 ଗରିବ ପରିବାର । ଦୀର୍ଘ 50 ବର୍ଷରୁ ଅଧିକ ସମୟ ଧରି ଝାଟି ମାଟି କୁଡିଆ ଘର କରି ରହିଆସୁଥିବା ଗରିବ ଝୁମ୍ପୁଡି ବସ୍ତିକୁ ରେଳ ବିଭାଗ ଉଚ୍ଛେଦ କରିବାକୁ ଲାଗିଛି । ସ୍ଥାନୀୟ ବିଧାୟକ ଲୋକଙ୍କୁ ଥଇଥାନ କରିବା ପାଇଁ ରେଳ ବିଭାଗକୁ ଚିଠି ଲେଖି କିଛି ସମୟ ମାଗିଥିଲେ । କିନ୍ତୁ ରେଳ ବିଭାଗ ଖାତିର ନକରି ପୋଲିସ ଫୋର୍ସ ନେଇ ପହଞ୍ଚି ଯାଇଥିଲା ବସ୍ତି ଉଚ୍ଛେଦ କରିବାପାଇଁ । ତେବେ ଗରିବ ବସ୍ତିବାସିନ୍ଦା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆନ୍ଦୋଳନ କରିଥିଲେ । ରେଳ ବିଭାଗର ଉଚ୍ଛେଦ କାର୍ଯ୍ୟକୁ ବିରୋଧ କରିବା ସହ ପ୍ରଥମେ ଥଇଥାନ କରିବା ପରେ ଉଚ୍ଛେଦ କରାଯାଉ ବୋଲି ଦାବି କରିଥିଲେ । କିନ୍ତୁ ରେଳ ବିଭାଗ ଜିଦିରେ ଅଡି କାହାରି କଥା ନଶୁଣି 15 ଗୋଟି ଘରକୁ ଭାଙ୍ଗି ଦେଇଥିବା ବେଳେ ଅନେକ ଗରିବ ବର୍ତ୍ତମାନ ବାସହୀନ ହୋଇପଡିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ.....ଉଠା ଦୋକାନୀଙ୍କୁ ଥଇଥାନ ଦାବି, ପୁରୀ ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଲା ସଂଘ

ସୂଚନା ଅନୁଯାୟୀ ବରଗଡ ରେଳ ବିଭାଗର ଜମିରେ ଦୀର୍ଘ 50 ବର୍ଷରୁ ଅଧିକ ସମୟ ହେବ ଅନେକ କୁଲି ମଜୁରିଆ ଓ ଶ୍ରମିକ ଶ୍ରେଣୀର ଗରିବ ପରିବାର ଝାଟିମାଟି ଘର କରି ରହିଆସୁଥିଲେ । ବରଗଡ ପୌର ପରିଷଦକୁ ହୋଲ୍ଡିଙ୍ଗ୍‌ ଟ୍ୟାକ୍ସ ମଧ୍ୟ ପ୍ରଦାନ କରିଆସୁଥିଲେ । ଏପରିକି ସେହି ବସ୍ତିର ବାସିନ୍ଦା ହିସାବରେ ସରକାରୀ ପ୍ରମାଣ ପତ୍ର ସହିତ ବିଦ୍ୟୁତର ସଂଯୋଗ ମଧ୍ୟ ପାଇଛନ୍ତି । ସମସ୍ତ ବସ୍ତିବାସିନ୍ଦା ଏଠାକାର ସ୍ଥାୟୀବାସିନ୍ଦା ଭାବେ ନିର୍ବାଚନ ସମୟରେ ମତଦାନ ମଧ୍ୟ କରନ୍ତି । ତେବେ ବର୍ତ୍ତମାନ ରେଳ ବିଭାଗ ସେହି ସ୍ଥାନରେ ରେଳ ବିଭାଗର କାର୍ଯ୍ୟଳୟ ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଥିଲେ । ତେଣୁ ସମସ୍ତ ବସ୍ତିବାସିନ୍ଦାଙ୍କୁ ରେଳ ବିଭାଗ ପକ୍ଷରୁ ପୂର୍ବରୁ ବହୁବାର ନୋଟିସ ଦିଆଯାଇଥିଲା । ତେବେ ହଠାତ ରେଳବିଭାଗ ପୋଲିସ ଫୋର୍ସ ନେଇ ବସ୍ତି ଉଚ୍ଛେଦ କରିଥିଲେ । ବସ୍ତିବାସିନ୍ଦା ଜିଲ୍ଲାପାଳ ଅଫିସ ଘେରାଉ କରି ଆନ୍ଦୋଳନକୁ ଓଲ୍ଲାଇଥିଲେ ।

ଜିଲ୍ଲା ପ୍ରଶାସନ ପକ୍ଷରୁ ରେଳ ବିଭାଗର ଦୁଇଜଣ କର୍ମଚାରୀଙ୍କୁ ଡକାଯାଇ ଆଲୋଚନା କରାଯାଇଛି । ଶେଷରେ ତ୍ରିପାଖିକ ଆଲୋଚନା ପରେ ପ୍ରଥମେ ଗରିବ ବସ୍ତିବାସିନ୍ଦାଙ୍କୁ ଥଇଥାନ କରାଯିବ ଓ ପରେ ବସ୍ତି ଉଚ୍ଛେଦ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି । ମାତ୍ର ଭଙ୍ଗା ଯାଇଥିବା 15 ଜଣ ଗରିବ ପରିବାର ତାଙ୍କ ପିଲା ଛୁଆ ନେଇ ହାଡ଼ଭଙ୍ଗା ଶୀତ କାକରରେ ଯିବେ କୁଆଡେ ? ରେଳ ବିଭାଗ ଏବଂ ପୋଲିସ ପ୍ରଶାସନର ଏପରି ବର୍ବରତାକୁ ବୁଦ୍ଧିଜୀବୀ ମହଲରେ ନିନ୍ଦା କରାଯାଉଛି ।

ଇଟିଭି ଭାରତ, ବରଗଡ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.