ETV Bharat / state

ପାର୍ବଣରେ ଅସହାୟଙ୍କ ମୁହଁରେ ଫୁଟିଲା ହସ, ମିଳିଲା ନୂଆ ପୋଷାକ - ଅସହାୟଙ୍କୁ ସାହା ହେଲା ସାମାଜିକ ସଂଗଠନ

ଅସହାୟଙ୍କ ମୁହଁରେ ହସ ଫୁଟାଇବାର ପ୍ରୟାସ । ରାସ୍ତା କଡ଼ରେ ଜୀବନ ବିତାଉଥିବା ଅସହାୟଙ୍କୁ ସାହା ହେଲା ସାମାଜିକ ସଂଗଠନ । ଅଧିକ ପଢ଼ନ୍ତୁ

ପାର୍ବଣରେ ଅସହାୟଙ୍କ ମୁହଁରେ ଫୁଟିଲା ହସ, ମିଳିଲା ନୂଆ ପୋଷାକ

author img

By

Published : Oct 5, 2022, 8:28 PM IST

ବାଲେଶ୍ବର: ଅସହାୟଙ୍କ ମୁହଁରେ ହସ ଫୁଟାଇବାର ପ୍ରୟାସ କରିଛି ସତ୍ୟସାଇ ସାମାଜିକ ସଂଗଠନ । ସଂଗଠନର ଯୁବନେତା ମାନେ ମିଶି ଅସହାୟଙ୍କୁ ଦେଇଛନ୍ତି ନୂଆ ପୋଷାକ । ପାର୍ବଣର ଋତୁ ଆସିଲେ ସମସ୍ତଙ୍କ ମନରେ ବେଶ ଉତ୍ସାହ ଓ ଉଦ୍ଦୀପନା ଦେଖିବାକୁ ମିଳେ । ମାଆ ଦୁର୍ଗାଙ୍କ ଆଗମନରେ ଗାଁ ରୁ ସହର ସବୁଠି ଉତ୍ସବମୁଖର ହୋଇଛି। ଏହି ପାର୍ବଣରେ ପ୍ରାୟତଃ ସମସ୍ତେ ନୂଆଲୁଗା କିଣି ପୂଜା ବଜାରର ଆନନ୍ଦ ଉଠାନ୍ତି ।

ପାର୍ବଣରେ ଅସହାୟଙ୍କ ମୁହଁରେ ଫୁଟିଲା ହସ, ମିଳିଲା ନୂଆ ପୋଷାକ

ଏହାରି ଭିତରେ ରାସ୍ତା କଡ଼ରେ ଜୀବନ ବିତାଉଥିବା ଅସହାୟଙ୍କ ପାଇଁ ପୂଜା କି ପାର୍ବଣର ମୂଲ୍ୟ କିଛି ନଥିବା ପରି ମନେହୁଏ । ଏହି ସବୁକୁ ଅନୁଭବ କରି ବାଲେଶ୍ଵରର ଏହି ସାମାଜିକ ସଂଗଠନ ପକ୍ଷରୁ ନିଆଯାଇଥିଲା ପଦକ୍ଷେପ । ସହରର ବିଭିନ୍ନ ସ୍ଥାନରେ ଅସହାୟ ଲୋକମାନଙ୍କୁ ନୂଆ ଲୁଗା ସାଙ୍ଗକୁ ଶୁଖିଲା ଖାଦ୍ୟପେୟ ପ୍ରଦାନ କରିଥିଲେ ।

ସଂଗଠନର ସଦସ୍ୟମାନେ ଗରିବ ଲୋକଙ୍କ ମଧ୍ୟରେ ହସ ଫୁଟାଇବା ପାଇଁ ପ୍ରୟାସ କରି ଏମିତି କାର୍ଯ୍ୟ ହାତକୁ ନେଇଥିଲେ । ଏହି କାର୍ଯ୍ୟକ୍ରମରେ ସଂଗଠନ ସଦସ୍ୟ ବିଭୁଦତ୍ତ ପରିଡା, ପ୍ରଭାତ ମାଝୀ, ଭବେଶ ମାଝୀ, ଦେବେନ୍ଦ୍ର ମାଝୀ, ବିକାଶ ବେହେରା, ଜଗବନ୍ଧୁ ଦାସ, ସରୋଜ ବାରିକ ପ୍ରମୁଖ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ବାଲେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.