ETV Bharat / state

ଆଇଆଇସିଙ୍କ ବିରୋଧରେ ସାମ୍ବାଦିକଙ୍କୁ ଦୁର୍ବ୍ୟବହାର ଅଭିଯୋଗ

ଯୁବ ସାମ୍ବାଦିକଙ୍କୁ ଅଶାଳୀନ ମନ୍ତବ୍ୟ ଦେଲେ ସୋର ଥାନା ଆଇଆଇସି ଓ ସେରଗଡ ଫାଣ୍ଡି ଏଏସଆଇ । ଏନେଇ ଅଭିଯୋଗ କରିଛନ୍ତି ଯୁବ ସାମ୍ବାଦିକ ରୁଚିକ ରଞ୍ଜନ ମହାପାତ୍ର । ଅଧିକ ପଢନ୍ତୁ...

Complain Against Baleswar IIC
ସାମ୍ବାଦିକଙ୍କୁ ଆଇଆଇସି ଓ ଏଏସଆଇଙ୍କ ଅଶାଳୀନ ମନ୍ତବ୍ୟ ଅଭିଯୋଗ
author img

By

Published : Feb 6, 2020, 10:08 AM IST

Updated : Feb 6, 2020, 2:49 PM IST

ବାଲେଶ୍ବର: ରାଜ୍ୟରେ ଥମୁନି ସାମ୍ବାଦିକଙ୍କୁ ଦୁର୍ବ୍ୟବହାର ଘଟଣା । ପୁଣି ସାମ୍ବାଦିକଙ୍କୁ ଦୁର୍ବ୍ୟବହାର ଅଭିଯୋଗ । ତେବେ ଏଥର ଖୋଦ ପୋଲିସ ବାବୁଙ୍କ ନାମରେ ଆସିଛି ଅଭିଯୋଗ । ସୋର ଥାନା ଆଇଆଇସି ଓ ସ୍ଥାନୀୟ ସେରଗଡ ଫାଣ୍ଡି ଏସଆଇଙ୍କ ବିରୋଧରେ ଆସିଛି ଏପରି ଅଭିଯୋଗ । ଆଇଆଇସି ଶ୍ରୀବଲ୍ଲଭ ସାହୁ, ରୁଚିକ ରଞ୍ଜନ ମହାପାତ୍ର ନାମକ ଯୁବ ସାମ୍ବାଦିକଙ୍କ ଉଦ୍ଦେଶ୍ୟରେ ଅଶାଳୀନ ଭାଷାର ବ୍ୟବହାର କରିଥିବା ଅଭିଯୋଗ ହୋଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା ବାଲେଶ୍ବର

ସୋର ଥାନାରେ ଥିବା ପେଟ୍ରୋଲିଂ ଗାଡିକୁ ଠେଲି ଠେଲି ଷ୍ଟାର୍ଟ କରିବା ଓ ବିଫଳ ହେବା ଘଟଣାର ଏକ ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିଲା। ସମ୍ପୃକ୍ତ ସାମ୍ବାଦିକ ପ୍ରକାଶିତ ଖବରଟି ଏକ ହ୍ଵାଟ୍ସଆପ ଗ୍ରୁପରେ ସେୟାର କରିଥିଲେ। ଯେଉଁଥିରେ ସୋର ଥାନା ଆଇଆଇସି ମଧ୍ୟ ରହିଛନ୍ତି । ଏହାପରେ ଆଇଆଇସି ଶ୍ରୀ ସାହୁ ସାମ୍ବାଦିକଙ୍କୁ ନେଇ ବିଭିନ୍ନ କଟୁ କଥା ଲେଖିବା ସହ ବିସ୍କୁଟ ଦେଲେ କୁକୁର ଭଳି ସାମ୍ବାଦିକ ଚୁପ ହୋଇଯିବେ ବୋଲି କହିଥିବା ସାମ୍ବାଦିକ ଅଭିଯୋଗ କରିଛନ୍ତି।

ଏହିକଥା ଲେଖିବାର କିଛି ସମୟ ପରେ ଆଇଆଇସି ପୁଣି ସେସବୁ ଡିଲିଟ କରିଦେଇଥିଲେ। ଏହି ଘଟଣାକୁ ନେଇ ସେରଗଡ଼ ଫାଣ୍ଡିର ଏଏସଆଇ ଅଭିମନ୍ୟୁ ଦାସ ସମ୍ପୃକ୍ତ ସାମ୍ବାଦିକଙ୍କୁ ମିଛ କେଶରେ ଫସାଇ ଦେବାକୁ ଧମକ ଦେଇଥିବା ସାମ୍ବାଦିକ ଅଭିଯୋଗ କରିଛନ୍ତି। ତେବେ ଏ ସମସ୍ତ ଘଟଣାର ତଦନ୍ତ ପାଇଁ ପୂର୍ବାଞ୍ଚଳ ଆଇଜି ବାଲେଶ୍ଵର ଏସପିଙ୍କୁ ଦାୟିତ୍ବ ଦେଇଥିବା ଜଣାପଡିଛି।

ତେବେ ଏନେଇ ରାଜ୍ୟ ପୋଲିସ ମୁଖ୍ୟ, ଆଇଜି, 5ଟି ସଚିବ ଓ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ନ୍ୟାୟ ଭିକ୍ଷା କରିଛନ୍ତି ସାମ୍ବାଦିକ ଜଣଙ୍କ ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Intro:Body:ବାଲେଶ୍ଵର ଜିଲ୍ଲାର ସୋର ଥାନା ଆଇଆଇସି ଜଣେ ଯୁବ ସାମ୍ବାଦିକଙ୍କୁ ଅଶାଳୀନ ମନ୍ତବ୍ୟ ଦେବା ଘଟଣା ଏବେ ଚର୍ଚ୍ଚାରେ। ସୋର ଥାନା ଆଇଆଇସି ଶ୍ରୀବଲ୍ଲଭ ସାହୁ ଯୁବ ସାମ୍ବାଦିକ ରୁଚିକ ରଞ୍ଜନ ମହାପାତ୍ରଙ୍କୁ ଅଶାଳୀନ ମନ୍ତବ୍ୟ ଦେବା ସହ ସେରଗଡ଼ ଫାଣ୍ଡିର ଜଣେ ଏଏସଆଇ ସାମ୍ବାଦିକଙ୍କୁ ମିଛ କେଶରେ ଫସାଇ ଦେବାକୁ ଧମକ ଦେଇଛନ୍ତି।
ଏସବୁ ଘଟଣାର ପ୍ରମୁଖ କାରଣ ଦେଖିବାକୁ ଗଲେ ଯାହା ଜଣାପଡିଛି, ସୋର ଥାନାରେ ଥିବା ପେଟ୍ରୋଲିଂ ଗାଡିକୁ ଠେଲି ଠେଲି ଷ୍ଟାର୍ଟ କରିବା ଓ ବିଫଳ ହେବା ଘଟଣାର ଏକ ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିଲା। ସମ୍ପୃକ୍ତ ସାମ୍ବାଦିକ ପ୍ରକାଶିତ ଖବରଟି ଏକ ହ୍ଵାଟ୍ସ ଆପ ଗ୍ରୁପରେ ସେୟାର କରିଥିଲେ। ଯେଉଁଥିରେ ସୋର ଥାନା ଆଇଆଇସି ମଧ୍ୟ ରହିଛନ୍ତି। ଏହାପରେ ଆଇଆଇସି ଶ୍ରୀ ସାହୁ ସାମ୍ବାଦିକଙ୍କୁ ନେଇ ବିଭିନ୍ନ କଟୁ କଥା ଲେଖିବା ସହ ବିସ୍କୁଟ ଦେଲେ କୁକୁର ଭଳି ସାମ୍ବାଦିକ ଚୁପ ହୋଇଯିବେ ବୋଲି କହିଥିବା ସାମ୍ବାଦିକ ଅଭିଯୋଗ କରିଛନ୍ତି। ଏହିକଥା ଲେଖିବାର କିଛି ସମୟ ପରେ ଆଇଆଇସି ପୁଣି ସେସବୁ ଡିଲିଟ କରିଦେଇଥିଲେ। ଏହି ଘଟଣାକୁ ନେଇ ସେରଗଡ଼ ଫାଣ୍ଡିର ଜଣେ ଏଏସଆଇ ସାମ୍ବାଦିକଙ୍କୁ ଧମକ ଦେଇଥିବା ଅଭିଯୋଗ ହୋଇଛି। ତେବେ ଏ ସମସ୍ତ ଘଟଣାର ତଦନ୍ତ ପାଇଁ ପୂର୍ବାଞ୍ଚଳ ଆଇଜି ବାଲେଶ୍ଵର ଏସପିଙ୍କୁ ଦାୟିତ୍ୱ ଦେଇଥିବା ଜଣାପଡିଛି।Conclusion:
Last Updated : Feb 6, 2020, 2:49 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.