ETV Bharat / state

ଯୌତୁକ ଯାତନା, ସ୍ତ୍ରୀକୁ ପୋଡି ମାରିବା ମାମଲାରେ ସ୍ବାମୀ ଗିରଫ

ଯୌତୁକ ଜୁଇରେ ଜଳିଲା ବୋହୂ । ଏଭଳି ବର୍ବର, ବୀଭତ୍ସ ଆଉ ବେଦନାଦାୟକ ଖବର ଆସିଛି ବାଲେଶ୍ବରରୁ । ଅଭିଯୁକ୍ତ ସ୍ବାମୀକୁ ଗିରଫ କରିଛି ପୋଲିସ । ଅଧିକ ପଢନ୍ତୁ..

ଯୌତୁକ ଯାତନା, ସ୍ତ୍ରୀକୁ ପୋଡି ମାରିବା ମାମଲାରେ ସ୍ବାମୀ ଗିରଫ
ଯୌତୁକ ଯାତନା, ସ୍ତ୍ରୀକୁ ପୋଡି ମାରିବା ମାମଲାରେ ସ୍ବାମୀ ଗିରଫ
author img

By

Published : Mar 11, 2021, 10:38 PM IST

ବାଲେଶ୍ବର: ଯୌତୁକ ଜନିତ ବଧୂହତ୍ୟା ମାମଲାରେ ସ୍ବାମୀ ଗିରଫ । ଏ ନେଇ ବାଲେଶ୍ଵର ଶିଳ୍ପାଞ୍ଚଳ ଥାନା ପୁଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି।

ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ ନୂଆଗାଁର ହରିହର ପ୍ରଧାନଙ୍କ ପୁଅ ତାପସ ପ୍ରଧାନଙ୍କୁ ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକର ପ୍ରବୋଧପୁରର ପୂର୍ଣ୍ଣଚନ୍ଦ୍ର ମହାନ୍ତିଙ୍କ ଝିଅ ସରୋଜିନୀ ପ୍ରଧାନ ବିବାହ କରିଥିଲେ। ବିବାହର କିଛିଦିନ ପରେ ଶ୍ୱଶୁର ଘର ଲୋକେ ଅଧିକ ଯୌତୁକ ଦାବି କରି ସରୋଜିନୀଙ୍କୁ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଥିଲା।

ଫେବ୍ରୁଆରୀ ୨୧ ତାରିଖ ଦିନ ସ୍ବାମୀ ତାପସ ସରୋଜିନୀକୁ ପୋଡି ମାରିଦେବାକୁ ଉଦ୍ୟମ କରିଥିଲେ। ସରୋଜିନୀ କଟକ ବଡ ମେଡ଼ିକାଲରେ ଚିକିତ୍ସିତ ଅବସ୍ଥାରେ ଗତ 9 ତାରିଖରେ ପ୍ରାଣ ହରାଇଥିଲେ । ଏନେଇ ସରୋଜିନୀଙ୍କ ବାପା ପୂର୍ଣ୍ଣ ଚନ୍ଦ୍ର ମହାନ୍ତି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଉକ୍ତ ଅଭିଯୋଗକୁ ଆଧାର କରି ପୁଲିସ ୩୪/୨୧ ରେ ଏକ ମାମଲା ରୁଜୁ କରି ସରୋଜିନୀଙ୍କ ସ୍ବାମୀ ତାପସ ପ୍ରଧାନଙ୍କୁ ଗୁରୁବାର ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଜଣାପଡ଼ିଛି।

ବାଲେଶ୍ବରରୁ ଜୀବନ ଜ୍ଯୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.