ETV Bharat / state

ପରିବାର ଅଦାଲତରେ ଚାଲିଥିଲା ଛାତ୍ରପତ୍ର ମାମଲା, ହଠାତ୍‌ ସ୍ୱାମୀଙ୍କୁ ପିଟିଲେ ସ୍ତ୍ରୀ

author img

By

Published : Aug 29, 2022, 10:10 PM IST

ବାଲେଶ୍ଵର ପରିବାର ଅଦାଲତ ସମ୍ମୁଖରେ ଆଜି ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡା ଲାଗିବା ଓ ମାଡ଼ର ଘଟଣା ଦେଖିବାକୁ ମିଳିଥିଲା । ଉଭୟଙ୍କ ମଧ୍ୟରେ ମାର ପିଟ ଏତେ ଜୋର୍ ହୋଇଥିଲା ଯେ ଶେଷରେ କୋର୍ଟରେ ଥିବା ଓକିଲଙ୍କୁ ଘଟଣାରେ ହସ୍ତକ୍ଷେପ କରି ସମାଧାନ କରିବାକୁ ପଡିଥିଲା । ଅଧିକ ପଢନ୍ତୁ

assault on husband during counselling in balasore
କାଉନସେଲିଂ ବେଳେ ସ୍ୱାମୀଙ୍କୁ ଆକ୍ରମଣ, ପଦାରେ ପଡିଲା ଘରକଳି

ବାଲେଶ୍ଵର: ସ୍ବାମୀ ଓ ସ୍ତ୍ରୀ ଉଭୟଙ୍କ ମଧ୍ୟରେ ନିର୍ଦ୍ଧୁମ ମାରପିଟ୍‌ । ଏଭଳି ଘଟଣା ଦେଖିବାକୁ ମିଳିଛି ବାଲେଶ୍ଵର ପରିବାର ଅଦାଲତ ସମ୍ମୁଖରେ । ପରିବାର ଅଦାଲତରେ ଏକ ବିଚାରଧୀନ ମାମଲାର କାଉନସେଲିଂ ପାଇଁ ଆସିଥିବା ସ୍ବାମୀ ଓ ସ୍ତ୍ରୀ ଉଭୟଙ୍କ ମଧ୍ୟରେ ନିର୍ଦ୍ଧୁମ ମାରପିଟ୍‌ ଦେଖିବାକୁ ମିଳିଥିଲା । ଉଭୟଙ୍କ ମଧ୍ୟରେ ମାରପିଟ ଏତେ ଜୋର୍‌ ଥିଲା ଯେ ଶେଷରେ କୋର୍ଟରେ ଥିବା ଓକିଲଙ୍କୁ ଘଟଣାରେ ହସ୍ତକ୍ଷେପ କରି ସମାଧାନ କରିବାକୁ ପଡିଥିଲା ।

ସୂଚନା ଅନୁଯାୟୀ, ବାଲେଶ୍ବର ଜିଲ୍ଲା ଭୋଗରାଇ ଥାନା ଛକର ଦେହୁର୍ଦା ଅଞ୍ଚଳର ତଥା ପାଟଣାଗଡ ବ୍ଲକ କୃଷି ଅଧିକାରୀ ଡଃ ସିଦ୍ଧାର୍ଥ ଶଙ୍କର ଜେନା 2015 ମସିହାରେ ସହଦେବ ଖୁଣ୍ଟା ଥାନା ଅଞ୍ଚଳର ଲିତୁଶ୍ରୀ ଜେନାଙ୍କୁ ବିବାହ କରିଥିଲେ । କିନ୍ତୁ ଉଭୟଙ୍କ ମଧ୍ୟରେ ଅଶାନ୍ତି ଲାଗି ରହିବା ଯୋଗୁଁ ଉଭୟେ 2018 ପରଠାରୁ ଛାଡପତ୍ର ପାଇଁ ବାଲେଶ୍ବର ପରିବାର ଅଦାଲତରେ ଆବେଦନ କରିଥିଲେ ।

ତେବେ ଏନେଇ ଆଜି ଉଭୟେ କାଉନସେଲିଂ ପାଇଁ ବାଲେଶ୍ବର ପରିବାର ଅଦାଲତ ଆସିଥିଲେ । ସେହି ସମୟରେ ଉଭୟଙ୍କ ମଧ୍ୟରେ କୋର୍ଟ ପରିସରରେ କଥା କଟାକଟି ହୋଇଥିଲା । ତେବେ ପରେ ଏହା ଉଗ୍ର ରୂପ ନେବା ସହ ଉଭୟଙ୍କ ମଧ୍ୟରେ ହାତାହାତି ହୋଇଥିବା ଦେଖିବାକୁ ମିଳିଥିଲା । ଏନେଇ ମହିଳା ଜଣଙ୍କ ଉତକ୍ଷିପ୍ତ ହୋଇ ନିଜ ଭାଇ ସହ ମିଶି ପ୍ରଥମେ ସ୍ବାମୀ ସିଦ୍ଧାର୍ଥଙ୍କୁ କୋର୍ଟ ପରିସରରେ ନିର୍ଦ୍ଧୁମ ମାର ମାରିଥିଲେ ।

ଏହା ପରେ ଉଭୟଙ୍କ ମଧ୍ୟରେ ମାରପିଟ ହୋଇଥିଲା । ତେବେ ଏହି ପାରପିଟ ଘଟଣାରେ ସିଦ୍ଧାର୍ଥଙ୍କ ବାପା ମଧ୍ୟ ବାଦ ପଡି ନଥିଲେ । ଏମିତିକି ଲିତୁଶ୍ରୀଙ୍କ ଭାଇ ଓ ଓକିଲଙ୍କ ଉପରକୁ ହାତ ଉଠାଇଥିବା ମଧ୍ୟ ଅଭିଯୋଗ ହୋଇଥିବା ନେଇ ଜଣାପଡିଛି । ତେବେ ଏନେଇ ଘଟଣା ସ୍ଥଳରେ ସ୍ଥାନୀୟ ଲୋକମାନେ ଉଭୟଙ୍କୁ ବୁଝାସୁଝା କରି ଛାଡିଥିଲେ ।

ଇଟିଭି ଭାରତ, ବାଲେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.