ETV Bharat / state

ବିଶ୍ବାସରେ ବିଷ: ବିଶୁଦ୍ଧ ନାଁରେ ଚାଲିଥିଲା ଦୂଷିତ ପାଣି ପ୍ୟାକିଂ, ଫ୍ୟାକ୍ଟ୍ରିରେ ପଡିଲା ତାଲା - water packing factory

ବାଲେଶ୍ବର ଜିଲ୍ଲା ବସ୍ତା ବ୍ଲକ ତାଡ଼ଦା ପଞ୍ଚାୟତର ଶାସନ ଗ୍ରାମରେ ଦୂଷିତ ପାଣି ପ୍ୟାକିଂ ହେଉଥିବା ଏକ ଫ୍ୟାକ୍ଟ୍ରିକୁ ସିଲ କରିଛି ପ୍ରଶାସନ । ଅଧିକ ପଢନ୍ତୁ

water packing factory raid
water packing factory raid
author img

By ETV Bharat Odisha Team

Published : Oct 27, 2023, 1:23 PM IST

ଦୂଷିତ ପାଣି ପ୍ୟାକିଂ ଫ୍ୟାକ୍ଟ୍ରିକୁ ସିଲ

ବାଲେଶ୍ବର: ବିଶୁଦ୍ଧ ପାଣି ବଦଳରେ ଚାଲିଥିଲା ଦୂଷିତ ପାଣି ପ୍ୟାକିଂ । ନାମିଦାମୀ କମ୍ପାନୀ ପିଇବା ପାଣି ବୋତଲରେ ଦୂଷିତ ପାଣି ପ୍ୟାକ ଚାଲିଥିଲା । ବିନା ଲାଇଲେନ୍ସରେ ଚାଲିଥିବା ଏକ ପାଣି ପ୍ୟାକିଂ ଫ୍ୟାକ୍ଟ୍ରିକୁ ସିଲ କରାଯାଇଛି । ବାଲେଶ୍ବର ଜିଲ୍ଲା ବସ୍ତା ବ୍ଲକ ତାଡ଼ଦା ପଞ୍ଚାୟତର ଶାସନ ଗ୍ରାମରେ ଥିବା ପାନୀୟ ଜଳ ପ୍ୟାକିଂ ଫ୍ୟାକ୍ଟ୍ରିକୁ ସିଲ କରିଛି ପ୍ରଶାସନ ।

ପିଇବା ପାଣିକୁ ନେଇ ଏବେ ଭଲ ବ୍ୟବସାୟ ଚାଲିଥିବା ବେଳେ ବହୁ ନାମିଦାମୀ କମ୍ପାନୀ ପିଇବା ପାଣି ବୋତଲରେ ପ୍ୟାକିଂ କରି ବଜାରକୁ ଛାଡୁଛନ୍ତି । ଏହି ବୋତଲ ପାଣି ସ୍ଵଚ୍ଛ ଏବଂ ନିର୍ମଳ ତଥା ଏଥିରେ ମିନେରାଲ ରହିଥିବା ବିକ୍ରି କରାଯାଉଛି । ଲୋକମାନେ ଏହି ପାଣି କିଣି ପିଉଛନ୍ତି । ଏବେ ଅନେକ ନକଲି ପାଣି ପ୍ୟାକିଂ କମ୍ପାନୀ ସ୍ବଚ୍ଛ ପାଣି ନାଁରେ ଅସ୍ବଚ୍ଛ ପାଣି ବିକ୍ରି କରୁଥିବା ଅଭିଯୋଗ ହୋଇଛି । ଯେଉଁ ଆଧାରରେ ବାଲେଶ୍ବର ଜିଲ୍ଲା ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ପାଣିର ମାନ ଯାଞ୍ଚ କରାଯାଇଛି ।

ପ୍ୟାକିଂ ପାଣି ବୋତଲ ଓ ପାଣି ପାଉଚ୍‌ ସହିତ, ରି-ଫିଲିଂ ଜାର ବା ରି-ଫିଲିଂ ଡ୍ରମ ପାଣିର ଚାହିଦା ରହିଛି । ବିବାହ ହେଉ କି ବ୍ରତଘର ଏହି ପାଣିର ବ୍ୟବହାର ହୋଇଥାଏ । ଏହିସବୁ ପାଣିର ମାନ ଯାଞ୍ଚ କରିବା ପାଇଁ ବାଲେଶ୍ବର ଜିଲ୍ଲା ବସ୍ତା ବ୍ଲକ ତାଡ଼ଦା ପଞ୍ଚାୟତର ଶାସନ ଗ୍ରାମରେ ଥିବା ପାନୀୟ ଜଳ ପ୍ରତିଷ୍ଠାନ ଉପରେ ପୂର୍ବରୁ ବାଲେଶ୍ବର ଓ ଜଳେଶ୍ବର ଖାଦ୍ୟ ନିରାପତ୍ତା ଟିମ୍ ଚଢାଉ କରିଥିଲା । ଜିଲ୍ଲା ଖାଦ୍ୟ ନିରାପତ୍ତା ଅଧିକାରୀ ଅନୁଶ୍ରୀ ଖଟୁଆଙ୍କ ନେତୃତ୍ବରେ ଜଳେଶ୍ବର ଖାଦ୍ୟ ନିରାପତ୍ତା ଅଧିକାରୀ ଶଶୀକାନ୍ତ ବେହେରା ଏବଂ ଅନ୍ୟ ଦୁଇ ସହଯୋଗୀ ସାମିଲ ହୋଇଥିଲେ । ଦୀର୍ଘ ଦିନ ହେବ ବେଆଇନ ଭାବେ ଉକ୍ତ ପାଣି ପ୍ୟାକିଂ ଚାଲି ଆସୁଥିବା ଅଭିଯୋଗ ହେଉଥିଲା । ତେବେ ଲାଇସେନ୍ସ ସହ ସ୍ୱଚ୍ଛତା ରିପୋର୍ଟ, କେମିକାଲ ରିପୋର୍ଟ ସହିତ ଅନ୍ୟାନ୍ୟ ଆବଶ୍ୟକୀୟ ଡକ୍ୟୁମେଣ୍ଟ ନଥିବାରୁ ବିଭାଗ ପକ୍ଷରୁ ନୋଟିସ ଜାରି କରିବା ସହିତ ସମ୍ପୃକ୍ତ ପ୍ଲାଣ୍ଟକୁ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ମାତ୍ର ପ୍ରଶାସନିକ ନିର୍ଦ୍ଦେଶ ବେଖାତିର କରିବା ଅଭିଯୋଗରେ ଏହି ପାଣି ପ୍ୟାକିଂ ଫ୍ୟାକ୍ଟ୍ରିକୁ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଅନିର୍ଦ୍ଦିଷ୍ଟ କାଳ ଯାଏ ସିଲ କରାଯାଇଛି ।

ଏହା ବି ପଢନ୍ତୁ...କ୍ୟାପିଟାଲ ହସ୍ପିଟାଲରୁ ଟେଷ୍ଟିଂ ମେସିନ୍‌ ଚୋରି ଘଟଣା: 5 ଚୋରଙ୍କୁ ଧରିଲା ପୋଲିସ

ଏହା ବି ପଢନ୍ତୁ...Peacock Hunting: ଓଡିଶାରୁ ଯାଇ କର୍ଣ୍ଣାଟକରେ କରୁଥିଲେ ମୟୂର ଶିକାର, ବାନ୍ଧିଲା ବନବିଭାଗ

ବସ୍ତା ତହସିଲଦାର ହରରଞ୍ଜନ ଦାସ କହିଛନ୍ତି, ଅତିରିକ୍ତ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଏହି ପାଣି ଫ୍ୟାକ୍ଟ୍ରିକୁ ସିଲ କରାଯାଇଛି । ମେଡିକାଲ ଅଫିସର, ଖାଦ୍ୟ ସୁରକ୍ଷା ଅଧିକାରୀଙ୍କ ଉପସ୍ଥିତିରେ ଫ୍ୟାକ୍ଟ୍ରି ସିଲ ହୋଇଛି । ଫ୍ୟାକ୍ଟ୍ରିର ଲାଇସେନ୍ସ ନଥିବାରୁ ସିଲ ହୋଇଛି ।''

ଇଟିଭି ଭାରତ, ବାଲେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.