ETV Bharat / state

ଥମୁନି ଲଘୁଚାପ ଜନିତ ବର୍ଷା, ବିପଦ ସଙ୍କେତ ଉପରେ ଜଳକା ଜଳସ୍ତର

author img

By

Published : Oct 5, 2020, 10:31 AM IST

Updated : Oct 5, 2020, 10:51 AM IST

ରାଜ୍ୟର ବିଭିନ୍ନ ସ୍ଥାନରେ ଦୁଇ ଦିନ ହେବ ଜାରି ରହିଛି ଲଘୁଚାପ ଜନିତ ବର୍ଷା । ଏନେଇ ବାଲେଶ୍ବର ଜିଲ୍ଲା ବସ୍ତା ବ୍ଳକ ଦେଇ ପ୍ରବାହିତ ଜଳକା ନଦୀରେ ବଢିବାରେ ଲାଗିଛି ଜଳସ୍ତର । ଅଧିକ ପଢନ୍ତୁ...

balesore latest news, flood like situation in balesore, continuous rain in balesore, water level of jalaka in balesore, ବାଲେଶ୍ବର ଲାଟେଷ୍ଟ ନ୍ୟୁଜ୍‌, ବାଲେଶ୍ବରରେ ବନ୍ୟା ପରିସ୍ଥିତି, ବାଲେଶ୍ବରରେ ଲଗାଣ ବର୍ଷା, ବାଲେଶ୍ବରରେ ଜଳକା ଜଳସ୍ତର
ଥମୁନି ଲଘୁଚାପ ଜନିତ ବର୍ଷା, ଜଳକାରେ ବିପଦ ସଙ୍କେତ ଡେଇଁଲା ଜଳସ୍ତର

ବାଲେଶ୍ବର: ରାଜ୍ୟର ବିଭିନ୍ନ ସ୍ଥାନରେ ଦୁଇ ଦିନ ହେବ ଜାରି ରହିଛି ଲଘୁଚାପ ଜନିତ ବର୍ଷା । ଏନେଇ ବାଲେଶ୍ବର ଜିଲ୍ଲା ବସ୍ତା ବ୍ଳକ ଦେଇ ପ୍ରବାହିତ ଜଳକା ନଦୀରେ ବଢିବାରେ ଲାଗିଛି ଜଳସ୍ତର । ନଦୀର ଉପର ମୁଣ୍ଡରେ ଥିବା ରାସଗୋବିନ୍ଦପୁର, ମୋରଡା, ଶୁଳିଆପଦା, ଚିତ୍ରଡା ଅଞ୍ଚଳରେ ଲଗାଣ ବର୍ଷା ହେବା ଫଳରେ ନଦୀର ଜଳସ୍ତର ବଢିବାରେ ଲାଗିଥିବା ଦେଖାଯାଉଛି ।

ଏମିତିରେ ନଦୀର ମଥାନୀଠାରେ ବିପଦ ସଙ୍କେତ 5.50 ମିଟର ଥିବା ବେଳେ ସୋମବାର ସକାଳ 7ଟା ସୁଦ୍ଧା 6.10 ମିଟରରେ ଜଳ ପ୍ରବାହିତ ହେଉଛି । ଯଦି ଏହିଭଳି ଭାବରେ ବର୍ଷା ଲାଗି ରୁହେ ତେବେ ବସ୍ତା ବ୍ଳକର 10ଟି ପଞ୍ଚାୟତ ମଥାନୀ, ବାହରଦା, ପତ୍ରଝଡା, ରାଉତପଡା , ବ୍ରାହ୍ମଣଦା, ସଦାନନ୍ଦପୁର ଓ ସଦର ବ୍ଳକର 2ଟି ପଞ୍ଚାୟତରେ ଶ୍ରୀରାମପୁର ବନ୍ୟା ହେବାର ଆଶଙ୍କା ରହିଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Last Updated : Oct 5, 2020, 10:51 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.