ବାଲେଶ୍ବର: ରଙ୍ଗ ତୁଳୀରେ ସଜେଇ ହେଉଛି ବାଲେଶ୍ବରର ଜଳେଶ୍ବର ଅଞ୍ଚଳ । ପୌର ପରିଷଦ ପକ୍ଷରୁ ସହରର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ କାନ୍ଥ ଓ ପାଚେରୀରେ ଅଙ୍କା ଯାଉଛି ରଙ୍ଗ ବେରଙ୍ଗର ଅନେକ ଆକର୍ଷଣୀୟ ଚିତ୍ର ।
ଜିଲ୍ଲାର ବିଭିନ୍ନ ପର୍ଯ୍ୟଟନସ୍ଥଳୀ, କଳା ସଂସ୍କୃତି ଓ ସଚେତନତା ବାର୍ତ୍ତା ହେଉ କି ମହାପୁରୁଷଙ୍କ ଫଟୋ ସେ ସବୁକୁ ଚିତ୍ରକାରମାନେ ନିଜ ତୁଳୀରେ ଜୀବନ୍ତ ଭାବେ ଗଢି ତୋଳୁଥିବା ଦେଖିବାକୁ ମିଳିଛି ।
ସମୟ ସ୍ରୋତରେ ହଜି ଯାଉଥିବା ପାଇକ ଆଖଡା ସହ ମହାପ୍ରଭୁ ଜଗନ୍ନାଥଙ୍କ ପ୍ରତିଛବି ମଧ୍ୟ ପାଚେରୀରେ ଖୁବ ସୁନ୍ଦର ଭାବେ ଅଙ୍କା ଯାଉଛି । ଯାହା ଦେଖଣାହାରୀଙ୍କ ଆଖି ଝଲସେଇବା ସହ ଜଳେଶ୍ବର ସହରକୁ ନୂଆ ରୂପ ଦେଇଛି ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ