ETV Bharat / state

ପଞ୍ଚାୟତ ନେତା ବାଛୁଛନ୍ତି ବାଲେଶ୍ଵର-ଯାଜପୁର ଭୋଟର

ବାଲେଶ୍ଵରର ୨ଟି ବ୍ଲକ ଓ ଯାଜପୁରର ୨ଟିବ୍ଲକରେ ଶେଷ ପର୍ଯ୍ୟାୟ ଭୋଟଗ୍ରହଣ ଜାରି ରହିଛି । ଅଧିକ ପଢନ୍ତୁ

author img

By

Published : Feb 24, 2022, 12:57 PM IST

ବାଲେଶ୍ଵର-ଯାଜପୁରରେ ଶେଷ ପର୍ଯ୍ୟାୟ ମତଦାନ ଜାରି

ବାଲେଶ୍ଵର/ଯାଜପୁର: ରେମୁଣା ଓ ସଦର ବ୍ଲକରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଶେଷ ପର୍ଯ୍ୟାୟ ମତଦାନ ଚାଲିଛି । ସକାଳ 7ରୁ ମତଦାନ ଆରମ୍ଭ ହୋଇଥିବା ବେଳେ ବୁଥରେ ମତସାବ୍ୟସ୍ତ କରୁଛନ୍ତି ମତଦାତା । ଦୁଇଟି ବ୍ଲକର ମୋଟ 907ଟି ବୁଥ ମଧ୍ୟରୁ 220ଟି ସମ୍ବେଦନଶୀଳ ବୁଥ ଚିହ୍ନଟ କରିଛି ପ୍ରଶାସନ । ଯେଉଁଠି ବ୍ୟାପକ ପୋଲିସ ମୁତୟନ କରାଯାଇଛି । ଏଥିପାଇଁ 56ଟି ମୋବାଇଲ ପୋଲିସ ପାର୍ଟି ବ୍ୟବସ୍ଥା ହୋଇଛି।

ସେହିପରି ଯାଜପୁରର ବରୀ ଏବଂ ରସୁଲପୁର ବ୍ଲକରେ ଶେଷ ପର୍ଯ୍ୟାୟ ଭୋଟଗ୍ରହଣ ଆରମ୍ଭ ହୋଇଯାଇଛି । ପ୍ରଶାସନ ପକ୍ଷରୁ ଉଭୟ ବ୍ଲକର ସମସ୍ତ ବୁଥରେ ନିର୍ବାଚନ ପରିଚାଳନା ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ନିର୍ବାଚନକୁ ସୁପରିଚାଳନା କରିବା ପାଇଁ ଅତିରିକ୍ତ ଜିଲ୍ଲାପାଳ ଅକ୍ଷୟ ମଲ୍ଲିକଙ୍କ ତତ୍ତ୍ବାବଧାନରେ ସମ୍ପୃକ୍ତ ବ୍ଲକର ବିଡ଼ିଓ ମାନେ ନିର୍ବାଚନ ପରିଚାଳନା କରୁଛନ୍ତି । ରସୁଲପୁର ବ୍ଲକର 4ଟି ଜିଲ୍ଲାପରିଷଦ ଜୋନ୍ 28ଟି ପଞ୍ଚାୟତରେ 465ଟି ଭୋଟଗ୍ରହଣ କେନ୍ଦ୍ରରେ 1ଲକ୍ଷ 39ହଜାର 253ଜଣ ଭୋଟର ମତଦାନ କରିବେ ।

ବରୀ ବ୍ଲକର 4ଟି ଜିଲ୍ଲାପରିଷଦ ଜୋନ୍ ଏବଂ 29ଟି ପଞ୍ଚାୟତର 380ଟି ବୁଥରେ ଭୋଟଗ୍ରହଣ ଜାରି ରହିଛି । ମୋଟ 1ଲକ୍ଷ 37ହଜାର 924ଜଣ ଭୋଟର ମତସାବ୍ୟସ୍ତ କରିବେ। ଶାନ୍ତିଶୃଙ୍ଖଳାରେ ନିର୍ବାଚନ ପରିଚାଳନା ପାଇଁ ବୁଥ ଗୁଡିକରେ ପୋଲିସ ମୁତୟନ କରାଯିବା ସହିତ ସେକ୍ଟର ଅଫିସର ଓ ପୋଲିସ ସ୍କ୍ବାର୍ଡ ଦ୍ବାରା ବିଭିନ୍ନ ବୁଥ ଗସ୍ତକରି ସ୍ଥିତି ନିୟନ୍ତ୍ରଣ କରାଯାଉଛି।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ ଓ ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.