ETV Bharat / state

ଶୈଶବ ପଡିଛି ବନ୍ଧା, ପଦକ୍ଷେପ ନେବାକୁ ଦାବି କଲେ ସମାଜସେବୀ

author img

By

Published : Jul 1, 2023, 7:14 AM IST

ଶିଶୁ ଶ୍ରମିକ ବନ୍ଦ କରିବା ପାଇଁ ସରକାରୀ ସ୍ତରରେ ନାରା ଦିଆଯାଉଥିବାବେଳେ ପ୍ରଶାସନିକ ସ୍ତରରେ ଏଥିପାଇଁ ଅନେକ ସଚେତନତା କରାଯାଉଛି । ହେଲେ ତାହା ଫେଲ ମାରିଥିବାବେଳେ ଏ ଦିଗରେ ପଦକ୍ଷେପ ନେବାକୁ ଦାବି ହୋଇଛି । ଅଧିକ ପଢନ୍ତୁ

ଶିଶୁ ଶ୍ରମିକ ବନ୍ଦ ପାଇଁ ସଚେତନତା
ଶିଶୁ ଶ୍ରମିକ ବନ୍ଦ ପାଇଁ ସଚେତନତା
ଶିଶୁ ଶ୍ରମିକ ବନ୍ଦ ପାଇଁ ସଚେତନତା

ବାଲେଶ୍ବର: ଶିଶୁ ଶ୍ରମିକ ପ୍ରଥା ରୋକିବା ଦିଗରେ ବାଲେଶ୍ବରରେ ସମାଜସେବୀଙ୍କ ତରଫରୁ ଏକ ଅଭିଯାନ କରାଯାଇଛି । ଶିଶୁ ଶ୍ରମିକ ବନ୍ଦ କରିବା ପାଇଁ ସରକାରୀ ସ୍ତରରେ ନାରା ଦିଆଯାଉଥିବାବେଳେ ପ୍ରଶାସନିକ ସ୍ତରରେ ଏଥିପାଇଁ ଅନେକ ସଚେତନତା କରାଯାଉଛି । ଏହାସହ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ଶିଶୁ ଶ୍ରମିକମାନଙ୍କୁ ଉଦ୍ଧାର ଘଟଣା ମଧ୍ୟ ଦେଖିବାକୁ ମିଳୁଛି । ଏହାରି ଭିତରେ କିନ୍ତୁ ଜଣେ ଶିଶୁ କାହିଁକି ଶ୍ରମିକ ହେବାକୁ ବାଧ୍ୟ ହେଉଛି ସେଥିପ୍ରତି କାହାରି ଯେମିତି ନିଘା ନାହିଁ । ହେଲେ ଶିଶୁ ଶ୍ରମିକମାନଙ୍କ ପାଇଁ ନିୟମ କାନୁନ ସେମିତି ନାଲି ଫିତା ତଳେ ବନ୍ଧା ହୋଇ ରହିଥିବା ମତ ପ୍ରକାଶ ପାଇଛି। ଶିଶୁ ଶ୍ରମିକମାନଙ୍କ ପାଇଁ ଅନେକ ନିୟମ ଥିବା ବେଳେ କିଛି ଗୁରୁତ୍ୱପୂର୍ଣ୍ଣ ନିୟମ ହେଉଛି, 14 ବର୍ଷରୁ କମ ଶିଶୁ ମାନଙ୍କୁ କୌଣସି କାର୍ଯ୍ୟକ୍ଷେତ୍ରରେ ନିୟୋଜିତ କରାଇଲେ ଏହା ଦଣ୍ଡନୀୟ ଅପରାଧ ଭାବେ ବିବେଚନା କରାଯାଇଥାଏ।

ସେହିପରି 15 ବର୍ଷରୁ 18 ବର୍ଷ ମଧ୍ୟରେ କିଶୋରଙ୍କୁ ବିପଦ ସଙ୍କୁଳ କାମରେ ନିୟୋଜିତ କରିବାକୁ ବାରଣ କରାଯାଇଛି । ଅନ୍ୟପଟେ ଶିଶୁମାନଙ୍କୁ ବିଭିନ୍ନ କାର୍ଯ୍ୟରେ ନିୟୋଜିତ କରାଉଥିବା ବ୍ୟକ୍ତିଙ୍କୁ 50 ହଜାର ଟଙ୍କା ଯାଏ ଜରିମାନା ନିୟମ ରହିଛି । ଏମିତି ଶିଶୁମାନଙ୍କୁ ଶ୍ରମିକ ଭାବେ ନିୟୋଜିତ ହେଉଥିବା ସ୍ଥାନରେ ଚଢ଼ାଉ ପାଇଁ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ପକ୍ଷରୁ ଏକ ସ୍ୱତନ୍ତ୍ର ଟିମ ଗଠନ କରାଯାଇଥାଏ । ଏହି ଟିମ ବିଭିନ୍ନ ସ୍ଥାନରେ ନିୟୋଜିତ ହେଉଥିବା ଶିଶୁ ଶ୍ରମିକମାନଙ୍କୁ ଚିହ୍ନଟ କରି ସେମାନଙ୍କୁ ଉଦ୍ଧାର କରିଥାଏ । ଏହାସହ ଶିଶୁମାନଙ୍କୁ ଶ୍ରମିକ ଭାବେ ନିୟୋଜିତ କରାଉଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସହ ଜରିମାନା ଆଦାୟ କରାଯାଇଥାଏ ।

ଏହାରି ଭିତରେ ଉଦ୍ଧାର କରାଯାଉଥିବା ଶିଶୁ ଶ୍ରମିକମାନଙ୍କୁ ନେଇ ଜିଲ୍ଲା ଶିଶୁ ମଙ୍ଗଳ କମିଟି ନିକଟରେ ହାଜର କରାଯାଇଥାଏ । ଏହାପରେ ସେମାନଙ୍କୁ ବାଳାଶ୍ରମରେ ରଖାଯାଇ ସେମାନଙ୍କ ରହିବା ଖାଇବା ଓ ପଢିବା ପାଇଁ ସୁଯୋଗ ପ୍ରଦାନ କରାଯାଇଥାଏ । ମାତ୍ର ଶିଶୁଟିଏ ତାର ଖେଳକୁଦ ଓ ହସଖୁସି ବୟସରେ କାହିଁକି ଅନ୍ୟ ପାଖରେ ଶ୍ରମିକ ଭାବେ କାର୍ଯ୍ୟ କରିବାକୁ ବାଧ୍ୟ ହୁଏ ସେଥିପ୍ରତି କେହି ଦୃଷ୍ଟି ଦିଅନ୍ତି ନାହିଁ । କେତେବେଳେ ପରିବାରର ଦୁଃଖ ତ ଆଉ କେତେବେଳେ ପୁଣି ଚାପର ବଶବର୍ତ୍ତୀ ହୋଇ ଜଣେ ଶିଶୁ ବାଧ୍ୟ ହୋଇ ଅନ୍ୟ ପାଖରେ ଦିନରାତି ଖଟିବାକୁ ଯାଇଥାଏ ।

ଏପରିକି ପରିବାରର କରୁଣ ପରିସ୍ଥିତି ପାଇଁ ଶିଶୁଟିଏ ଗ୍ୟାରେଜର କଳା ଧୂଆଁରେ ନିଜର ଭବିଷ୍ୟତ ଅନ୍ଧାର କରିଦେଇଥାଏ। ତେବେ ସପ୍ରଶାସନିକ ସ୍ତରରେ ଏହି ସମସ୍ୟାର ସମାଧାନ ପାଇଁ କୌଣସି ପଦକ୍ଷେପ ନିଆଯିବା ନେଇ ଦାବି ଜୋର ଧରିଛି । ଗୋଟେପଟେ ଶିଶୁ ଶ୍ରମିକଙ୍କ ସଂଖ୍ୟା ବଢୁଥିବାବେଳେ ସେମାନଙ୍କ ଭବିଷ୍ୟତ ସୁଧାରିବା ଦିଗରେ କାହାରି ନିଘା ନଥିବା ଅଭିଯୋଗ ହେଉଛି। ଏଥିପାଇଁ ପୁରା ତୃଣମୂଳ ସ୍ତରକୁ ଯାଇ ଜଣେ ଶିଶୁର ପରିସ୍ଥିତି ବୁଝିବାର ଆଵଶ୍ୟକତା ରହିଛି ବୋଲି ମତ ପ୍ରକାଶ ପାଇଛି ।

ଇଟିଭି ଭାରତ, ବାଲେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.