ETV Bharat / state

DEOଙ୍କ ଆଚରଣ ନେଇ କାର୍ଯ୍ୟାଳୟ ଆଗରେ ଆମରଣ ଅନଶନ

author img

By

Published : Dec 30, 2022, 6:42 PM IST

ଅନୀତି ଓ ଅମାନବିକତା ବିରୋଧରେ ପ୍ରାଥମିକ ବିଦ୍ୟାଳୟର ଅଭିଭାବକ ଓ ଗ୍ରାମବାସୀଙ୍କ ଆମରଣ ଅନଶନ। ଅଧିକ ପଢନ୍ତୁ

villagers protest
villagers protest
ଡିଇଓଙ୍କ କାର୍ଯ୍ୟାଳୟରେ ଆମରଣ ଅନଶନ

ବାଲେଶ୍ବର: ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଅନ୍ୟାୟ, ଅନୀତି ଓ ଅମାନବିକତା ବିରୋଧରେ ଭୋଗରାଇ କାହ୍ନୁପୁର ନୋଡାଲ ପ୍ରାଥମିକ ବିଦ୍ୟାଳୟର ଅଭିଭାବକ ଓ ଗ୍ରାମବାସୀ ଆମରଣ ଅନଶନରେ ବସିଛନ୍ତି । ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଆଗରେ ଡିଇଓଙ୍କ ବ୍ୟବହାର ପ୍ରତିବାଦରେ ଏମିତି ଆମରଣ ଅନଶନ କରାଯାଇଛି ।

ସୂଚନା ଅନୁସାରେ, କାହ୍ନୁପୁର ସ୍କୁଲ ପରିଚାଳନା କମିଟି ଗଠନ ସମ୍ପର୍କରେ ବାରମ୍ବାର ବୈଠକ ତାରିଖ ବାତିଲ ହେବା ପରେ ଗତ ୨୯/୧୦/୨୦୨୨ ତାରିଖରେ ବୈଠକ ଅନୁଷ୍ଠିତ ହୋଇଥିଲା । ସ୍କୁଲରେ ପାଠ ପଢୁଥିବା ସମୁଦାୟ ୭୧ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ବୈଠକରେ ୫୮ଜଣ ଛାତ୍ର ଅଭିଭାବକ ଉପସ୍ଥିତ ଥିଲେ । ଯେଉଁ ବୈଠକରେ ଭୋଗରାଇ ବିଇଓ ସମେତ ଅନ୍ୟମାନେ ମଧ୍ୟ ଉପସ୍ଥିତ ଥିଲେ । ଶିକ୍ଷା ବିଭାଗର ସମସ୍ତ ନୀତି ନିୟମ ଅନୁଯାୟୀ କୋରମ ହୋଇଥିବାରୁ ପରିଚାଳନା କମିଟି ଗଠନ ହୋଇଥିଲା ।

ତେବେ ଏ ସମ୍ପର୍କରେ ଭୋଗରାଇ ବିଇଓ ବିଧିବଦ୍ଧ ଭାବେ ଘୋଷଣା କରିବା ପରେ ବୈଠକ ସମାପ୍ତ ହୋଇଥିଲା । ମାତ୍ର ଏହି ପରିଚାଳନା କମିଟିକୁ ଅବୈଧ ବୋଲି ଦର୍ଶାଇ କିଛି ଲୋକ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଥିଲେ । ଏହାକୁ ନେଇ ଜିଲ୍ଲା ଶିକ୍ଷାଧିକାରୀ ଭୋଗରାଇ ବିଇଓଙ୍କ ନିକଟରୁ କୌଣସି କାଗଜପତ୍ର ନଦେଖି ତତ୍‌କ୍ଷଣାତ୍ ଅଦୃଶ୍ୟ ଶକ୍ତିର ଚାପରେ ରେମୁଣା ବିଇଓଙ୍କୁ ତଦନ୍ତ ଦାୟିତ୍ବ ଦେଇଥିଲେ । ରେମୁଣା ବିଇଓ ତଦନ୍ତ କରିବାକୁ ଗଲେ, ମାତ୍ର କେବଳ ଅଭିଯୋଗକାରୀଙ୍କ କଥା ଶୁଣିଲେ ବୋଲି ଅନଶନକାରୀ ଅଭିଯୋଗ କରିଛନ୍ତି।

ଏହାକୁ ନେଇ ଗ୍ରାମବାସୀ ବାରମ୍ବାର ବାଲେଶ୍ଵର DEOଙ୍କୁ ଭେଟିବା ପରେ ମଧ୍ୟ ସେ କୌଣସି କଥାକୁ କର୍ଣ୍ଣପାତ କରି ନଥିଲେ। ପୁଣି ଏହି ଘଟଣାକୁ ନେଇ ଗତ ୨୭/୧୨/୨୦୨୨ ତାରିଖରେ ଏହି ସ୍କୁଲର ପରିଚାଳନା କମିଟି ସଦସ୍ୟ ବା ସଦସ୍ୟା, ଗ୍ରାମବାସୀ ଓ ଭୋଗରାଇର ବିଧାୟକ ପ୍ରାର୍ଥୀ ସତ୍ୟଶିବ ଦାସ ବାଲେଶ୍ବର DEOଙ୍କ କାର୍ଯ୍ୟାଳୟରେ ପହଞ୍ଚି ଥିଲେ । ମାତ୍ର ଘଣ୍ଟାଘଣ୍ଟା ଧରି DEO କୌଣସି କଥା ଶୁଣିବାକୁ ପ୍ରସ୍ତୁତ ହେଲେନାହିଁ । ପରେ ବାଲେଶ୍ବରର ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଧରଣୀଧର ପାତ୍ର ଆସି ସମସ୍ତ କାଗଜପତ୍ର ଦେଖିବା ପରେ ବିଇଓଙ୍କ ତଦନ୍ତ ରିପୋର୍ଟ ଆଦୌ ଠିକ୍ ନୁହେଁ ଏବଂ ଗଠନ ହୋଇଥିବା ପରିଚାଳନା କମିଟି ସମ୍ପୂର୍ଣ୍ଣ ବୈଧ ବୋଲି କହିଥିଲେ ।

ଅନ୍ୟପଟେ ଏହାସହ ବାଲେଶ୍ବର ଜିଲ୍ଲା ଶିକ୍ଷାଧିକାରୀ ବିଷ୍ଣୁଚରଣ ସୂତାର ମଧ୍ୟ କହିଥିଲେ ଯେ, କିଛି ସମୟ ଅପେକ୍ଷା କଲେ ଆପୃଭାଲ ନେବା ପାଇଁ କହିଥିଲେ। ମାତ୍ର ଦିନ ୧୧ଟାରୁ ରାତି ୮ଟା ପର୍ଯ୍ୟନ୍ତ ପାଣି ଗ୍ରହଣ ମଧ୍ୟ ନକରି ଗ୍ରାମବାସୀ ଅଫିସରେ ବସି ରହିଥିବା ବେଳେ ବାଲେଶ୍ବର DEO ବିଷ୍ଣୁଚରଣ ସୂତାର ନିଜେ ଫାଇଲ୍ ଧରି ଜିଲ୍ଲାପାଳଙ୍କ ନିକଟକୁ ଆପୃଭାଲ ପାଇଁ ଯାଇଥିଲେ । କିନ୍ତୁ ରାତି ୯ଟା ସୁଦ୍ଧା DEO ଆଉ ତାଙ୍କ ଅଫିସକୁ ଫେରିଲେ ନାହିଁ । DEO ଙ୍କ ଏମିତି ଆଚରଣକୁ ନେଇ ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନରେ ବସିଛନ୍ତି ଗ୍ରାମବାସୀ ।

ଇଟିଭି ଭାରତ, ବାଲେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.