ETV Bharat / state

ବେଳାଭୂମିରୁ ବେଆଇନ ବାଲିଚାଲାଣକୁ ବିରୋଧ, ଜେସିବି ଅଟକ ରଖିଲେ ଗ୍ରାମବାସୀ - ବାଲେଶ୍ବରରେ ବେଆଇନ ଗଛ କଟା

ବାଲେଶ୍ବର ସିଂଲା ଥାନା ଅଧୀନ କଷାଫଳ ସମୁଦ୍ର ବେଳାଭୂମିରୁ ବେଆଇନ ଭାବେ ଗଛକଟା ଓ ବେଆଇନ ବାଲି ଉତ୍ତୋଳନକୁ ନେଇ ଗାଁ ଲୋକେ ବିରୋଧ କରିଛନ୍ତି । ଏହାକୁ ବନ୍ଦ କରିବା ପାଇଁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର
author img

By

Published : Oct 1, 2019, 4:17 PM IST

ବାଲେଶ୍ବର: ସିଂଲା ଥାନା ଅଧୀନ କଷାଫଳ ସମୁଦ୍ର ବେଳାଭୂମିରୁ ବେଆଇନ ଭାବେ ଗଛକଟା ଓ ବେଆଇନ ବାଲି ଉତ୍ତୋଳନକୁ ନେଇ ଗାଁରେ ଦେଖାଦେଇଛି ଉତ୍ତେଜନା । ବେଆଇନ ଭାବେ ବାଲି ଉତ୍ତୋଳନ କରୁଥିବା ଜେସିବି ମେସିନକୁ ଗ୍ରାମବାସୀ ଅଟକ ରଖି କାର୍ଯ୍ୟାନୁଷ୍ଠାନ ଦାବି କରିଥିବା ଦେଖିବାକୁ ମିଳିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ଅଭିଯୋଗ ଅନୁଯାୟୀ ସିଂଲା ଥାନା ଅଧୀନ କଷାଫଳ ଗ୍ରାମକୁ ଲାଗି ରହିଥିବା ସମୁଦ୍ର ବେଳାଭୂମିରୁ ଗାଁର କିଛି ମୃଷ୍ଟିମେୟ ବ୍ୟକ୍ତି ବେଆଇନ ଭାବରେ ଗଛ କାଟିବା ସହିତ ଦିନରାତି ଜେସିବି ମେସିନ ଲଗାଇ ଟ୍ରାକ୍ଟର ସାହାଯ୍ୟରେ ଶହଶହ ଟ୍ରିପ ବାଲି ଉତ୍ତୋଳନ କରି ବିକ୍ରି କରୁଛନ୍ତି । ଯାହା ଫଳରେ ବେଳାଭୂମିର ସୌନ୍ଦର୍ଯ୍ୟ ନଷ୍ଟ ହେବା ସହ ଗାଁ ଭିତରକୁ ସମୁଦ୍ର ଜୁଆର ମାଡି ଆସି ବ୍ୟାପକ କ୍ଷୟକ୍ଷତି ହେଉଛି ।

ବାରମ୍ବାର ଏ ବିଷୟରେ ଗାଁ ଲୋକେ ଅଭିଯୋଗ କରିଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ । ଏନେଇ ଗାଁ ଲୋକେ କାଠ ଗଣ୍ତି ଗୁଡିକ ଅଟକ କରିବା ସହ ଜେସିବି ମେସିନକୁ ଅଟକ ରଖିଛନ୍ତି। ଖବର ପାଇ ଘଟଣା ସ୍ଥଳରେ ପୋଲିସ, ତହସିଲଦାର ଓ ବନବିଭାଗର କର୍ମଚାରୀ ପହଞ୍ଚି କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରତିଶ୍ରୁତି ଦେଇଥିବା ଜଣାପଡିଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Intro:Body:ବାଲେଶ୍ବର ଜିଲ୍ଲା ସିଂଲା ଥାନା ଅଧୀନ କଷାଫଳ ସମୁଦ୍ର ବେଳାଭୂମି ରୁ ବେଆଇନ ଭାବରେ ଗଛକଟା ଓ ବେଆଇନ ବାଲି ଉତ୍ତୋଳନ କୁ ନେଇ ଗ୍ରାମରେ ଉତ୍ତେଜନା ଦେଖାଦେଇଛି। ବେଆଇନ ଭାବରେ ବାଲି ଉତ୍ତୋଳନ କରୁଥିବା ଜେ ସି ବି ମେସିନ କୁ ଗ୍ରାମବାସୀ ମାନେ ଅଟକ ରଖି କାର୍ଯ୍ୟାନୁଷ୍ଠାନ ଦାବି କରିଥିବା ଦେଖିବାକୁ ମିଳିଛି।

ଅଭିଯୋଗ ଅନୁଯାୟୀ ସିଂଲା ଥାନା ଅଧୀନ କଷାଫଳ ଗ୍ରାମକୁ ଲାଗି ରହିଥିବା ସମୁଦ୍ର ବେଳାଭୂମି ରୁ ଗ୍ରାମର କିଛି ମୃଷ୍ଟିମେୟ ବ୍ଯକ୍ତି ମାନେ ବେଆଇନ ଭାବରେ ଗଛ କାଟିବା ସହିତ ଦିନରାତି ଜେ ସି ବି ମେସିନ ଲଗାଇ ଟ୍ରାକ୍ଟର ସାହାଯ୍ଯରେ ଶହଶହ ଟ୍ରିପ ବାଲି ଉତ୍ତୋଳନ କରି ବିକ୍ରି କରୁଛନ୍ତି। ଯାହା ଫଳରେ ବେଳାଭୂମି ର ସୌନ୍ଦର୍ଯ୍ଯ ନଷ୍ଟ ହେବା ସହ ଗ୍ରାମ ଭିତରକୁ ସମୁଦ୍ର ଜୁଆର ମାଡି ଆସି ବ୍ଯାପକ କ୍ଷୟକ୍ଷତି ହେବାସହ ଧନଜୀବନ ନଷ୍ଟ ହେବାର ସମ୍ଭାବନା ରହିଛି। ବାରମ୍ବାର ଏ ବିଷୟରେ ଗ୍ରାମବାସୀ ମାନେ ଅଭିଯୋଗ କରିଥିଲେ ମଧ୍ଯ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ। ଏହାକୁ ନେଇ ଗ୍ରାମବାସୀ ମାନେ କାଠ ଗଣ୍ତି ଗୁଡିକ ଅଟକ କରିବା ସହ ଜେ ସି ବି ମେସିନ କୁ ଅଟକ ରଖିଛନ୍ତି। ଖବର ପାଇ ଘଟଣା ସ୍ଥଳରେ ପୋଲିସ, ତହସିଲଦାର ଓ ବନବିଭାଗର କର୍ମଚାରୀ ମାନେ ପହଞ୍ଚି କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରତିଶ୍ରୁତି ଦେଇଥିବା ଜଣାପଡିଛି। Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.