କାଦୁଅ ପଚପଚ ରାସ୍ତାରେ ଦୁର୍ଦ୍ଦଶା ଭୋଗୁଛନ୍ତି ଡେଙ୍ଗାସାହି ଗ୍ରାମବାସୀ - balesore road problem
ସାମାନ୍ୟ ବର୍ଷା ହେଲେ ରାସ୍ତାରେ କାଦୁଅ ଭର୍ତ୍ତି ହୋଇଯାଉଛି । ଭଲ ରାସ୍ତାଟିଏ ନଥିବାରୁ ଲୋକମାନେ ଭୋଗୁଛନ୍ତି ଦୁର୍ଦ୍ଦଶା। ଏମିତି ଘଟଣା ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା ନୀଳଗିରି ବ୍ଲକ ଯଦିଡା ପଞ୍ଚାୟତର ଡେଙ୍ଗାସାହି ଗ୍ରାମରେ ।
ବାଲେଶ୍ୱର: ସାମାନ୍ୟ ବର୍ଷା ହେଲେ ରାସ୍ତାରେ କାଦୁଅ ଭର୍ତ୍ତି ହୋଇଯାଉଛି । ଭଲ ରାସ୍ତାଟିଏ ନଥିବାରୁ ଲୋକମାନେ ଭୋଗୁଛନ୍ତି ଦୁର୍ଦ୍ଦଶା। ଏମିତି ଘଟଣା ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା ନୀଳଗିରି ବ୍ଲକ ଯଦିଡା ପଞ୍ଚାୟତର ଡେଙ୍ଗାସାହି ଗ୍ରାମରେ ।
ଉକ୍ତ ଗ୍ରାମକୁ ଯିବା ଆସିବା ପାଇଁ ନାହିଁ ପକ୍କା ରାସ୍ତା । ଆମ୍ବୁଲାନ୍ସ ମଧ୍ୟ ଗାଁ ଭିତରକୁ ଯିବା ଆସିବା ଅସମ୍ଭବ ହୋଇ ପଡୁଛି । କାଦୁଅ ରାସ୍ତାରେ ଯିବା ଆସିବା କଷ୍ଟ ଭୋଗୁଥିବା ଅଞ୍ଚଳବାସୀଙ୍କୁ କେବଳ ପ୍ରତିଶ୍ରୁତି ମିଳୁଛି । ଆମ ଗାଁ ଆମ ବିକାଶ ଯୋଜନା ଏଠି ଫେଲ ମାରିଛି । ଏହି ଅବସ୍ଥା ଆଜିର ନୁହେଁ ସ୍ୱାଧୀନତା ପରଠୁ ଏହି ଅବସ୍ଥା ଦେଖିବାକୁ ମିଲିଛି । ତେବେ ତୁରନ୍ତ ରାସ୍ତା ମରାମତି ପାଇଁ ଗ୍ରାମବାସୀ ଦାବି କରିଛନ୍ତି ।
ବାଲେଶ୍ୱରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ