ବାଲେଶ୍ଵର: କୋରୋନା ମୁକାବିଲା ପାଇଁ ସଚେତନ ହେଉଛନ୍ତି ଗାଁ ଲୋକ । ବାଲେଶ୍ଵର ଜିଲ୍ଲାର ବିଭିନ୍ନ ଗାଁ ମଧ୍ୟକୁ ପ୍ରବେଶ ନିଷେଧ କରାଯାଉଛି । ବସ୍ତା ବ୍ଲକର ବିଭିନ୍ନ ଗାଁ ଦୁଇଦିନ ପୂର୍ବରୁ ସିଲ କରାଯାଇଥିବା ବେଳେ ଶୁକ୍ରବାର ଖଇରା ବ୍ଲକର ଦୁଇଟି ଗାଁର ଯୁବଗୋଷ୍ଠୀ ଗାଁକୁ ପ୍ରବେଶ ନିଷେଧ ପାଇଁ ଗାଁର ପ୍ରବେଶ ଦ୍ୱାର ସିଲ କରିଛନ୍ତି।
ବଣପାରିଆ ଓ ଗୋବିନ୍ଦପୁର ପଞ୍ଚାୟତର ନରମା ଗାଁକୁ ଯିବାଆସିବା ପାଇଁ ଗାଁର ପ୍ରବେଶ ଦ୍ୱାରରେ ବାଉଁଶ ପକାଇ ବନ୍ଦ କରିଛନ୍ତି ଯୁବଗୋଷ୍ଠୀ । କୋରୋନାର ସଂକ୍ରମଣ ବିରୋଧରେ ଲଢ଼ିବାକୁ ଗାଁର ଯୁବଗୋଷ୍ଠୀ ପ୍ରସ୍ତୁତ ଥିବା ବେଳେ ଅନ୍ୟ ଲୋକମାନଙ୍କୁ ମଧ୍ୟ ସଚେତନତାର ବାର୍ତ୍ତା ବାଣ୍ଟୁଥିବା ଦେଖିବାକୁ ମିଳିଛି ।
ବାଲେଶ୍ଵରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ