ETV Bharat / state

ଲାଞ୍ଚ ନେବାବେଳେ ଜିଆରଏସଙ୍କୁ ମାଡି ବସିଲା ଭିଜିଲାନ୍ସ

ବାଲେଶ୍ଵର ଜିଲ୍ଲା ରେମୁଣା ବ୍ଲକ ଅଧିନ ଦୁର୍ଗାଦେବୀ ପଞ୍ଚାୟତର ଗ୍ରାମ୍ୟ ରୋଜଗାର ସେବକ(ଜିଆରଏସ) ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି ।

author img

By

Published : Jan 7, 2021, 7:30 PM IST

ଲାଞ୍ଚ ନେବାବେଳେ ଧରାପଡିଲେ ଜିଆରଏସ
ଲାଞ୍ଚ ନେବାବେଳେ ଧରାପଡିଲେ ଜିଆରଏସ

ବାଲେଶ୍ଵର: ଲାଞ୍ଚ ନେଇ ଧରାପଡିଲେ ଜିଆରଏସ । ବାଲେଶ୍ଵର ଜିଲ୍ଲା ରେମୁଣା ବ୍ଲକ ଅଧିନ ଦୁର୍ଗାଦେବୀ ପଞ୍ଚାୟତର ଗ୍ରାମ୍ୟ ରୋଜଗାର ସେବକ(ଜିଆରଏସ) ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି ।

ସୂଚନା ଅନୁସାରେ, ମୟୂରଭଞ୍ଜ ବଡ଼ସାହି ନୂଆହାଟ ଅଞ୍ଚଳର ପୂର୍ଣ୍ଣଚନ୍ଦ୍ର ବିନ୍ଧାଣିଙ୍କର ଏକ ବିପିଜିୱାଇ(ବିଜୁ ପକ୍କା ଆବାସ) ଯୋଜନାରେ ଏକ ଘର କରିବା ପାଇଁ ସେ ହିତାଧିକାରୀ ଭାବେ ଚୟନ ହୋଇଥିଲେ। ଘର କାମର ଶେଷ ରିପୋର୍ଟ ଦାଖଲ ପାଇଁ ଗ୍ରାମ୍ୟ ରୋଜଗାର ସେବକ ହେମନ୍ତ କୁମାର ପଢ଼ିଆରୀ ତାଙ୍କୁ 10 ହଜାର ଟଙ୍କା ଲାଞ୍ଚ ମାଗିଥିଲେ।

ଏନେଇ ପୂର୍ଣ୍ଣଚନ୍ଦ୍ର ବାଲେଶ୍ଵର ଭିଜିଲାନ୍ସ ବିଭାଗର ଅଭିଯୋଗ କରିଥିଲେ। ଆଜି(ଗୁରୁବାର) ପୂର୍ବ କଥାବାର୍ତ୍ତା ମୁତାବକ ଗ୍ରାମ୍ୟ ରୋଜଗାର ସେବକ ପୂର୍ଣଚନ୍ଦ୍ରଙ୍କ ଠାରୁ 10 ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ, ଭିଜିଲାନ୍ସ ଟିମ ଚଢ଼ାଉ କରିଥିଲା। ଗ୍ରାମ୍ୟ ରୋଜଗାର ସେବକ ହେମନ୍ତ ପଢ଼ିଆରୀଙ୍କୁ ଭିଜିଲାନ୍ସ ନିଜ ହେପାଜତକୁ ନେଇ ଏକ ମାମଲା ରୁଜୁ କରିଥିବା ଜଣାପଡ଼ିଛି।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.