ETV Bharat / state

Durga PUja Special: ନବରାତ୍ରୀରେ ଚଳଚଞ୍ଚଳ ବାଲେଶ୍ବର, ମା' ବନଦୁର୍ଗାଙ୍କ ପୀଠରେ ସ୍ୱତନ୍ତ୍ର ନୀତିକାନ୍ତି - ଶାରଦୀୟ ଦୁର୍ଗାପୂଜାରେ ସ୍ବତନ୍ତ୍ର ପୂଜାର୍ଚ୍ଚନା

ବାଲେଶ୍ବରର ମଇତାପୁରରେ ଥିବା ମା' ବନଦୁର୍ଗାଙ୍କ ମନ୍ଦିରରେ ଭକ୍ତ ଗହଳି ଦେଖିବାକୁ ମିଳୁଛି । ଏହି ପୀଠର ମହିମା ଅନେକ ଥିବାବେଳେ ଭକ୍ତଙ୍କ ସମସ୍ତ ମନୋସ୍କାମନା ପୂରଣ ହେବା ନେଇ ବିଶ୍ବାସ ରହିଛି । ଅଧିକ ପଢ଼ନ୍ତୁ

durga puja rituals
ବନଦୁର୍ଗା ପୀଠରେ ନବରାତ୍ର ପୂଜା
author img

By ETV Bharat Odisha Team

Published : Oct 15, 2023, 6:38 AM IST

Updated : Oct 15, 2023, 12:20 PM IST

ବନଦୁର୍ଗା ପୀଠରେ ନବରାତ୍ର ପୂଜା

ବାଲେଶ୍ବର: ନବରାତ୍ର ପୂଜା ପାଇଁ ଚଳଚଞ୍ଚଳ ଶକ୍ତିପୀଠ । ପ୍ରତିଦିନ ମା'ଙ୍କ ବେଶ ଦର୍ଶନ ପାଇଁ ପୀଠରେ ଭକ୍ତଙ୍କ ଗହଳି ଦେଖିବାକୁ ମିଳୁଛି । ସେହିପରି ବାଲେଶ୍ଵର ଜିଲ୍ଲା ସିମୁଳିଆ ବ୍ଲକ ମଇତାପୁର ଅଞ୍ଚଳରେ ଥିବା ମା' ବନଦୁର୍ଗାଙ୍କ ମନ୍ଦିରରେ ଭକ୍ତ ଗହଳି ଦେଖିବାକୁ ମିଳୁଛି । ମା'ଙ୍କ 9ଟି ବେଶ ଦର୍ଶନ କରିବା ପାଇଁ ଭକ୍ତମାନେ ଧାଇଁ ଆସୁଛନ୍ତି ପୀଠକୁ । ଏହି ପୀଠର ଅନେକ ମାହାତ୍ମ୍ୟ ଥିବାବେଳେ ଏଠାକୁ ଆସୁଥିବା ଶ୍ରଦ୍ଧାଳୁଙ୍କ ମନୋସ୍କାମନା ପୂରଣ ହୁଏ ବୋଲି ବିଶ୍ବାସ ରହିଛି । ବ୍ରତ ଉପବାସ କରି ଭକ୍ତି ନୈବେଦ୍ୟ ଅର୍ପଣ କରୁଛନ୍ତି ଭକ୍ତ।

ଲୋକକଥା ଅନୁସାରେ, ମଇତାପୁର ଅଞ୍ଚଳରେ ଥିବା ରମାକାନ୍ତ ଓଝାଙ୍କ ବାଡ଼ିରେ ମା' ବନଦୁର୍ଗା ରହିଥିବା ସ୍ୱପ୍ନାଦେଶ ହୋଇଥିଲା । ଏନେଇ ମନ୍ଦିର ପ୍ରତିଷ୍ଠାତା ରମାକାନ୍ତ ଓଝା କହିଛନ୍ତି, "ସ୍ୱପ୍ନାଦେଶ ଅନୁସାରେ ବାଡ଼ି ପଟେ ଖୋଳାଖୋଳି କରିବା ପରେ ସେଠାରୁ ମା' ବନଦୁର୍ଗାଙ୍କ ଏକ ଛୋଟ ମୂର୍ତ୍ତି ବାହାରିଥିଲା। ସେହିଦିନଠାରୁ ପ୍ରାୟ 45 ବର୍ଷ ଧରି ମା' ବନଦୁର୍ଗାଙ୍କ ପୂଜାର୍ଚ୍ଚନା କରାଯାଇଆସୁଛି । ମା'ଙ୍କ ପୂଜାର୍ଚ୍ଚନା କରିବା ପାଇଁ ଜଣେ ପୂଜକ ନିୟୋଜିତ ହୋଇଥିବାବେଳେ ଖିଚିଂରୁ କାରିଗର ଡକାଇ ମା'ଙ୍କ ଏକ ବଡ଼ ମୂର୍ତ୍ତି ନିର୍ମାଣ କରାଯାଇଛି ।" ଧୀରେଧୀରେ ଲୋକଙ୍କ ସହଯୋଗ ଓ ରମାକାନ୍ତଙ୍କ ଉଦ୍ୟମ ଫଳରେ ମା'ଙ୍କ ପାଇଁ ଏକ ମନ୍ଦିର ନିର୍ମାଣ ହୋଇପାରିଛି । ମନ୍ଦିରରେ ପୂଜକ ମା'ଙ୍କ ନିକଟରେ ବାଲ୍ୟଭୋଗ ଅର୍ପଣ କରି ପୂଜାର୍ଚ୍ଚନା କରୁଥିବାବେଳେ ବହୁ ଦୂରଦୁରାନ୍ତରୁ ଭକ୍ତଙ୍କ ସୁଅ ଛୁଟୁଛି ।

ଏହା ବି ପଢନ୍ତୁ...Durga Puja Special: ଶ୍ରୀକ୍ଷେତ୍ରରେ ଷୋଡଶ ଦିନାତ୍ମକ ପୂଜା, ଚଳଚଞ୍ଚଳ ପୁରୀ

ଦୁର୍ଗାପୂଜା ଆସିଲେ ଏହି ପୀଠରେ ବେଶ ଧୁମଧାମରେ ପୂଜା କରାଯାଇଥାଏ । ବର୍ଷରେ ଦୁଇଥର ଦୁର୍ଗାପୂଜା ଅନୁଷ୍ଠିତ ହୋଇଥାଏ । ଗୋଟିଏ ବାସନ୍ତିକ ଦୁର୍ଗାପୂଜା ହୋଇଥିବାବେଳେ ଅନ୍ୟଟି ହେଉଛି ଶାରଦୀୟ ଦୁର୍ଗାପୂଜା । ବାସନ୍ତିକ ଦୁର୍ଗାପୂଜାରେ ମା'ଙ୍କ ନିକଟରେ କେବଳ ଚଣ୍ଡୀପାଠ କରାଯାଉଥିବାବେଳେ ଶାରଦୀୟ ଦୁର୍ଗାପୂଜାରେ 2012 ମସିହାଠାରୁ ନବରାତ୍ର ପୂଜା କରାଯାଇଆସୁଛି । ନବରାତ୍ର ପୂଜାର ବିଶେଷତ୍ଵ ହେଉଛି ମା'ଦୁର୍ଗା ନବକନ୍ୟା ରୂପରେ ଅବତୀର୍ଣ୍ଣ ହୋଇଥିଲେ । ଶୈଳପୁତ୍ରୀ, ବ୍ରହ୍ମଚାରିଣୀ, ଚନ୍ଦ୍ର ଘଣ୍ଟି, ସ୍କନ୍ଧମାତା, କାଳରାତ୍ରି, କୁସପାଣ୍ଡା, ମହାଗ୍ୟରୀ, କାର୍ତାୟନୀ ଓ ସିଦ୍ଧିଦାତ୍ରୀ ଭଳି ୯ଟି ରୂପେ ମା' ପୂଜା ପାଆନ୍ତି । ଏଥିରେ ନବକନ୍ୟା ରୂପରେ ୩ ବର୍ଷରୁ ୧୨ ବର୍ଷର ଝିଅମାନଙ୍କୁ ପୂଜା କରାଯିବାର ବିଧି ରହିଛି ।

ସିନ୍ଦୂର, ଉପଚାର କୁକୁମ, ବସ୍ତ୍ର ଏବଂ ଅଗୁରୁ, ନୈବେଦ୍ୟ, ଧୂପ, ଦୀପ ଆଦି ଅର୍ପଣ କରାଯାଇ ନବକନ୍ୟାଙ୍କୁ ପୂଜା କରାଯାଇଥାଏ। ମହାସପ୍ତମୀରୁ ଆରମ୍ଭ କରି ଦଶମୀ ପର୍ଯ୍ୟନ୍ତ ପୀଠରେ ବେଶ ଜାକଜମକରେ ପାଳନ କରାଯାଇଥାଏ । ଏହି ବନଦୁର୍ଗା ପୀଠରେ ପ୍ରତିଦିନ ଚଣ୍ଡୀପାଠ, ହୋମଯଜ୍ଞର ଆୟୋଜନ କରାଯାଇଥାଏ। ଏହାସହ ଭକ୍ତଙ୍କ ପାଇଁ ପ୍ରତିଦିନ ପ୍ରସାଦ ବ୍ୟବସ୍ଥା କରାଯାଇଥାଏ । ଏହି ପୀଠର ମହିମା ଅନେକ ଥିବାବେଳେ ରୋଗବ୍ୟାଧି କିମ୍ବା ଅନ୍ୟ କୌଣସି ସମସ୍ୟା ହେଲେ ମା'ଙ୍କ ଶରଣାପନ୍ନ ହୋଇଥାନ୍ତି ଭକ୍ତ ।

ଇଟିଭି ଭାରତ, ବାଲେଶ୍ବର

Last Updated : Oct 15, 2023, 12:20 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.