ETV Bharat / state

କେନ୍ଦ୍ରୀୟ ଯୋଜନା ସମ୍ପର୍କରେ ଅବଗତ କରାଇଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ - କେନ୍ଦ୍ରୀୟ ଯୋଜନା ସମ୍ପର୍କରେ ଲୋକଙ୍କୁ ଅବଗତ କରାଇଲେ କେନ୍ଦ୍ରମନ୍ତ୍ରୀ

କୋରୋନା ବିରୋଧରେ କେନ୍ଦ୍ର ସରକାର ଲଢେଇ ଜାରି ରଖିଥିବା ବେଳେ କୋରୋନା ଆତ୍ମନିର୍ଭର ହେବାର ପ୍ରେରଣା ଯୋଗାଇଛି ବୋଲି କେନ୍ଦ୍ରମନ୍ତ୍ରୀ ପ୍ରକାଶ କରିଛନ୍ତି।

କେନ୍ଦ୍ରୀୟ ଯୋଜନା ସମ୍ପର୍କରେ ଲୋକଙ୍କୁ ଅବଗତ କରାଇଲେ  କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ

author img

By

Published : Aug 23, 2020, 7:56 PM IST

Updated : Aug 23, 2020, 10:04 PM IST

ବାଲେଶ୍ବର : କେନ୍ଦ୍ର ସରକାରଙ୍କ ଯୋଜନା ଓ ତାର ସଫଳ ରୂପାୟନ ବିଷୟରେ ଲୋକଙ୍କୁ ଅବଗତ କରାଇଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ । ବାଲେଶ୍ବରର ଏକ ଘରୋଇ ହୋଟେଲରେ ସାମ୍ବାଦିକ ସମ୍ମିଳନୀ କରି ସେ ଏହି ସୂଚନା ଦେଇଛନ୍ତି। କୋରୋନା ବିରୋଧରେ କେନ୍ଦ୍ର ସରକାର ଲଢେଇ ଜାରି ରଖିଥିବା ବେଳେ କୋରୋନା ଆତ୍ମନିର୍ଭର ହେବାର ପ୍ରେରଣା ଯୋଗାଇଛି ବୋଲି କେନ୍ଦ୍ରମନ୍ତ୍ରୀ ପ୍ରକାଶ କରିଛନ୍ତି।

କେନ୍ଦ୍ରୀୟ ଯୋଜନା ସମ୍ପର୍କରେ ଲୋକଙ୍କୁ ଅବଗତ କରାଇଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ

ଏନେଇ ପ୍ରତାପ ଷଡଙ୍ଗୀ କହିଛନ୍ତି, ପ୍ରଧାନମନ୍ତ୍ରୀ ଅର୍ଥନୀତିର ବୃଦ୍ଧି ପାଇଁ 20ଲକ୍ଷ କୋଟିର ପ୍ୟାକେଜ ଘୋଷଣା କରିଛନ୍ତି । କେନ୍ଦ୍ର ସରକାରଙ୍କ ପ୍ରତିଟି ଯୋଜନାରେ ଦେଶର ସମସ୍ତ ଶ୍ରେଣୀ ଓ ବର୍ଗ ଲୋକ ଉପକୃତ ହୋଇ ପାରିବେ । ସେହିପରି ମହୁ କ୍ଲଷ୍ଟର ମାଧ୍ୟମରେ 2000 ମହୁଚାଷୀ ବାଲେଶ୍ଵର ଜିଲ୍ଲାରେ ଲାଭ ପାଇବେ। ବାଲେଶ୍ବରରେ ଏକ ବୃହତ୍ତ ମାଛ ମାର୍କେଟ ହେବା ପାଇଁ ପ୍ରସ୍ତାବ ରହିଛି । ସେଥିପାଇଁ 50 କୋଟି ଟଙ୍କା ବ୍ୟୟ ହେବ ବୋଲି କୁହାଯାଇଥିବା କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

ଏହାସହ କେନ୍ଦ୍ର ମନ୍ତ୍ରୀ ନିଜସ୍ଵ ଉଦ୍ୟମରେ 15 ଟି ଗ୍ରାମକୁ ବିବେକା ନନ୍ଦ ଆଦର୍ଶ ଗ୍ରାମରେ ପରିଣତ କରାଯିବ ବୋଲି ସୂଚନା ଦେଇଛନ୍ତି । ବାଲେଶ୍ଵରର 8 ଟି ଛୋଟବଡ଼ ଡାକ୍ତରଖାନାରେ ୱାଟର ଏଟିଏମ୍ ଲଗାଯିବ। ଏହାସହ ଗୋଟିଏ ଭ୍ରାମ୍ୟମାଣ ଆମ୍ବୁଲାନ୍ସ ଓ ଗୋଟିଏ ମୃତଦେହବୁହା ଗାଡି ପ୍ରଦାନ କରାଯିବ ବୋଲି କେନ୍ଦ୍ରମନ୍ତ୍ରୀ ପ୍ରତାପ ସଡଙ୍ଗୀ କହିଛନ୍ତି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Last Updated : Aug 23, 2020, 10:04 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.