ETV Bharat / state

ବେସାହାରା ଭାଇଭଉଣୀଙ୍କ ଦୁଃଖ ବୁଝିଲେ କେନ୍ଦ୍ରମନ୍ତ୍ରୀ

author img

By

Published : Jun 19, 2021, 10:46 PM IST

ବାଲେଶ୍ବର ଭୋଗରାଇ ଅଞ୍ଚଳରେ ପିତାମାତାଙ୍କ ବିୟୋଗରେ ଅନାଥ ଭାଇଭଉଣୀଙ୍କ ସହାୟତା ଯୋଗାଇଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ । ଅଧିକ ପଢନ୍ତୁ...

ଭୋଗରାଇର ଅନାଥ ଭାଇଭଉଣୀଙ୍କ ଦୁଃଖ ବୁଝିଲା ପ୍ରଶାସନ ଓ କେନ୍ଦ୍ରମନ୍ତ୍ରୀ

ବାଲେଶ୍ବର: ଜିଲ୍ଲାର ଭୋଗରାଇ ନିମାତପୁର ଗାଁର ଝିଅ କ୍ରିଷ୍ଣା ଓ ଦେଢ଼ମାସର ଶିଶୁପୁତ୍ରଙ୍କ ପିତାମାତାଙ୍କ କୋରୋନାରେ ମୃତ୍ୟୁ ଘଟିଥିଲା । ଫଳରେ ଦୁହେଁ ପାତାମାତାଙ୍କୁ ହରାଇ ବେସାହାରା ହୋଇଯାଇଛନ୍ତି । ଏହି ଅସହାୟ ପିଲାଙ୍କୁ ସାହାଯ୍ୟ କରିବା ପାଇଁ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ଓ ସ୍ଥାନୀୟ ପ୍ରଶାସନ ପ୍ରୟାସ କରିଛନ୍ତି ।

କମଲେଶ ପଣ୍ଡା ଓ ତାଙ୍କ ସ୍ତ୍ରୀ କୋରୋନାରେ ଆରପାରିକୁ ଚାଲିଯିବା ପରେ 7 ବର୍ଷର ଝିଅ କ୍ରିଷ୍ଣା ନିଜର ଦେଢ଼ ମାସର ଭାଇକୁ ନେଇ ଅସହାୟ ହୋଇ ପଡ଼ିଥିଲା। ସେମାନଙ୍କ ଦୁଃଖରେ ସହଭାଗୀ ହୋଇଛନ୍ତି ବିଭିନ୍ନ ସାମାଜିକ ଅନୁଷ୍ଠାନ ସମେତ ସେମାନଙ୍କ ନିକଟରେ ପହଞ୍ଚିଛି ପ୍ରଶାସନ ଓ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ । ଭୋଗରାଇ ତହସିଲଦାର ଓ ବିଡ଼ିଓ କ୍ରିଷ୍ଣା ପାଖରେ ପହଞ୍ଚି ତାର ଦୁଃଖ ହରିବା ପାଇଁ ପ୍ରୟାସ କରାଯାଇଛି । ଅଗ୍ରୀମ 3 ମାସର ଭତ୍ତା ଦେବାସହ ସେମାନଙ୍କ ଦାୟିତ୍ବ ପ୍ରଶାସନ ବହନ କରିବା ପାଇଁ ପ୍ରତିଶ୍ରୁତି ଦିଆଯାଇଛି।

ସେହିପରି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ମଧ୍ୟ କ୍ରିଷ୍ଣା ପାଖରେ ପହଞ୍ଚି ଉଭୟ ଭାଇ ଭଉଣୀଙ୍କ ନାଁରେ 10 ଲକ୍ଷ ଲେଖାଏଁ ଫିକ୍ସ ଡିପୋଜିଟ ସହ ସମସ୍ତ ପଢ଼ା ଖର୍ଚ୍ଚ ଉଠାଇବାର ପ୍ରତିଶୃତି ଦେଇଛନ୍ତି । ତେବେ ଅସହାୟ ପିଲା ଦୁଇଙ୍କ ପାଇଁ ଏମିତି ଆହୁରି ସହାୟତାର ହାତ ବଢ଼ାଇବା ପାଇଁ ଅନୁରୋଧ କରାଯାଇଛି।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.