ETV Bharat / state

କେନ୍ଦ୍ର ସରକାରଙ୍କ ଘରୋଇକରଣକୁ ବିରୋଧ

author img

By

Published : Jul 23, 2021, 6:14 PM IST

Updated : Jul 23, 2021, 6:53 PM IST

କେନ୍ଦ୍ର ସରକାରର ଘରୋଇକରଣକୁ ବିରୋଧ । କେନ୍ଦ୍ରରେ ମୋଦି ସରକାରଙ୍କ ଘରୋଇକରଣ ଓ ପୁଞ୍ଜିପତି ତୋଷଣନୀତିକୁ ଦୃଢ଼ ବିରୋଧ କରାଯାଇଛି । ଅଧିକ ପଢନ୍ତୁ...

କେନ୍ଦ୍ର ସରକାରର ଘରୋଇକରଣକୁ ବିରୋଧ
କେନ୍ଦ୍ର ସରକାରର ଘରୋଇକରଣକୁ ବିରୋଧ

ବାଲେଶ୍ବର: କେନ୍ଦ୍ର ସରକାରଙ୍କ ଘରୋଇକରଣକୁ ବିରୋଧ । ବାଲେଶ୍ବରରେ ବିଭିନ୍ନ କେନ୍ଦ୍ରୀୟ ସଂଗଠନ ପକ୍ଷରୁ ଏହାକୁ ଜୋରଦାର ବିରୋଧ କରାଯାଇଛି । କେନ୍ଦ୍ରରେ ମୋଦି ସରକାରଙ୍କ ଘରୋଇକରଣ ଓ ପୁଞ୍ଜିପତି ତୋଷଣନୀତିକୁ ଦୃଢ଼ ବିରୋଧ କରାଯାଇଛି ।

ବାଲେଶ୍ବରରେ ବିଭିନ୍ନ କେନ୍ଦ୍ରୀୟ ଶ୍ରମିକ ସଂଗଠନମାନଙ୍କ ମିଳିତ ମଞ୍ଚ ପକ୍ଷରୁ ବିଚାରଗଞ୍ଜ ଛକରୁ ଏକ ଶୋଭାତ୍ରାରେ ସହର ପରିକ୍ରମା କରି ଜିଲ୍ଲାପାଳଙ୍କ ଦପ୍ତର ସମ୍ମୁଖରେ ପହଞ୍ଚିଥିଲା । ପ୍ରତିରକ୍ଷା ବିଭାଗର ଗୋଳାବାରୁଦ କାରଖାନାଗୁଡ଼ିକୁ ଦେଶୀ, ବିଦେଶୀ ଶିଳ୍ପପତିଙ୍କୁ କେନ୍ଦ୍ର ସରକାର ବିକ୍ରି କରିବା ନିଷ୍ପତ୍ତିକୁ ବିରୋଧ କରାଯାଇଛି ।

ପ୍ରତିରକ୍ଷା ବିଭାଗର ସିଭିଲ୍ କର୍ମଚାରୀମାନଙ୍କ ଗଣତାନ୍ତ୍ରିକ ଅଧିକାର ଉପରେ ଗତ ଜୁନ୍‌ ୩୦ ତାରିଖର ଅଧ୍ୟାଦେଶ ବାତିଲ ପାଇଁ ଦାବି ହୋଇଥିଲା। ପ୍ରତିରକ୍ଷାରେ ଘରୋଇକରଣ ବ୍ୟବସ୍ଥା ଦେଶର ସାର୍ବଭୌମତ୍ଵ ପ୍ରତି ବିପଦ ସୃଷ୍ଟି କରିବ ବୋଲି ମତ ପ୍ରକାଶ ପାଇଛି ।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

Last Updated : Jul 23, 2021, 6:53 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.