ETV Bharat / state

ଆକ୍ସନ ମୋଡରେ ବାଲେଶ୍ୱର ପୋଲିସ, ଚୋରି ଅଭିଯୋଗରେ 2 ଗିରଫ - ବାଲେଶ୍ବର ପୋଲିସ ନଜରରେ ଛିନତାଇ ଗ୍ୟାଙ୍ଗ

ବାଲେଶ୍ବର ପୋଲିସ ନଜରରେ ଛିନତାଇ ଗ୍ୟାଙ୍ଗ । ଚୋରି ଅଭିଯୋଗରେ 2 ଗିରଫ । ଅଧିକ ପଢନ୍ତୁ

two robbers arrested by balasore police
two robbers arrested by balasore police
author img

By

Published : Feb 27, 2023, 1:26 PM IST

two robbers arrested by balasore police

ବାଲେଶ୍ବର: ଆକ୍ସନ ମୋଡରେ ବାଲେଶ୍ବର ପୋଲିସ । ପ୍ରଥମେ ବ୍ରାଉନସୁଗର ଓ ପରେ ବାଲି ମାଫିଆଙ୍କ ପରେ ଏବେ ଛିନତାଇ ଗ୍ୟାଙ୍ଗ ଉପରେ ପୋଲିସର ନଜର । ଥାନାରେ ଛିନତାଇ ଅଭିଯୋଗ ପରେ ବିଭିନ୍ନ ସ୍ଥାନରେ ଚଢାଉ କରି 2ଜଣଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ନଗଦ ଟଙ୍କା ଜବତ କରିଛି ପୋଲିସ ।

ବାଲେଶ୍ୱର ସହଦେଵଖୁଣ୍ଟା ଆଦର୍ଶ ଥାନା ଅଞ୍ଚଳରେ ଗତ କିଛିଦିନ ହେଲା ଛିନତାଇ ହେଉଥିବା ଅଭିଯୋଗ ହୋଇ ଆସୁଥିଲା । ବିଶେଷ କରି ବ୍ୟାଙ୍କରୁ ଟଙ୍କା ଉଠାଇ ଫେରୁଥିବା ବ୍ୟକ୍ତିଙ୍କୁ ଫଲୋ କରିବା ପରେ ସାମାନ୍ୟ ଅସାବଧାନତାକୁ ଲକ୍ଷ୍ୟ କରି ତାଙ୍କ ଠାରୁ ଟଙ୍କା ବ୍ୟାଗ ଛଡାଇ ନେଇଥାନ୍ତି ଛିନତାଇ ଗ୍ୟାଙ୍ଗ । ଏହାପରେ ଏକ ବାଇକରେ ଘଟଣାସ୍ଥଳରୁ ଟଙ୍କା ବ୍ୟାଗ ନେଇ ଚମ୍ପଟ ମାରିଥାନ୍ତି ।

ସହଦେଵଖୁଣ୍ଟା ଥାନା ଅଞ୍ଚଳରେ ଏନେଇ ଦୁଇଟି ମାମଲା ଓ ବାଲିଆପାଳ ଥାନା ଅଞ୍ଚଳରେ ଦୁଇଟି ମାମଲା ରୁଜୁ କରାଯାଇଥିଲା । ପୋଲିସ ଏହି ଘଟଣାକୁ ଗୁରୁତର ସହ ନେଇ ତଦନ୍ତ କରିବା ପରେ ଗଞ୍ଜାମ ଜିଲ୍ଲାର ଦୁଇଜଣ ଯୁବକଙ୍କୁ ଗିରଫ କରିବା ସହ ସେମାନେ ଲୁଟ କରିଥିବା 1 ଲକ୍ଷ 88 ହଜାର ଟଙ୍କା ଜବତ କରିଛି ପୋଲିସ । ଏହାସହ ସେମାନଙ୍କ ନିକଟରୁ ଏକ ବାଇକ ଓ ମୋବାଇଲ ମଧ୍ୟ ଜବତ କରାଯାଇଛି । ଗିରଫ ଦୁଇ ଯୁବକଙ୍କ ନାମରେ ଭଦ୍ରକ ଓ ବାସୁଦେବପୁର ଅଞ୍ଚଳର ବିଭିନ୍ନ ଥାନାରେ ଅନେକ ମାମଲା ରହିଥିବା ଜଣାପଡ଼ିଛି। ଏନେଇ ବାଲେଶ୍ୱର ଏସପି ସାଗରିକା ନାଥ ସାଧାରଣ ସୂଚନା ଦେବା ସହ ଲୋକମାନଙ୍କୁ ସଚେତନ ରହିବା ପାଇଁ କହିଛନ୍ତି ।

ସାଗରିକା ନାଥ କହିଛନ୍ତି ଯେ, ଯଦି କୌଣସି ବ୍ୟକ୍ତି ମୋଟା ଅଙ୍କର ଟଙ୍କା ବ୍ୟାଙ୍କରୁ ଉଠାଉଛନ୍ତି ତେବେ ସେମାନେ ସିଧା ଘରକୁ ଯାଆନ୍ତୁ। ରାସ୍ତାରେ କୌଣସି ସ୍ଥାନରେ ଅଟକି ଅନ୍ୟ କିଛି କାମ କଲେ ହୁଏତ ସେମାନଙ୍କୁ କେହି ଅପରାଧୀ ଅନୁସରଣ କରି ଟଙ୍କା ଲୁଟ କରିବାରେ ସକ୍ଷମ ହେବେ । ସେଥିପାଇଁ ସାଧାରଣ ଲୋକ ନିଜ ଟଙ୍କା ସୁରକ୍ଷା ପ୍ରତି ଯତ୍ନବାନ ହେବାର ଆଵଶ୍ୟକତା ଅଛି ବୋଲି ଏସପି କହିଛନ୍ତି ।''

ବାଲେଶ୍ଵରରେ ନୂଆ ଏସପି ଭାବରେ ସାଗରିକା ନାଥ ଯୋଗଦେବା ପରେ ପ୍ରଥମେ ବ୍ରାଉନସୁଗର ବେପାରୀଙ୍କୁ ଧରିବା ପରେ ଏହି କାରବାର ଉପରେ ରୋକ ଲଗାଇବା ପାଇଁ ପଦକ୍ଷେପ ନେଇଥିଲେ । ଏଥିପାଇଁ ସେ ଡ଼ିଏସପି ଓ କିଛି ଅଫିସରଙ୍କୁ ନେଇ ଏକ ଟିମ ଗଠନ କରି ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢ଼ାଉ କରି ବ୍ରାଉନସୁଗର ଜବତ କରିବା ସହ ବେପାରୀଙ୍କୁ ମଧ୍ୟ ଗିରଫ କରିଥିଲେ । ସେହିପରି ବାଲେଶ୍ଵର ଉପଜିଲ୍ଲାପାଳ ବେଆଇନ ବାଲି ଉତ୍ତୋଳନ ରୋକିବା ପାଇଁ ଯାଇଥିବା ବେଳେ ତାଙ୍କୁ ବାଲି ମାଫିଆ ମାନେ ଆକ୍ରମଣ କରିଥିଲେ । ଏହାପରେ ବାଲେଶ୍ଵର ପୋଲିସ ଆରମ୍ଭ କରିଥିଲା ଅପରେସନ ସ୍ୟାଣ୍ଡ ଷ୍ଟ୍ରମ । ଏହି ଅପରେସନ ମାଧ୍ୟମରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ହେଉଥିବା ବେଆଇନ ବାଲି ଚାଲାଣ ରୋକିବା ସହ ଟ୍ରକ ଟ୍ରାକ୍ଟର ଜବତ କରାଯାଉଛି । ସେହିପରି ବେଆଇନ ଇଟାଭାଟି ମଧ୍ୟ ପ୍ରଶାସନ ପକ୍ଷରୁ ଭାଙ୍ଗି ଦିଆଯାଇଛି ।

ଇଟିଭି ଭାରତ,ବାଲେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.