ETV Bharat / state

ବିଦ୍ୟୁତ ଆଘାତରେ ଚାଲିଗଲା 2ଜୀବନ

ବିଦ୍ୟୁତ ଆଘାତରେ 2 ମୃତ । ବାଲେଶ୍ବର ଜିଲ୍ଲା ବାଲିଆପାଳ ଅଞ୍ଚଳରୁ ଆସିଛି ଏମିତି ଦୁଖଦ ଖବର ।

author img

By

Published : May 10, 2019, 12:16 PM IST

ଫଟୋ ସୌଜନ୍ୟ-ସମ୍ବାଦଦାତା ବାଲେଶ୍ବର

ବାଲେଶ୍ବର: ବିଦ୍ୟୁତ ଆଘାତରେ 2 ମୃତ । ବାଲେଶ୍ବର ଜିଲ୍ଲା ବାଲିଆପାଳ ଅଞ୍ଚଳରୁ ଆସିଛି ଏମିତି ଦୁଖଦ ଖବର । ସ୍ଥାନୀୟ ଡଗରା ପଞ୍ଚାୟତର କୁଲାଚଢ ଗ୍ରାମର ମହେଶ୍ବରୀ କୁଲ୍ଲାରୀ ବିଦ୍ୟୁତ ଆଘାତର ଶୀକାର ହୋଇଥିଲେ । ସେ ପାଣି ପାଇଁ ଘରେ ଥିବା ମଟର ସୁଇଚ ବନ୍ଦ କରିବାକୁ ଯାଇ, ବିଦ୍ୟୁତ ସଂଶ୍ପର୍ଷରେ ଆସିଯାଇଥିଲେ ।

ସେହିପରି ବେତଗଡିଆ ପଞ୍ଚାୟତର ନାରାୟଣପୁର ଗାଁ ରେ ମଧ୍ୟ ଘଟିଛି ସମାନ ଅଘଟଣ । ଗ୍ରାମର ରବିନ୍ଦ୍ର ଗିରି ନାମକ ବ୍ୟକ୍ତି ବିଲକୁ ଯାଇଥିଲେ । 11kv ବିଦ୍ୟୁତ ତାର ଝୁଲନ୍ତା ଅବସ୍ଥାରେ ରହିଥିଲା । ସେ ଜାଣିନପାରି ବିଦ୍ୟୁତ ଆଘାତର ଶୀକାର ହୋଇଥିଲେ ।

ଭିଡିଓ ସୌଜନ୍ୟ-ସମ୍ବାଦଦାତା, ବାଲେଶ୍ବର

ଉଭୟଙ୍କୁ ବାଲିଆପାଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା । କିନ୍ତୁ ଡାକ୍ତର ଉଭୟଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ । ବାଲିଆପାଳ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଛି ଏବଂ ଏ ଘଟଣାର ତଦନ୍ତ ଜାରିରଖିଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

କଟକ: ଫନି ପାଇଁ ମହନଦୀ ସାଜିଲା ଗଙ୍ଗା ନଦୀ । ପ୍ରତିଦିନ ବୁଡ଼ ପାକାଉଛନ୍ତି ହଜାର ହଜାର ଲୋକେ । କାରଣ ଫନି ଯୋଗୁ ସହର ରେ ଉପୁଜିଛି ଜଳ ସମସ୍ୟା । ଜହାକୁ ନେଇ ସହର ରେ ଦେଖା ଦେଇଛି ନାହିଁ ନଥିବା ଅସୁବିଧା । ଗାଧୋଇବା ବ ତ ଦୂରର କଥା ପିଇବା ପାଇଁ ମଧ୍ୟ ପାଣି ର ସଠିକ ଵ୍ୟଵସ୍ଥା ହୋଇପାରିନି ସିଲଭରସିଟି ରେ । ଯାହାକୁ ନେଇ ଅସନ୍ତୋଷ ଜାହିର କରିଛନ୍ତି ସାଧାରଣ ଜନତା ।

ଯଦି ବାତ୍ୟା ଗଲାଣି ତେବେ କଣ ପାଇଁ ପମ୍ପ ହାଉସ ରେ  ଜେନେରେଟର ମୁତୟନ କରାଯାଉ ନାହିଁ । କଣ ପାଇଁ କେବଳ  ପାଣି ଟ୍ୟାଙ୍କର ଵ୍ୟଵସ୍ଥା ଉପରେ ଗୁରୁତ୍ୱ ଦେଉଛି ଜିଲା ପ୍ରଶାସନ । ଜୀବନ ବଞ୍ଚିବା ପାଇଁ ପ୍ରଥମେ ଜଳ ର ଆବଶ୍ୟକତା ରହିଛି । ଯଦି ଜଳ ନ ମିଳିବ ତେବେ ସହର ବାସୀ ଙ୍କ କଥା ନକହିବା ଭଲ ବୋଲି କହିଛନ୍ତି ସାଧାରଣଜନତା ।

ବାଇଟ: ଜନତା 

Byte visual on mojo plz check 
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.