ETV Bharat / state

ବାଲେଶ୍ବରେ ଲଜ୍ଜା, ନିଶା ଦେଇ ଦୁଇ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ

ସ୍କୁଲ ରାସ୍ତାରୁ ଟେକି ନେଇ ଦୁଇ ନାବାଳିକାଙ୍କୁ ହୋଟେଲରେ ଦୁଷ୍କର୍ମ କଲେ ଦୁଇ ଯୁବକ । ଥାନାରେ ଅଭିଯୋଗ ପରେ ପୋଲିସର ତନାଘନା । ଅଧିକ ପଢନ୍ତୁ

author img

By

Published : Jan 20, 2023, 10:08 AM IST

Etv Bharat
Etv Bharat

ବାଲେଶ୍ବର: ସୋର ଅଞ୍ଚଳରେ ଲଜ୍ଜା ଜନକ ଘଟଣା । ସ୍କୁଲରୁ ଫେରୁଥିବା ସମୟରେ ଦୁଇ ନାବାଳିକାଙ୍କୁ ଅପହରଣ ପରେ ଦୁଷ୍କର୍ମ ହୋଇଥିବା ଅଭିଯୋଗ । ଦୁଇ ଜଣ ଯୁବକ ଏକ ହୋଟେଲରେ ଦୁଇ ନାବାଳିକାଙ୍କୁ ଦୁଇ ଦିନ ଧରି ଦୁଷ୍କର୍ମ କରିଥିବା ଥାନାରେ ଅଭିଯୋଗ ହୋଇଛି । ଦୁଇ ଛାତ୍ରୀ ଦଶମ ଶ୍ରେଣୀରେ ପାଠ ପଢନ୍ତି । ଗତ ମଙ୍ଗଳବାର ଦିନ ଏପରି ଘଟଣା ଘଟିଥିବା ଜଣାପଡିଛି ।

ମିଳିଥିବା ସୂଚନା ଅନୁଯାୟୀ, ଗତ ମଙ୍ଗଳବାର ଦିନ ସ୍କୁଲ ଯିବା ସମୟରେ ଦୁଇଜଣ ଛାତ୍ରୀଙ୍କୁ ଏକ ବୋଲେରୋରେ ଅପହରଣ କରାଯାଇଥିଲା । ସେପଟେ ଦୁଇ ନାବାଳିକା ସ୍କୁଲରୁ ଘରକୁ ନଫେରିବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ । କିନ୍ତୁ ଉଭୟଙ୍କ କୌଣସି ପତ୍ତା ନମିଳିବାରୁ ଶେଷରେ ଥାନାର ଦ୍ୱାରସ୍ଥ ହୋଇଥିଲେ ପରିବାର ଲୋକେ ।

ତେବେ ଅପହରଣ ହେବାର ଦୁଇ ଦୁଇଦିନ ପରେ ଦୁଇ ଛାତ୍ରୀ ଘରକୁ ଫେରିଥିଲେ । ସେମାନଙ୍କ ଦେହର ବିଭିନ୍ନ ସ୍ଥାନରେ କ୍ଷତ ବିକ୍ଷତ ହୋଇଥିବା ଦେଖିବାକୁ ପାଇଥିଲେ ପରିବାର ଲୋକେ । ସ୍କୁଲରୁ ଫେରୁଥିବା ସମୟରେ ଦୁଇ ଯୁବକ ଆମକୁ ରାସ୍ତାରୁ ଟେକି ନେଇ ଏକ ହୋଟେଲରେ ନିଶା ଦେଇ ଦୁଷ୍କର୍ମ କରିଥିବା ସେମାନେ ଥାନାରେ ଅଭିଯୋଗ କରିଛନ୍ତି । ଏନେଇ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ତେବେ ଦୁଷ୍କର୍ମ କରିଥିବା ଦୁଇ ଯୁବକଙ୍କୁ ବର୍ତ୍ତମାନ ସୁଦ୍ଧା ଧରିବାରେ ସଫଳ ହୋଇନାହିଁ ପୋଲିସ ।

ନିକଟରେ ଭୁବନେଶ୍ବରରେ ଦୁଇ ନାବାଳିକାଙ୍କୁ ପ୍ରଥମେ ଅପହରଣ ପରେ ହାତ ଗୋଡ ବାନ୍ଧି ଗଣଦୁଷ୍କର୍ମ ହୋଇଥିବା ଖବର ସାମ୍ନାକୁ ଆସିଥିଲା । ଦୁଷ୍କର୍ମର ଶିକାର ହୋଇଥିବା ପୀଡିତାଙ୍କ ମଧ୍ୟରୁ ଜଣଙ୍କର ବୟସ ୧୨ ବର୍ଷ ଓ ଅନ୍ୟ ଜଣଙ୍କର ୧୪ ବର୍ଷ ହୋଇଥିବା ସୂଚନା ମିଳିଥିଲା । ଗଣଦୁଷ୍କର୍ମ ପରେ ଦୁଇ ପୀଡିତା ଅଭିଯୁକ୍ତଙ୍କ କବଳରୁ ଖସି ଆସି ପରିବାର ଲୋକଙ୍କୁ ଜଣାଇବା ପରେ ଥାନାରେ ଅଭିଯୋଗ ହୋଇଥିଲା । ସ୍ଥାନୀୟ ଏସିପି ଓ ଇନଫୋସିଟି ଥାନା ସହାୟତାରେ ଦୁଇ ନାବାଳିକାଙ୍କୁ ଉଦ୍ଧାର କରାଯାଇ ଚାଇଲ୍ଡ ଲାଇନକୁ ହସ୍ତାନ୍ତର କରାଯାଇଥିଲା । ତଦନ୍ତ କରି ଘଟଣାର ମୁଖ୍ୟ ଅଭିଯୁକ୍ତ କୃଷ୍ଣଚନ୍ଦ୍ର ମଲ୍ଲିକ ଓରଫ କାହ୍ନାକୁ ପୋଲିସ ଗିରଫ କରିଥିଲା ।

ଗତ ଡିସେମ୍ବର ମାସରେ କଟକରେ ଜଣେ ୬୦ ବର୍ଷରୁ ଊର୍ଦ୍ଧ୍ବ ବୟସ୍କା ବୃଦ୍ଧାଙ୍କୁ ଦୁଷ୍କର୍ମ ହୋଇଥିବା ଅଭିଯୋଗ ସାମ୍ନାକୁ ଆସିଥିଲା । ବୃଦ୍ଧା ଜଣକ ଘରେ ଏକା ଥିବା ବେଳେ ଦୁର୍ବୃତ୍ତ ଘରେ ପଶି ଦୁଷ୍କର୍ମ କରିଥିଲା । ଏନେଇ ପୀଡ଼ିତା ଥାନାରେ ଲିଖିତ ଅଭିଯୋଗ କରିବା ପରେ ଅଭିଯୁକ୍ତକୁ ଶୀଘ୍ର ଗିରଫ କରିବାକୁ ଦାବି କରିଥିଲେ ।

ଇଟିଭି ଭାରତ, ବାଲେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.