ବାଲେଶ୍ବର: ରାତିରେ ଚୋରି କରି ଧରା ପଡିବା ପରେ ଦୁଇ ଜଣ ଯୁବକଙ୍କ ମଧ୍ୟରେ ଚାଲିଥିଲା ଯୁକ୍ତିତର୍କ । ଜଣେ କହୁଥିଲା ‘କ୍ୟାରିଅର ନଷ୍ଟ ହୋଇଗଲା’ ତ ଅନ୍ୟ ଜଣେ କହୁଥିଲା ‘ତୁ ଚୋରି କରି ଟଙ୍କା ମୋତେ ଦେଇନୁ’ । ଏମିତି କିଛି ରୋଚକ ଭିଜୁଆଲ ଏବେ ବେଶ ଭାଇରାଲ ହେବାରେ ଲାଗିଛି ।
ମିଳିଥିବା ସୂଚନା ଅନୁସାରେ, ବାଲେଶ୍ବର ଜିଲ୍ଲା ସୋର ଥାନା ବାଗୁଡ଼ି ବଜାରର ସୁରେନ୍ଦ୍ର ପ୍ରସାଦ ଭୋଇଙ୍କ ତେଜରାତି ଦୋକାନ ଝରକା ଭାଙ୍ଗି ଦେଢ଼ ଲକ୍ଷ ଟଙ୍କା ଚୋରି ହୋଇଥିଲା । ସକାଳେ ସୁରେନ୍ଦ୍ରଙ୍କ ପୁଅ ଦୋକାନ ଖୋଲିବା ପରେ ଝରକା ଭଙ୍ଗାଯାଇଥିବା ଦେଖିବାକୁ ପାଇଥିଲେ । ପରେ ସିସିଟିଭି ଦେଖି ଯୁବକ ଜଣକ ବାଗୁଡ଼ି ଅଞ୍ଚଳର ହୋଇଥିବା ଜାଣିବାକୁ ପାଇଥିଲେ । ଯୁବକ ଜଣକ ଡ୍ର ଭାଙ୍ଗି ଟଙ୍କା ନେଇଯାଇଥିବା ସିସିଟିଭିରେ କଏଦ ହୋଇଥିବା ବେଳେ ଚୋର ଦୁଇ ଜଣ ବାଗୁଡ଼ି ମହୁ ମୁହାଣ ଅଞ୍ଚଳର ବୋଲି ଜାଣିବା ପରେ ଦୁଇଜଣ ଚୋରଙ୍କୁ ଆଣି ଉତ୍ତମ ମଧ୍ୟ ଦେଇଥିଲେ । ପରେ ଉଭୟଙ୍କୁ ସୋର ପୋଲିସକୁ ହସ୍ତାନ୍ତର କରାଯାଇଛି ।
ଇଟିଭି ଭାରତ, ବାଲେଶ୍ବର