ETV Bharat / state

ବାଲେଶ୍ୱରରେ ବଜ୍ରାଘାତ ନେଲା ଦୁଇ ଜୀବନ - odisha

ବଜ୍ରାଘାତରେ ଅକାଳରେ ଚାଲିଗଲା 2ଟି ଜୀବନ । ବାଲେଶ୍ବରରେ ବଜ୍ରାଘାତରେ ଦୁଇ ଜଣ ଯୁବକଙ୍କ ମୃତ୍ୟୁ ହୋଇଥିବାବେଳେ 3 ଜଣ ଗୁରୁତର ହୋଇଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର
author img

By

Published : May 15, 2019, 11:31 PM IST

ବାଲେଶ୍ୱର: ଜିଲ୍ଲାରେ ବୁଧବାର କାଳବୈଶାଖୀ ବର୍ଷା ସହ ପ୍ରବଳ ଘଡଘଡି ମାରିଥିଲା । ବଜ୍ରାଘାତରେ 2 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 3 ଜଣ ଆହତ ହୋଇଥିବା ଜଣାପଡିଛି । ମୃତକ ହେଲେ ସିଙ୍ଗଲା ଥାନା ଅଧିନସ୍ଥ ରାଣେଶ୍ୱରପୁର ଡିହଚକ ସାର୍ଥା ଅଞ୍ଚଳର ବାସୁଦେବ ସିଂ ଓ ବାବୁରାମ ଜେନା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ସୂଚନାଅନୁସାରେ, ସିବାବୁରାମ ଓ ବାସୁଦେବ ଚିଙ୍ଗୁଡ଼ି ଘେରିରେ ଡିଜେଲ ମେସିନ ସଜାଡ଼ିବାକୁ ଯାଇଥିଲେ । ବାବୁରାମ ଜଣେ ମେକାନିକ ହୋଇଥିବା ବେଳେ ବାସୁଦେବ ହେଲ୍ପର ଭାବେ କାମ କରୁଥିଲେ । ଚିଙ୍ଗୁଡ଼ିଘେରିରୁ ମେସିନ ସଜାଡି ଆସିବା ବେଳକୁ କାଳବୈଶାଖୀ ଆରମ୍ଭ ହୋଇଯାଇଥିଲା । ସେଠାରେ ଥିବା ଏକ କୁଡ଼ିଆରେ ଅନ୍ୟ 3 ଜଣଙ୍କ ସହ ବାବୁରାମ ଓ ବାସୁଦେବ ଆଶ୍ରୟ ନେଇଥିଲେ।

ଏହି ସମୟରେ ବଜ୍ରପାତ ହେବାରୁ ଅନ୍ୟ 3 ଜଣଙ୍କ ଚେତା ଉଡିଯାଇଥିଲା । ବାସୁଦେବ ଓ ବାବୁରାମଙ୍କର ହିଁ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ତେବେ ସମସ୍ତଙ୍କୁ ବାଲେଶ୍ୱର ମେଡିକାଲ ଅଣାଯାଇଥିଲେ ହେଁ ସେଠାରେ ଡାକ୍ତର ବାସୁଦେବ ଓ ବାବୁରାମଙ୍କୁ ମୃତ ଘୋଷଣା କରିଥିଲେ । ଅନ୍ୟ 3 ଜଣର ଚିକିତ୍ସା ଏବେ ଜାରି ରହିଛି ।

ବାଲେଶ୍ୱରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Intro:Body:Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.